ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ପଶ୍ଚିମବଙ୍ଗରେ ୮୦, ଆସାମରେ ୭୩% ଭୋଟ

March 27, 2021, ଦେଶ, , Anupambharat News Bureau


ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ପଶ୍ଚିମବଙ୍ଗରେ ୮୦, ଆସାମରେ ୭୩% ଭୋଟ
Anupambharat News Bureau
March 27, 2021


ନୂଆଦିଲ୍ଲୀ,୨୭ା୩:ଚାରିଟି ବିଧାନସଭା ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଯେଉଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି, ଏଥିରେ ପ୍ରଥମ ପର୍ଯ୍ୟାୟ ମତଦାନ ୨୭ ତାରିଖରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଏହି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ୨୦୨୧ ରେ ୭୯.୭୯ ପ୍ରତିଶତ ମତଦାନ ହୋଇଛି । ଆସାମରେ ୭୨.୧୪ ପ୍ରତିଶତ ହାରରେ ମତଦାନ ହୋଇପାରିଛି ବୋଲି ରିପୋର୍ଟରୁ ପ୍ରକାଶ । ପଶ୍ଚିମବଙ୍ଗର ୩୦ଟି ଆସନ ପାଇଁ ଏବଂ ଆସାମର ୪୭ଟି ଆସନ ପାଇଁ ଏହି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଥିଲା । ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ଜାରି ରହିଥିଲା । ପଶ୍ଚିମବଙ୍ଗର ଝରଗ୍ରାମ, ମେଦିନୀପୁର, ପଟାସପୁର ଏବଂ ରାମନଗର ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହି ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଛି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ କଡ଼ା ମୁକାବିଲା ହେଉଥିବା ସୂଚନାରୁ ପ୍ରକାଶ । ଆସାମରେ ଦ୍ୱିତୀୟ ଥର ପାଇଁ ବିଜେପି ଶାସନ କ୍ଷମତାକୁ ଆସି ପାରେ ବୋଲି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ଦିନ କାଳବୈଶାଖୀ

ତିନି ଦିନ କାଳବୈଶାଖୀ

Read More...

ୟୁନିଟ୍‌ ପିଛା ୩୦ ପଇସା ବଢିଲା ବିଦୁ୍ୟତ୍‌ ଦର

ୟୁନିଟ୍‌ ପିଛା ୩୦ ପଇସା ବଢିଲା ବିଦୁ୍ୟତ୍‌ ଦର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page