ଚୀନରେ ପରିବାର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରତି ବର୍ଷ ୧ କୋଟି କମିବ ଜନସଂଖ୍ୟା

April 19, 2021, ବିଦେଶ, , Anupambharat News Bureau


ଚୀନରେ ପରିବାର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରତି ବର୍ଷ ୧ କୋଟି କମିବ ଜନସଂଖ୍ୟା
Anupambharat News Bureau
April 19, 2021


ନୂଆଦିଲ୍ଲୀ: ଲୋକସଂଖ୍ୟା ମାମଲାରେ ବିଶ୍ୱରେ ଚୀନ ଏକ ନମ୍ବର । ଚୀନରେ ଲୋକସଂଖ୍ୟା ୧୪୦ କୋଟି ପାର କରିଥିବା ବେଳେ ଏବେ ଡ୍ରାଗନର ଆଉ ଏକ ପ୍ଲାନ ସମସ୍ତଙ୍କୁ ଚକିତ କରିଛି । ଚୀନ ବିଶେଷଜ୍ଞଙ୍କ ମତରେ ଆଗାମୀ ୫ ବର୍ଷ ପରେ ଦେଶରେ ପ୍ରତି ବର୍ଷ ଏକ କୋଟି ଲୋକ କମ୍‌ ହୋଇଯିବେ । ପ୍ରତି ବର୍ଷ ଏତେ ସଂଖ୍ୟକ ଲୋକ କମ୍‌ ହେବା ନେଇ ଚୀନର ଗୁଆଁଗଡୋଙ୍ଗୋ ଆକାଡେମୀ ଅଫ ପପୁଲେସନ୍‌ ଡେଭେଲପମେଣ୍ଟର ନିର୍ଦ୍ଦେଶକ କହିଛନ୍ତି । ଡୋଙ୍ଗ ୟୁଝୋଙ୍ଗଙ୍କ ମତରେ ଆଗାମୀ କିଛି ବର୍ଷ ମଧ୍ୟରେ ଚୀନର ଲୋକସଂଖ୍ୟା କମିବା ଆରମ୍ଭ କରିବ । ୨୦୧୯ରେ ଦେଶରେ କେବଳ ୧.୪୬ କୋଟି ପିଲା ଜନ୍ମ ନେଇଛନ୍ତି । ଯାହାକି ୧୯୪୯ ପରେ ଏହା ସବୁଠୁ କମ୍‌ ଜନ୍ମ ହାର ରହିଛି । ୨୦୧୮ ତୁଳନାରେ ୨୦୧୯ରେ ୫.୮୦ ଲକ୍ଷ ପିଲା କମ୍‌ ଜନ୍ମ ନେଇଛନ୍ତି ବୋଲି ସେ କହିଛନ୍ତି । ତେବେ ଚୀନ ସରକାରଙ୍କ ପଖରୁ ଏହି ଡାଟାକୁ ସାର୍ବଜନୀନ କରାଯାଉ ନାହିଁ । ୨୦୧୯ରେ ଥିବା ଜନ୍ମ ହାର ଜଣାପଡ଼ିଥିବା ବେଳେ ୨୦୨୦ରେ କେତେ ପିଲା ଜନ୍ମ ନେଇଛନ୍ତି ସେନେଇ ଚୀନ ତଥ୍ୟ ପ୍ରକାଶ କରୁନାହିଁ । ନିଜ ଦେଶର ଲୋକସଂଖ୍ୟାକୁ ନେଇ ଚୀନ ପ୍ରତିବର୍ଷ ଫେବୃଆରିରେ ଡାଟା ଜରି କରୁଥିବା ବେଳେ ଏବେ ସୁଦ୍ଧା ଗତବର୍ଷର ଜନ୍ମ ହାର ସମ୍ପର୍କରେ ଜଣାପଡ଼ିନାହିଁ । ଗୋଟିଏ ପଟେ ଜନ୍ମ ହାର କମୁଥିବା ବେଳେ ଦେଶରେ ବୃଦ୍ଧମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଚୀନ ଏହା ପୂର୍ବରୁ ନିଜର ଏକ ପୂରୁଣା ନୀତିକୁ ୨୦୧୬ରେ ସମାପ୍ତ କରିଥିଲା । ଯେଉଁଥିରେ ବଡ଼ ପରିବାର ପାଇଁ ଅନୁମତି ନଥିଲା । କରୋନା ମହାମାରୀ ଯୋଗୁ ଆସିଥିବା ଆର୍ଥିକ ସ୍ଥିରତା ପାଇଁ ଚୀନରେ ଲୋକସଂଖ୍ୟା କମୁଥିବା କୁହାଯାଉଛିଛ କି;ୁ ଚୀନର ପବ୍ଲିକ୍‌ ସିକ୍ୟୁରିଟି ମନ୍ତ୍ରାଳୟ ଡାଟାକୁ ଦେଖିଲେ ଦେଶରେ ଗତବର୍ଷ ୧୫ ପ୍ରତିଶତ ଜନ୍ମ ହାର କମିଥିବା ଜଣାପଡ଼ିଛି । ଏହାର ଅର୍ଥ ଏକ କୋଟିରୁ ସାମାନ୍ୟ ଅଧିକ ପିଲା ଜନ୍ମ ନେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡିଏଲ ଓ ଲର୍ଣ୍ଣିିଂ ଟେଷ୍ଟ ବାତିଲ

ଡିଏଲ ଓ ଲର୍ଣ୍ଣିିଂ ଟେଷ୍ଟ ବାତିଲ

Read More...

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page