ମଇ ୧୫ ପର୍ଯ୍ୟନ୍ତ ଜଗା ଦର୍ଶନ ମନା

April 24, 2021, ଓଡ଼ିଶା, , Anupambharat News Bureau


ମଇ ୧୫ ପର୍ଯ୍ୟନ୍ତ  ଜଗା ଦର୍ଶନ ମନା
Anupambharat News Bureau
April 24, 2021


ପୁରୀ, ୨୪ା୪(ଅନୁପମ ମିଡ଼ିଆ): ଆସନ୍ତା ମଇ ୧୫ ପର୍ଯ୍ୟନ୍ତ ସର୍ବ ସାଧାରଣଙ୍କ ଜଗା ଦର୍ଶନ ବନ୍ଦ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତିଭର୍ଚୁଆଲ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ତେବେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ସୁଦ୍ଧା ଦୈନିକ ନୀତିକାନ୍ତି ଚାଲୁ ରହିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଛତିଶାନିଯୋଗର ସେବାୟତ ମାନେ ମତ ଦେଇଥିଲେ ଯେ, ପରିବର୍ଦ୍ଧିତ କରୋନାର ଦ୍ୱିତୀୟ ଲହର ଅତି ସାଂଘାତିକ ହୋଇଛି । ବିଶେଷ କରି ପଶ୍ଚିମବଙ୍ଗ ଷ୍ଟ୍ରେନ୍‌ ଓ କୁମ୍ଭମେଳାରେ ଯୋଗଦେଇ ଫେରିଥିବା ଅନେକ ଯାତ୍ରୀ ପୁରୀରେ ପ୍ରବେଶ କରି ସାରିଛନ୍ତି । ଏହାକୁ ଲକ୍ଷ୍ୟ କରି ସେବାୟତଙ୍କ ସୁରକ୍ଷା ଓ ଶ୍ରୀଜୀଉଙ୍କ ନୀତିକାନ୍ତି ନିମନ୍ତେ ଆସନ୍ତା ମଇ ୧୫ ପର୍ଯ୍ୟନ୍ତ ଭକ୍ତ ଦର୍ଶନ ବାରଣ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କୁ ଟୁଇଟ୍‌ ଯୋଗେ ଜଣାଇ ଦେଇଛନ୍ତି । ଏଥିସହ ସେବାୟତ ମାନଙ୍କୁ କରୋନା ସହାୟତା ଅର୍ଥରାଶି ବୃଦ୍ଧି କରିବା ନିମନ୍ତେ ସେବାୟତ ମାନେ ଦାବି କରିଥିଲେ । ସେବାୟତଙ୍କ ଏହି ଦାବି ପରେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ପ୍ରକାରେ ଆସନ୍ତା ମଇ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଛି କଟକଣା । ଏହି କଟକଣା ନେଇ ଶ୍ରୀମନ୍ଦିର
ପ୍ରଶାସନ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି । ନିର୍ବିଘ୍ନରେ ନୀତିକାନ୍ତି ନିମନ୍ତେ ସେବାୟତଙ୍କ ସୁସ୍ଥତା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ନିଷ୍ପତ୍ତିି ହୋଇଛି । ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ମଧ୍ୟ ଦୈନିକ ନୀତିକାନ୍ତି ଚାଲୁ ରହିବ । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଉନ୍ନୟନ ପ୍ରଶାସକ ଓ ଛତିଶାନିଯୋଗର ସଦସ୍ୟ ମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା

ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା

Read More...

ଚାଲିଛି ଅକ୍ସିଜେନ୍‌ର କଳାବଜାରୀ

ଚାଲିଛି ଅକ୍ସିଜେନ୍‌ର କଳାବଜାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page