୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

April 30, 2021, ଓଡ଼ିଶା, , Anupambharat News Bureau


୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ
Anupambharat News Bureau
April 30, 2021


ଭୁବନେଶ୍ୱର, ୩୦ା୪(ଅନୁପମ ମିଡ଼ିଆ): ଆସନ୍ତା ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ରହିବ । ରାଜ୍ୟ ବ୍ୟବସାୟୀ ମହାସଂଘ ଏହି ନିଷ୍ପତ୍ତି ନେଇଛି । ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ମହାସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି । ଗତ କିଛି ଦିନ ପୂର୍ବେ ବିଭିନ୍ନ ବ୍ୟବସାୟୀକ ସଂଗଠନ ଗୁଡ଼ିକ ସ୍ଥାନୀୟ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ରାଜ୍ୟର ବହୁ ବଜାର ଅପରାହ୍ନ ଦୁଇଟା ପରେ ବନ୍ଦ ରହୁଥିଲା । ତେବେ ବର୍ତ୍ତମାନ ରାଜ୍ୟ ସଂଘ ନିଷ୍ପତ୍ତି ନେଇଥିବାରୁ ରାଜ୍ୟର ସମସ୍ତ ଦୋକାନ ଆସନ୍ତା ୩ରୁ ୧୨ ଦିନ ପର୍ଯ୍ୟନ୍ତ ଅପରାହ୍ନ ପରେ ବନ୍ଦ ରହିବ । ଅନ୍ୟପକ୍ଷେ ଶନିବାରଠାରୁ ବନ୍ଦ ରହିବ ନନ୍ଦନକାନନ । ସେହିପରି ବଟାନିକାଲ ଗାର୍ଡେନ୍‌ ମଧ୍ୟ ଆସନ୍ତାକାଲିଠାରୁ ବନ୍ଦ ରହିବ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ତାରିଖ ଯାଏଁ ଉଭୟ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍‌ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ଭୁବନେଶ୍ୱର ଠାରେ ଥିବା ଓଡ଼ିଶା ମାନବାଧିକାର ଆୟୋଗ କାର୍ଯ୍ୟାଳୟ ଆସନ୍ତା ମଇ ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । କୋଭିଡ୍‌-୧୯ ଦ୍ରୁତ ସଂକ୍ରମଣ ତଥା ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତୁ୍ୟକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗ ଆସନ୍ତା୧୩ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଛୁଟି ଦିବସ ବ୍ୟତୀତ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତିି ନିଆଯାଇଛି ।
ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍‌କୁ ସିଲ୍‌ କରିଛି ବିଏମସି । କୋଭିଡ୍‌ ନିୟମ ଉଲ୍ଳଂଘନ ହେଉଥିବାରୁ ଇନ୍ଦ୍ରଧନୁ ମାର୍କେଟ ଶୁକ୍ରବାରଠୁ ୨୪ ଘଣ୍ଟା ପାଇଁ ସିଲ୍‌ ହୋଇଛି । ଏହା ପରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ତେଣୁ ଲଗାତର ୩ ଦିନ ଧରି ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ । ଏହା ପୂର୍ବରୁ କୋଭିଡ୍‌ କଟକଣା ନିୟମ ଉଲ୍ଲଂଘନ ହେବାରୁ ଗତକାଲି ଭୁବନେଶ୍ୱର ଡମଣା ହାଟକୁ ସିଲ୍‌ କରିଥିଲା ବିଏମସି । ସେହିପରି ମାର୍କେଟ୍‌ ବିଲïିଂ , ଭିଏସଏସ୍‌ ନଗର ମାର୍କେଟ୍‌ ସମେତ ଭୁବନେଶ୍ୱରର ବହୁ ମାର୍କେଟ ଓ ସପିଂ ମଲ୍‌କୁ ସିଲ୍‌ କରିଛି ବିଏମସି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଙ୍ଗଲରେ କଡାକଡି ହେଲା କରୋନା କଟକଣା

ବେଙ୍ଗଲରେ କଡାକଡି ହେଲା କରୋନା କଟକଣା

Read More...

ଆଜି ଶ୍ରମିକ ଦିବସ : ଶ୍ରମିକଙ୍କୁ ମିଳୁନି ଦୁର୍ଘଟଣା କ୍ଷତିପୂରଣ

ଆଜି ଶ୍ରମିକ ଦିବସ : ଶ୍ରମିକଙ୍କୁ ମିଳୁନି ଦୁର୍ଘଟଣା କ୍ଷତିପୂରଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page