ତେଲେଙ୍ଗାନାରୁ ହାଇଦର ଗିରଫ

April 15, 2021, ଓଡ଼ିଶା, , Anupambharat News Bureau


ତେଲେଙ୍ଗାନାରୁ ହାଇଦର ଗିରଫ
Anupambharat News Bureau
April 15, 2021


ଭୁବନେଶ୍ୱର, ୧୫ା୪ (ଅନୁପମ ମିଡିଆ): ପୁଣି ଥରେ ଗିରଫ ହୋଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । କଟକ ବଡ଼ମେଡିକାଲରୁ ଫେରାର ହୋଇଯାଇଥିବା ସେକ୍‌ ହାଇଦରକୁ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାରୁ ଗିରଫ କରାଯାଇଛି । ତେଲେଙ୍ଗାନା ପୋଲିସ ସହାୟତାରେ ହାଇଦରକୁ ଧରିବାରେ ସଫଳ ହୋଇଥିବା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ସଂଧ୍ୟାରେ ସୂଚନା ଦେଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ହାଇଦରକୁ ଭୁବନେଶ୍ୱର ଅଣାଯାଇ କୋର୍ଟରେ ହାଜର କରାଯିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ହାଇଦର ଗିରଫ ହେବା ପରେ ଟୁଇଟ୍‌ କରି ସାବାସୀ ଦେଇଛନ୍ତି ପୋଲିସ୍‌ ଡିଜି ଅଭୟ । ଏଥିପାଇଁ ସେ ପୋଲିସ କମିଶନର ଓ କଟକ ଡିସିପିଙ୍କୁ ପ୍ରଂଶସା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଞ୍ଚିବା ପରେ ଓଡ଼ିଶା ପୋଲିସ ତେଲେଙ୍ଗାନାର ରଙ୍ଗାରେଡïୀ ପୋଲିସ ଓ ହାଇଦ୍ରାବାଦ୍‌ ପୋଲିସ ସହିତ ମିଶି ତାକୁ ଧରିବାକୁ ଅପରେସନ୍‌ ଆରମ୍ଭ କରିଥିଲା । କଟକରୁ ଯାଇଥିବା ୨ଟି ପୋଲିସ ଟିମ୍‌ ତେଲେଙ୍ଗାନା ପୋଲିସ ସହ ଯୋଗାଯୋଗ ରଖିଥିଲା । ଆଜି ହାଇଦର ଏକ ବାଇକ୍‌ ରେ ଯାଉଥିବା ବେଳେ ପୋଲିସର ମିଳିତ ଟିମ୍‌ ଅତର୍କିତ ଭାବେ ଚଢ଼ାଉ କରି ଗିରଫ କରିଥିଲା । ସୂଚନାଯୋଗ୍ୟ ଯେ କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଆସି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦର ସେଠାରୁ ଗତ ୧୦ ତାରିଖରେ ଫେରାର୍‌ ହୋଇଯାଇଥିବା ବେଳେ ଓଡ଼ିଶା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଳବୈଶାଖୀ : ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଳବୈଶାଖୀ : ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page