ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

May 05, 2021, ଦେଶ, , Anupambharat News Bureau


ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା
Anupambharat News Bureau
May 05, 2021


ନୂଆଦିଲ୍ଲୀ: ଜଣେ ମା’ ଗର୍ଭରୁ ଏକାସହ ଦୁଇଟି, ତିନୋଟି କିମ୍ବା ଚାରୋଟି ସନ୍ତାନର ଜନ୍ମ ଏକ ସାଧାରଣ କଥା କି;ୁ ଯଦି ଜଣେ ମହିଳା ଏକାସହ ୯ଟି ସନ୍ତାନ ଜନ୍ମ ଦିଅନ୍ତି ତାହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ । ପ୍ରକୃତରେ ମାଲିର ଜଣେ ମହିଳା ମୋରକୋରେ ମଙ୍ଗଳବାର ଏକାସହ ୯ଟି ସନ୍ତାନ ଜନ୍ମ ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳାଙ୍କ ସମସ୍ତ ସନ୍ତାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମାଲି ସରକାର ୨୫ ବର୍ଷ ବୟସ୍କ ହଲିମା ସିଜେଙ୍କୁ ଉତ୍ତମ ଚିକିତ୍ସା ପାଇଁ ମାର୍ଚ୍ଚ ୩୦ରେ ମୋରକୋ ପଠାଇଦେଇଥିଲେ । ପୂର୍ବରୁ କୁହାଯାଉଥିଲା ଯେ ହଲିମାଙ୍କ ଗର୍ଭରେ ୬ଟି ସନ୍ତାନ ଅଛନ୍ତି । ଏକାସହ ଗୋଟିଏ ଗର୍ଭରୁ ୬ଟି ଶିଶୁର ଜନ୍ମ ଅସ୍ୱାଭାବିକ ଏବଂ ୯ଟି ସନ୍ତାନର ଜନ୍ମ ଆହୁରି ଅସାମାନ୍ୟ । ମୋରକୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଏପରି ୯ ଜଣ ଶିଶୁଙ୍କ ଜନ୍ମ ବିଷୟରେ କୌଣସି ସୂଚନା ନାହିଁ । କି;ୁ ମାଲିର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ହଲିମା ସିଜେ ପାଞ୍ଚ କନ୍ୟା ଏବଂ ଚାରି ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ମାଲିର ସ୍ୱାସ୍ଥ୍ୟମନ୍ତ୍ରୀ ଫାଣ୍ଟା ସିବି ଏଏଫ୍‌ପିକୁ କହିଛନ୍ତି ଯେ, ମା’ ଏବଂ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ

ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ

Read More...

ବାପାର ଜୁଇକୁ ଡେଇଁଲା ଝିଅ

ବାପାର ଜୁଇକୁ ଡେଇଁଲା ଝିଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page