ଯୁକ୍ତ ଦୁଇ ପରୀକ୍ଷା ବାତିଲ କର: ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

April 26, 2021, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ ପରୀକ୍ଷା ବାତିଲ କର:   ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ
Anupambharat News Bureau
April 26, 2021


ଭୁବନେଶ୍ୱର, ୨୬ ।୪(ଅନୁପମ ମିଡ଼ିଆ): ପରୀକ୍ଷା ବାତିଲ ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ । କେବେ ପରୀକ୍ଷା ହେବ ଏଯାଏ ସ୍ଥିର ହୋଇ ନାହିଁ । ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅସୁବିଧା ହେବ । ତେଣୁ ଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି କରି ଛାତ୍ରଛାତ୍ରୀମାନେ ସୋମବାର ଲୋୟର ପିଏମଜିରେ ଧାରଣା ଦେଇଥିଲେ । ପରେ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା । ଫଳରେ ପୋଲିସ୍‌ କର୍ମୀ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ୍‌ ଛାତ୍ରମାନଙ୍କୁ ଭ୍ୟାନ୍‌ରେ ଉଠାଇ ନେଇ ଅଟକ ରଖିଛି । କରୋନାର ସଂକ୍ରମଣ ବୃଦ୍ଧି ଯୋଗୁ ମାଟ୍ରିକ ପରିକ୍ଷା ବାତିଲ ପରେ ପ୍ଲସ୍‌ଟୁ ପରୀକ୍ଷା ବାତିଲ ଦାବିରେ ଗତ ୨୨ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ସେତେବେଳେ ଗଣଶିକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇ ପିଲାମାନେ ପାଠ ପଢ଼ାରେ ମନୋନିବେଶ କର;ୁ । ଏଥିସହ ଜୁନ୍‌ ରେ ସ୍ଥିତି ଦେଖି ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ତେବେ ସୋମବାର ପୁଣି ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି ।୧୦ ଦିନ ଭିତରେ ଯଦି କିଛି ନିଷ୍ପତ୍ତି ନିଆନଯାଏ,
ତେବେ ୧୦ ଦିନ ପରେ ନବୀନ ନିବାସ ଘେରାଉ କରିବାକୁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ପିଲାଙ୍କ ଦାବିକୁ ସମର୍ଥନ କରି ନବ ନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତା ମଧ୍ୟ ପ୍ରତିବାଦ ସଭାରେ ସାମିଲ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଧୁଛି ବିଜୁଳି ଦର ବୃଦ୍ଧି

ବାଧୁଛି ବିଜୁଳି ଦର ବୃଦ୍ଧି

Read More...

ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page