ରୁଦ୍ର ବିଜେଡି ପ୍ରାର୍ଥୀ

March 26, 2021, ଓଡ଼ିଶା, , Anupambharat News Bureau


ରୁଦ୍ର ବିଜେଡି ପ୍ରାର୍ଥୀ
Anupambharat News Bureau
March 26, 2021


ଭୁବନେଶ୍ୱର,୨୬ା୩(ଅନୁପମ ମିଡ଼ିଆ):ପିପିଲି ଉପନିର୍ବାଚନ ପାଇଁ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନବୀନ ନିବାସ ଠାରେ ଏହି ଘୋଷଣା କରିଛନ୍ତି । ଏହା ଫଳରେ ଦୀର୍ଘ ଦିନ ଧରି ବିଜେଡିର ପ୍ରାର୍ଥୀ ଚୟନକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ହୋଇଛି । ଅନ୍ୟପକ୍ଷେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ କଂଗ୍ରେସ ପୁରା ପଛୁଆ ରହିଛି । ଏଯାବତ୍‌ ଦଳରେ ସସ୍‌ପେନ୍ସ ଜାରି ରହିଛି । ପ୍ରାର୍ଥୀତ୍ୱ ଘୋଷଣା ପରେ ରୁଦ୍ର ତାଙ୍କ ପ୍ରତିକ୍ର୍ରିୟାରେ କହିଛନ୍ତି ଯେ ତାଙ୍କ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ବାପାଙ୍କର ଯାହାସବୁ ଅଧୁରା ସ୍ୱପ୍ନ ରହିଛି ତାହାକୁ ପୂରଣ କରିବି । ଡେଲାଙ୍ଗ- ପିପିଲିବାସୀ ସହଯୋଗ ଓ ସମର୍ଥନ କରିବେ ଏବଂ ଉପନିର୍ବାଚନରେ ନିଶ୍ଚିନ୍ତ ଭାବେ ଜୟଯୁକ୍ତ ହେବୁ ବୋଲି ସେ ଆଶା ପ୍ରକଟ କରିଛନ୍ତି । ସେହିପରି ଟିକେଟ୍‌ ଦ୍ୱନ୍ଦ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ମା ଟିକେଟ୍‌ ପାଇବା ଯାହା , ମୁଁ ଟିକେଟ୍‌ ପାଇବା ସମାନ । ମାଙ୍କର ଆଶୀର୍ବାଦ ମୋ ଉପରେ ରହିଛି । ବାପା , ମାଙ୍କ ବିନା ମୋର ଅସ୍ତିତ୍ୱ ନାହିଁ । ମୋର ଲଢେଇ ମୋ ସହ ହେବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ରୁଦ୍ର । ଅପରପକ୍ଷରେ ଗତକାଲି ଏହି ଆସନ ପାଇଁ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ପରେ ସେ ଆଜି ନାମାଙ୍କନ ମଧ୍ୟ ଦାଖଲ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ, ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଏପ୍ରିଲ ୧୭ରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ପ୍ରକାଶଥାଉକି ଗତବର୍ଷ ଅକେଫାବର ୪ରେ ପ୍ରଦୀପ ମହାରଥୀଙ୍କ ପରଲୋକ ପରଠାରୁ ପିପିଲି ବିଧାନସଭା ଆସନଟି ଖାଲିପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିତିବା ପାଇଁ ବିଜେପି ନେତାଙ୍କୁ ସାହାଯ୍ୟ ମାଗିଲେ କି ମମତା ?

ଜିତିବା ପାଇଁ ବିଜେପି ନେତାଙ୍କୁ ସାହାଯ୍ୟ ମାଗିଲେ କି ମମତା ?

Read More...

 ରାଜ୍ୟରେ ବଢ଼ିଛି ଚୋରି

ରାଜ୍ୟରେ ବଢ଼ିଛି ଚୋରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page