ନବରଙ୍ଗପୁରକୁ ଫେରିଲା ନାଇଟ କର୍ଫୁ୍ୟ: ଜିଲ୍ଳାରେ ବରଯାତ୍ରୀ ପ୍ରସେସନ୍‌, ସଭା ମନା

March 24, 2021, ଓଡ଼ିଶା, , Anupambharat News Bureau


ନବରଙ୍ଗପୁରକୁ ଫେରିଲା ନାଇଟ କର୍ଫୁ୍ୟ:  ଜିଲ୍ଳାରେ ବରଯାତ୍ରୀ ପ୍ରସେସନ୍‌, ସଭା ମନା
Anupambharat News Bureau
March 24, 2021


ନବରଙ୍ଗପୁର,୨୪ା୩(ଅନୁପମ ମିଡିଆ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ନୂତନ କଟକଣା ଜାରି କରିଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ନବରଙ୍ଗପୁରକୁ ଫେରିଛି ନାଇଟ କର୍ଫୁ୍ୟ । ଗୁରୁବାର ରାତ୍ରି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ହୋଇଛି ଏହି କଟକଣା । ତେବେ କେତେଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ସେ ନେଇ କିଛି ପ୍ରକାଶ କରାଯାଇ ନାହିଁ । ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ଏପ୍ରିଲ୍‌ ପାଇଁ ଆସିଥିବା ଗାଇଡଲାଇନରେ ଉଲ୍ଳେଖ ରହିଥିଲ । ନବରଙ୍ଗପୁରରେ ମା’ ବୁଢ଼ୀ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଥିବାରୁ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଆଲୋଚନା ହେଉଛି । ନାଇଟ କର୍ଫୁ୍ୟ ସହ ଜିଲ୍ଲାରେ ନୂଆ କଟକଣା ମଧ୍ୟ ଜାରି କରାଯାଇଛି । କଟକଣା ଅନୁଯାୟୀ କୌଣସି ସ୍ଥାନରେ ୫ଜଣରୁ ଅଧିକ ଲୋକଙ୍କୁ ଠୁଳ ହେବା ପାଇଁ ବାରଣ କରାଯାଇଛି । ସାମାଜିକ କାର୍ଯ୍ୟକ୍ରମକୁ ନେଇ କଟକଣା ଜାରି ହୋଇଛି । ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ, ରାଜନୈତିକ ର୍ୟାଲି, ସଭା ସମିତି ଓ ସରକାରୀ କାର୍ଯ୍ୟକ୍ରମକୁ ନିଷିଦ୍ଧାଦେଶ ଜାରି କରାଯାଇଛି ।
ଯାତ୍ରା, ବରଯାତ୍ରୀ ପ୍ରସେସନ୍‌, ବାଜାକୁ ବାରଣ କରାଯାଇଛି । ପ୍ରକାଶଥାଉକି ପୂର୍ବରୁ ମାଲକାନଗିରିରେ ନାଇଟ କର୍ଫୁ୍ୟ ଜାରି କରାଯାଇଥିଲ । ସେଠାରେ ମଧ୍ୟ ବଡ଼ ପର୍ବକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଆସନ୍ତା ୩୧ ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ

ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ

Read More...

ପୋଲାଣ୍ଡରେ ତୃତୀୟ ଲେହର କରୋନା

ପୋଲାଣ୍ଡରେ ତୃତୀୟ ଲେହର କରୋନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page