ମୋ କଲେଜ ଅଭିଯାନ ଆରମ୍ଭ

March 21, 2021, ଓଡ଼ିଶା, , Anupambharat News Bureau


ମୋ କଲେଜ ଅଭିଯାନ ଆରମ୍ଭ
Anupambharat News Bureau
March 21, 2021

ଭୁବନେଶ୍ୱର, ୨୧ା୩(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ‘ମୋ କଲେଜ’ ଅଭିଯାନ ଆରମ୍ଭ କରିବା ସହ ଭର୍ଚୁଆଲ ପ୍ଲାଟଫର୍ମରେ େୱବ୍‌ ପୋର୍ଟାଲ୍‌ ଲୋକାର୍ପଣ କରଛନ୍ତି । ଏହି ଅଭିଯାନରେ ୭୫୫ଟି କଲେଜ ସାମିଲ ଥିବା ବେଳେ ଏହା ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ପ୍ଲାଟଫର୍ମ ଦେବ ଏବଂ ସେମାନେ ମୋ ସ୍କୁଲ ଭଳି ମୋ କଲେଜରେ ନିଜ ନିଜ କଲେଜକୁ ସହାୟତା କରିପାରିବେ । ଏହି ଅବସରରେ ସମଗ୍ର ବିଶ୍ୱରେ ଥିବା ଓଡ଼ିଆ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭୂମିରେ ଥିବା ସେମାନଙ୍କ ଶିକ୍ଷାନୁଷ୍ଠାନଗୁଡ଼ିକର ପୁନଃର୍ନିମାଣରେ ସହଯୋଗୀ ଶକ୍ତି ହେବାକୁ ଆହ୍ୱାନ ଦେଇଛନ୍ତି । ଉଚ୍ଚଶିକ୍ଷାର ଗଠନ ତଥା କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଲାଇଭ୍‌ ଷ୍ଟ୍ରିମ୍‌ ମାଧ୍ୟମରେ ସଂଯୁକ୍ତ ହୋଇଥିବା ବିଭିନ୍ନ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭ୍ୟ ଏବଂ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଏହି ଅଭିଯାନ ଓଡ଼ିଆ ଆଲୁମିନିମାନଙ୍କୁ ଭାବପ୍ରବଣତା ସହିତ ବିନିଯୋଗ କରିବା ପାଇଁ ଏକ ମଞ୍ଚ ଏବଂ ଆମ କଲେଜ୍‌ ଦିନର ସ୍ମୃତିର ରୋମନ୍ଥନଠୁ ଅଧିକ ଲାଭପ୍ରଦ କିଛି ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନ କେବଳ ଛାତ୍ରଙ୍କ ପାଇଁ ସୀମିତ ନୁହେଁ । ଅଣ-ଆଲୁମିନି ସମାଜସେବୀ, ଦାନଶୀଳ ସଂଗଠନ, ଗୋଷ୍ଠୀ ଏବଂ ଅନୁଷ୍ଠାନ ମଧ୍ୟ ଏହି ଅଭିଯାନର ଅଂଶ ହୋଇପାରିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ମିଶନର ପ୍ରଚେଷ୍ଟା କରିବ ଏବଂ ଏହା ରାଷ୍ଟ୍ରନିର୍ମାଣ, ଦକ୍ଷତା ବିକାଶ ଏବଂ ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହନ କରିବ, ଯାହା ଦ୍ୱାରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧ୍ୟୟନ ପାଇଁ ଏକ ଅଭିନବ ତଥା ରୋମାଞ୍ଚକର ସ୍ଥାନ ହୋଇପାରିବ । ଆମେ ସମସ୍ତେ ନିଜ ନିଜ ଶିକ୍ଷାନୁଷ୍ଠାନକୁ ଫେରାଇବାର ଆନନ୍ଦ ଅନୁଭବ କରିବା ଉଚିତ, ଯେଉଁଠାରେ ଆମେ ଆମର ଯୌବନର ଅତ୍ୟନ୍ତ ମୂଲ୍ୟବାନ ସମୟ ଅତିବାହିତ କରିଥିଲା ଏବଂ ଆମ ଭବିଷ୍ୟତ ନିର୍ମାଣ କରିଥିଲୁ । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ଅନୁମତି : ଆଜି ଶୁଭଖୁଣ୍ଟି

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ଅନୁମତି : ଆଜି ଶୁଭଖୁଣ୍ଟି

Read More...

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥଗିତ ଯାତ୍ରା ଆୟୋଜନ ଦିନକୁ ନେଇ ବିବାଦ

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥଗିତ ଯାତ୍ରା ଆୟୋଜନ ଦିନକୁ ନେଇ ବିବାଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page