ଆଉ ଲକଡ଼ାଉନ୍‌ ସ୍ଥିତିକୁ ଫେରିବାନି: ନବୀନ, ଥ୍ରୀଟି ଉପରେ ମୋଦିଙ୍କ ଗୁରୁତ୍ୱ

March 17, 2021, ଓଡ଼ିଶା, , Anupambharat News Bureau


ଆଉ ଲକଡ଼ାଉନ୍‌ ସ୍ଥିତିକୁ ଫେରିବାନି: ନବୀନ,  ଥ୍ରୀଟି ଉପରେ ମୋଦିଙ୍କ ଗୁରୁତ୍ୱ
Anupambharat News Bureau
March 17, 2021


ଭୁବନେଶ୍ୱର/ନୂଆଦିଲ୍ଲୀ,୧୭ା୩: ଦେଶରେ କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଆଉ ଲକଡାଉନ ସ୍ଥିତିକୁ ଫେରିବାନି । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ ଏବଂ ଏଥି ପାଇଁ ସତର୍କ ରହିବା ମଧ୍ୟ ଦରକାର । କୋଭିଡ ନିୟମ ମାନିବାକୁ ଲୋକେ ଢିଲାପଣ ଦେଖାଉଛନ୍ତି । ବିଭିନ୍ନ ଦେଶ ଓ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବା ପରେ ସତର୍କ ହେବା ନିହାତି ଜରୁରୀ । ଏତେ ବିଶାଳ ଜନସଂଖ୍ୟାରେ ହର୍ଡ ଇମୁ୍ୟନିଟି ହାସଲ ସମ୍ଭବପର ନୁହେଁ, ଏହା ସମୟ ସାପେକ୍ଷ । ତେଣୁ ସତର୍କ ରହିବା ବର୍ତ୍ତମାନ ନିହାତି ଜରୁରୀ । ତେବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ମାସ ପରେ ପୁଣି ପ୍ରଧାନମନ୍ତ୍ରୀ କରୋନା ସ୍ଥିତିକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଗତ କିଛି ଦିନ ହେଲା ଦେଶରେ ଦ୍ୱିତୀୟ ଲହର ଦେଖାଦେଇଛି । ମହାରାଷ୍ଟ,ଗୁଜରାଟ ଓ ମଧ୍ୟପ୍ରଦେଶର କେତେକ ସହରରେ ରାତ୍ରୀକାଳୀନ କର୍ଫୁ୍ୟ ଜାରି ହୋଇଛି । ତେବେ କରୋନା ସ୍ଥିତି ନିୟମନ୍ତ୍ରଣକୁ ଆସିବା ପରେ ଟେଷ୍ଟିଂ ଏବଂ ସତର୍କ ହ୍ରାସ ପାଇଥିଲାା ବର୍ତ୍ତମାନ ପୁଣି ଏହା ଉପରେ ଗୁରୁତ୍ୱ ଦେବାକୁ ମୋଦି ଏହି
ଅବସରରେ ପ୍ରକାଶ କରିଥିଲେ । ବିଶେଷକରି ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପରିକି ଆରଟି-ପିସିଆର ଟେଷ୍ଟିଂ ବଢାଇବା ଉପରେ ମଧ୍ୟ ମୋଦି ଜୋର ଦେଇଛନ୍ତି । ତେବେ ଲକ୍‌ଡାଉନ ଭଳି ସ୍ଥିତି ନଉପୁଜିବା ସମ୍ପର୍କରେ ମଧ୍ୟ ମୋଦି କହିଛନ୍ତି । ସଂକ୍ରମିତ ଅଞ୍ଚଳରେ ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନରେ ବିଭକ୍ତ କରି କିଭଳି ନିୟନ୍ତ୍ରଣ ନିଆ ଯାଇ ପାରିବ ତାଉପରେ ମଧ୍ୟ ମୋଦି ଜୋର ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିପିଲି ଉପନିର୍ବାଚନ କୋଭିଡ କଟକଣାରେ ହେବ

ପିପିଲି ଉପନିର୍ବାଚନ କୋଭିଡ କଟକଣାରେ ହେବ

Read More...

ମୋ ଜୀବନ ପ୍ରତି ବିପଦ ଅଛି: ମମତା

ମୋ ଜୀବନ ପ୍ରତି ବିପଦ ଅଛି: ମମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page