ତପ୍ତପାଣି ଘାଟିରୁ ଖସିଲା ବସ, ଜଣେ ମୃତ,୩୫ ଆହତ

May 22, 2019, ଓଡ଼ିଶା, , Anupambharat News Bureau


ତପ୍ତପାଣି ଘାଟିରୁ ଖସିଲା ବସ,  ଜଣେ ମୃତ,୩୫ ଆହତ
Anupambharat News Bureau
May 22, 2019

ମୋହନା/ସାନଢ଼େମୁଣ୍ଡି/ଦିଗପହଣ୍ଡି,୨୧ ।୫(ଅନୁପମ ମିଡ଼ିଆ): ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହୀ ବସ୍‌ ଖସିପଡ଼ିବାରୁ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ଦ୍ୱାରଗାଁର ରଘୁଆ ଗୌଡ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ଦିଗପହଣ୍ଡି ବ୍ଳକ ଦ୍ୱାରଗାଁରୁ କିଛି ଲୋକ ବିବାହ ପ୍ରସ୍ତାବ ନେଇ ଓଆର୦୭ଏନ୍‌୦୮୫୫ ମିନିବସ୍‌ରେ ଗଜପତି ଜିଲ୍ଲା ଚାନ୍ଦିପୁଟ ଗାଁକୁ ଯାଇଥିଲେ । ସେଠାରେ କାର୍ଯ୍ୟକ୍ରମ ଶେଷ କରି ଫେରିବା ବେଳେ ବସ୍‌ଟି ତପ୍ତପାଣୀ ଘାଟିର ଏକ ବୁଲାଣୀରେ ହଠାତ୍‌ ବ୍ରେକ୍‌ ଫେଲ ହେବାରୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲା । ଫଳରେ ବସ୍‌ଟି ଘାଟି ଉପରୁ ୧୦ ଫୁଟ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାର ସୂଚନା ପାଇ ସ୍ଥାନୀୟ ଲୋକ, ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀ ଏବଂ ପାଟପୁର ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

Read More...

ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page