କାନ୍ଥ ଭୂଷୁଡି ୪ ମୃତ, ୨ ଗୁରୁତର ମାଟି ତଳେ ଦବି ରହିଛନ୍ତି ଅନେକ

March 23, 2021, ଦେଶ, , Anupambharat News Bureau


କାନ୍ଥ ଭୂଷୁଡି ୪ ମୃତ, ୨ ଗୁରୁତର ମାଟି ତଳେ ଦବି ରହିଛନ୍ତି ଅନେକ
Anupambharat News Bureau
March 23, 2021

ସୁରଟ: ଗୁଜରାଟ ସୁରଟରେ ମଙ୍ଗଳବାର ଏକ ନିର୍ମାଣାଧୀନ ଅଟ୍ଟାଳିକା କଡରେ ଥିବା ମାଟି କାନ୍ଥ ଭୂଷୁଡି ପଡ଼ିଛି । ଫଳରେ କାନ୍ଥ ତଳେ ଲୋକେ ଦବି ରହିଥିବାର ଆଶଙ୍କା କରାଯାଉଛି । ଉଦ୍ଧାର ନିମନ୍ତେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାରମ୍ଭ କରିଛନ୍ତି ।
ଏହି ଦୁର୍ଘଟଣା ସହରର ମୋଟା ୱର୍ଚ୍ଛା ଅଞ୍ଚଳରେ ଘଟିଛିଛ କାନ୍ଥ ଧସିବାମାତ୍ରେ ଅଞ୍ଚଳ ଡକାହକା ପଡିଯାଇଥିଲା । ସୂଚନା ମିଳିବାମାତ୍ରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଊଦ୍ଧାର କାର୍ଯ୍ୟରେ ସହାୟତା କରୁଥିବା ଜଣାପଡିଛି ।
ତେବେ ଦୁର୍ଘଟଣା କାଳରେ କାନ୍ଥ ତଳେ କେତେ ଲୋକ କାମ କରୁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ଏଣୁ କେତେ ଲୋକ ମାଟିଗଦା ତଳେ ଦବି ରହିଛନ୍ତି ତାହା କୁହାଯାଇ ପାରୁନି । ତେବେ ଲୋକେ କିପରି ସୁରକ୍ଷିତ ଉଦ୍ଧାର ହେବେ ସେଥିଲାଗି ତଲାସ ଅଭିଯାନ ଜାରି ରହିଛି । ଅଟ୍ଟାଳିକା ନିର୍ମାଣ ଲାଗି ମାଟି କାଢି ଚାରିପଟେ ଗଦାଇ ଦିଆଯାଇଥିଲା ।
ଏହି ମାଟି ଧସିପଡିଛି । ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ପ୍ରଶାସନକୁ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରୁଛନ୍ତି । ମିଳୁଥିବା ସୂଚନାରୁ ମାଟି ଗଦା ତଳୁ ଉଦ୍ଧାରକାରୀ ଏପର୍ଯ୍ୟନ୍ତ ମୋଟ ୬ ଜଣଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି । ଉଦ୍ଧାର ଲୋକଙ୍କ ମଧ୍ୟରୁ ୪ ଜଣ ମାଟି ତଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି ।
ସେମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଯିବା ସହ ଅନ୍ୟମାନଙ୍କର ତଲାସ ଜାରି ରହିଛି । ତେବେ ଦୁର୍ଘଟଣା ସ୍ଥଳରେ ମଟି ବହୁତଳ ଭବନର ବେସମେଣ୍ଟରେ କାନ୍ଥ ତିଆରି ଲାଗି କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୁରଟ ମ୍ୟୁନସିପାଲ କର୍ପୋରେସନ ଦମକଳ ବିଭାଗ ଅଧିକାରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି ସମସ୍ତ ଦଳ

ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି ସମସ୍ତ ଦଳ

Read More...

ଫେରିଯିବ ‘ସୁନ୍ଦରୀ’

ଫେରିଯିବ ‘ସୁନ୍ଦରୀ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page