ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

May 23, 2019, ଓଡ଼ିଶା, , Anupambharat News Bureau


ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି
Anupambharat News Bureau
May 23, 2019

ଭୁବନେଶ୍ୱର,୨୨ ।୫ (ଅନୁପମ ମିଡିଆ): ଗୁରୁବାର ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭାର ଭୋଟ୍‌ ଗଣତି ହେବ । ସରକାର ଗଠନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ନେତାଙ୍କ ଛାତି ଧଡ୍‌ ଧଡ୍‌ ହେଉଛି । ତେବେ ହାତୀ କାହା ମୁଣ୍ଡରେ ସୁନା କଳସୀ ଢାଳିବ ତାହା ଆସନ୍ତାକାଲିର ଫଳାଫଳ ହିଁ ନିର୍ଣ୍ଣୟ କରିବ । ଚାରିଟି ପର୍ଯ୍ୟାୟରେ ରାଜ୍ୟର ମୋଟ୍‌ ୨୧ଟି ଲୋକସଭା ଓ ୧୪୬ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି । ଇଭିଏମ୍‌ରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇସାରିଛି ।
ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଏଥି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ସରିଛି । ଓଡିଶାର ୬୩ଟି କେନ୍ଦ୍ରରେ ଭୋଟ୍‌ ଗଣତି କରାଯିବ । ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୫ଟି, ସୁନ୍ଦରଗଡ଼, ମୟୁରଭଞ୍ଜ, ଓ ଗଞ୍ଜାମ ଜିଲ୍ଲାରେ ୪ଟି ଲେଖାଁଏ ଭୋଟଗଣନା କେନ୍ଦ୍ର ସ୍ଥାପନ କରାଯାଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ୭ଟି ଟେବୁଲରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗଣତି ହେବ । ସେହିପରି ପ୍ରତ୍ୟେକ କେନ୍ଦ୍ରରେ ୯ ଜଣ ଗଣତି ଏଜେଣ୍ଟ ରହିବେ । ଜଣେ ଏଜେଣ୍ଟ କେନ୍ଦ୍ରୀୟ ଟେବୁଲରେ ଏବଂ ପୋଷ୍ଟାଲ ବାଲଟ ଗଣତି ପାଇଁ ଜଣେ ଲେଖାଏଁ ଏଜେଣ୍ଟ ରହିବେ । ପୋଷ୍ଟାଲ ବାଲଟ୍‌ ଗଣତି ପାଇଁ ସର୍ବାଧିକ ସମୟସୀମା ୩୦ ମିନିଟ୍‌ ରହିଛି । ସେହିପରି ପ୍ରତ୍ୟେକ ରାଉଣ୍ଡ ଗଣତି ପାଇଁ ୨୦ ମିନିଟ୍‌ ଧାର୍ଯ୍ୟ କରାଯାଇଛି । ଭୋଟ୍‌ ଗଣତି କେନ୍ଦ୍ର ମାନଙ୍କରେ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚଳିତ ସାଧାରଣ ନିର୍ବାଚନରେ ୧୪୬ ବିଧାନସଭା ଆସନ ପାଇଁ ୧୧୨୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ୨୧ ଟା ଲୋକସଭା ଆସନ ପାଇଁ ୧୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି । ରାଜ୍ୟ ମୁଖ୍ୟଢ଼ନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ବିଜେପି ଏବଂ କଂଗ୍ରେସର ବହୁ ହେବିେୱଟଙ୍କ ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରଣ ହେବ । ଅନ୍ୟପକ୍ଷେ ୫୪୨ ଲୋକସଭା ଆସନ ପାଇଁ ମଧ୍ୟ ଭୋଟ ଗଣତି କରାଯିବ । ପ୍ରାୟ ୮ହଜାର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତିି । କେତେକ ଅଞ୍ଚଳରେ ଭିଭିପାଟ୍‌ର ଯଥାର୍ଥତା ନେଇ ବାଦ ବିବାଦ ସୃଷ୍ଟି ହୋଇଥିଲା । ଇଭିଏମ୍‌ରେ ତ୍ରୁଟି ମଧ୍ୟ ଦେଖା ଦେଇଥିଲା । ତେବେ ଇତି ମଧ୍ୟରେ ନୂଆଦିଲ୍ଲୀର ନିର୍ବାଚନ ସଦନ ଠାରେ ୨୪ ଘଣ୍ଟିଆ ଇଭିଏମ୍‌ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି । ପ୍ରତିମୂହର୍ତ୍ତରେ ଏହି କଣ୍ଟ୍ରୋଲ୍‌ ରୁମ୍‌ରେ ମନିଟରରେ ଇଭିଏମ୍‌ ଭୋଟ ସମ୍ପର୍କିତ ସଂପୂଣ୍ଣ ସୂଚନା ଉପଲବ୍ଧ ହୋଇ ପାରିବ । ଉକ୍ତ କଣ୍ଟ୍ରୋଲ ରୁମ୍‌ରେ ନିର୍ବାଚିତ ସମ୍ପର୍କିତ ଷ୍ଟୋର ରୁମ୍‌ରେ ସୁରକ୍ଷିତ ରଖାଯାଇଥିବା ଇଭିଏମ୍‌ ସମ୍ପର୍କିତ, ଅଭିଯୋଗ ଷ୍ଟ୍ରଙ୍ଗ୍‌ ରୁମ୍‌ର ସୁରକ୍ଷା, ଷ୍ଟ୍ରଙ୍ଗ୍‌ ରୁମ୍‌ରେ ପ୍ରାର୍ଥୀଙ୍କ ପକ୍ଷରୁ ଏଜେଣ୍ଟ ନିଯୁକ୍ତି, ସିସିଟିଭି ମନଟିରିଂ ଏବଂ ଗଣତି ବେଳେ କୌଣସି ସମସ୍ୟା ସୃଷ୍ଟି ହେଲେ ଏସମ୍ପର୍କରେ କଣ୍ଟ୍ରୋଲ ରୁମ୍‌କୁ ସିଧାସଳଖ ଅଭିଯୋଗ ଦାଖଲ କରାଯାଇ ପାରିବ । ଉଲ୍ଲେଖ ଯେ ସମୁଦାୟ ୫୪୫ ଆସନ ମଧ୍ୟରୁ ୫୪୨ ଲୋକସଭା ଆସନ ପାଇଁ ଭୋଟ ହୋଇଛି । ଅତ୍ୟଧିକ ଅର୍ଥ କାରବାର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ତାମିଲ୍‌ନାଡୁର ଭେଲୋର ଆସନରେ ନିର୍ବାଚନ ବାତିଲ କରାଯାଇଥିଲା । ଉକ୍ତ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଘୋଷଣା କରାଯାଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ସମେତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ସମେତ୍‌ ବହୁ ହେବିେୱଟଙ୍କ ଆସନ୍ତାକାଲି ଭାଗ୍ୟ ନିର୍ଦ୍ଧାରଣ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

Read More...

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page