କୃଷି ଓଡ଼ିଶା ଉଦ୍‌ଘାଟିତ

March 15, 2021, ଓଡ଼ିଶା, , Anupambharat News Bureau


କୃଷି ଓଡ଼ିଶା ଉଦ୍‌ଘାଟିତ
Anupambharat News Bureau
March 15, 2021


ଭୁବନେଶ୍ୱର ,୧୫ା୩(ଅନୁପମ ମିଡ଼ିଆ): ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି ଆନୁକୂଲ୍ୟରେ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ୫ ଦିନିଆ ରାଜ୍ୟସ୍ତରୀୟ ‘କୃଷି ଓଡ଼ିଶା-୨୦୨୧’ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ୧୦ଟି ବିଷୟବସ୍ତୁକୁ ନେଇ ପାଠଶାଳା ଆୟୋଜନ କରାଯିବ । ଚାଷୀ, କୃଷି ଉଦ୍ୟୋଗୀ ଏବଂ କୃଷି ବିଜ୍ଞାନୀଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହେବ । କୃଷି ଓଡ଼ିଶାରେ ଏଥର ୧୬୦ଟି ମଣ୍ଡପରେ କୃଷି, ଉଦ୍ୟାନ କୃଷି, ମୃତିକା ସଂରକ୍ଷଣ, ଜଳଛାୟା ମିଶନ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଆଦି ବିଭାଗ ପକ୍ଷରୁ ପ୍ରଦର୍ଶନୀ କରାଯାଉଛି । ଏଥର କୃଷି ଓଡ଼ିଶାରେ ମିଲେଟ୍‌ ମିଶନ୍‌ ଏବଂ ମିଶନ ଶକ୍ତି ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଉଛି । ବୈଷୟିକ ଜ୍ଞାନକୌଶଳ, ନୂଆ ନୂଆ କୃଷି ଯନ୍ତ୍ରପାତି ଏବଂ ବଜାର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ ପ୍ରତିବର୍ଷ ‘କୃଷି ଓଡ଼ିଶା’ ଆୟୋଜନ କରାଯାଉଛି ।ଏ ବର୍ଷ କୃଷି ଓଡ଼ିଶାର ଥିମ୍‌ ­ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ’ ରହିଥିବା ବେଳେ ମାସ୍କଟ୍‌ ରହିଛି ‘ପାଳଛତୁ’ । ଏହି ମେଗା କୃଷି ପ୍ରଦର୍ଶନୀ ମାର୍ଚ୍ଚ ୧୫ରୁ ୧୯ ଯାଏଁ ଚାଲିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ

ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ

Read More...

୨୧ରେ ଆସୁଛନ୍ତି ରାଷ୍ଟ୍ରପତି

୨୧ରେ ଆସୁଛନ୍ତି ରାଷ୍ଟ୍ରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page