ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ

April 27, 2021, ଦେଶ, , Anupambharat News Bureau


ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ
Anupambharat News Bureau
April 27, 2021


ନୂଆଦିଲ୍ଲୀ: ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ । ସାରା ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଚାଲିଛି । ଏହି ସମୟରେ ସଂକ୍ରମଣର ଭୟାବହତା ଉପରେ ବ୍ରେକ୍‌ ଲଗାଇବାକୁ ବିଭିନ୍ନ ସରକାର ନାଇଟ୍‌ କର୍ଫ୍ୟୁ, ଲକଡାଉନ ସହିତ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି କରିଛନ୍ତି ।
ମୁଖ୍ୟତଃ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ, କେହି ମାସ୍କ ନପିନ୍ଧିବାରୁ କରୋନା ଏବେ ମାରାତ୍ମକ ରୂପ ଧାରଣ କରିଛି । ସଂକ୍ରମଣରୁ ବର୍ତ୍ତିବାକୁ କାହିଁକି ସାମାଜିକ ଦୂରତା ନିୟମ ପାଳନ ହେବା ଦରକାର ସେ ନେଇ ଚେତେଇ ଦେଇଛନ୍ତି କେନ୍ଦ୍ର ସରକାର । ଏଥିସହ ନିୟମ ଉଲ୍ଲଂଘନ ଦ୍ୱାରା ଏହି ଉହାନ ଭାଇରସ କେତେ ଭୟାନକ ହୋଇପାରେ ସେ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି, ଯଦି ଜଣେ କରୋନା ସଂକ୍ରମିତ ସାମାଜିକ ଦୂରତା ନିୟମ ପାଳନ ନ କରିବ ତାହେଲେ ସଂକ୍ରମିତଜଣଙ୍କ ମାସକ ମଧ୍ୟରେ ପାଖପାଖି ୪୧୧ ଜଣକୁ ସଂକ୍ରମିତ କରିପାରିବ । ତେଣୁ ଏହି କରୋନା ଚେନ ଉପରେ ଲଗାମ ଲଗାଇବାକୁ ହେଲେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି ।
ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷଣା ରିପୋର୍ଟ ଅନୁଯାୟୀ, ଜଣେ କରୋନା ସଂକ୍ରମିତ ସାମାଜିକ ଦୂରତା ନମାନିଲେ ଏବଂ ମାସ୍କ ନପିନ୍ଧିଲେ ମାସକ ମଧ୍ୟରେ ସେ ୪୧୧ ଜଣ ସଂକ୍ରମିତ ହେବେ । ସେହିପରି ସଂକ୍ରମିତ ଜଣଙ୍କ ଯଦି ୫୦ ପ୍ରତିଶତ ମିଶିବା କମାଇ ଦେବେ ତାହେଲେ ସଂକ୍ରମିତ ସଂଖ୍ୟା ୩୦ ଦିନରେ ୧୫ ରହିବ । ଆଉ ୭୫ ପ୍ରତିଶତ ମିଶିବା କମାଇ ଦେଲେ ୨.୫ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପହଁଞ୍ଚିବ ଋଷିଆର ସଞ୍ଜିବନୀ ଟିକା

ପହଁଞ୍ଚିବ ଋଷିଆର ସଞ୍ଜିବନୀ ଟିକା

Read More...

କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?

କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page