ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ

March 15, 2021, ଦେଶ, , Anupambharat News Bureau


ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ
Anupambharat News Bureau
March 15, 2021


ଭୁବନେଶ୍ୱର , ୧୫ା୩(ଅନୁପମ ମିଡ଼ିଆ): ଉଭୟ ଶାସକ ଓ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ଦିନ ତମାମ ଗୃହ ଅଚଳ ରହିଥିଲା । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ହଟ୍ଟଗୋଳ ସମୟରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବା, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ନାଉରୀ ନାୟକ ବିଧାନସଭା ସଚିବଙ୍କ ଆସନରେ ଠିଆ ହୋଇ ପୋଡିୟମକୁ ବାଡେଇବା , ଫାଇବର ଗ୍ଲାସ୍‌କୁ ଟାଣିବା ଆଦି ଦୃଶ୍ୟମାନ ପରିଲକ୍ଷିତ ହୋଇଥିଲା । ଏହା ବ୍ୟତୀତ କଂଗ୍ରେସ ଦଳର କିଛି ସଦସ୍ୟ ମଣ୍ଡି ସମସ୍ୟାକୁ ନେଇ ଭୋକରେ ମରନ୍ତି ଚାଷୀ ଏ ଦେଶେ , କିଏ ବି ପିଉଛି ବିଷ , ମୋଦିଙ୍କର ନାହିଁ ଅବଶୋଷ , ଅମ୍ବାନୀ ଆଦାନୀ ସମ୍ପତ୍ତି ବଢିଲେ ତାଙ୍କର ଖିଲି ଖିଲି ହସ, ଧାନ ପଡିଅଛି ମଣ୍ଡିରେ , ଚାଷୀ କାନ୍ଦୁ ଅଛି ପି„ାରେ ଲେଖାଥିବା ବ୍ୟାନର ପ୍ରଦର୍ଶନ କରିବା ବେଳେ ଶାସକ ଦଳ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ପଳାଇଆସି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ପାଇଁ କ୍ଷମା ପ୍ରାର୍ଥନା ଦାବି କରି ହୋହଲ୍ଲା କରିଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ସାଢ଼େ ୧୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ ଆରମ୍ଭ ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହକୁ ମଧ୍ୟକୁ ଆସି ଚାଷୀଙ୍କଠାରୁ ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ହୋହଲ୍ଲା କରିଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଅନ୍ୟପକ୍ଷରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚାଲିପାରିବ ନାହିଁ ବୋଲି କହି ବିଜେଡି ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ କରିଥିଲେ । ଏହି ହଟ୍ଟଗୋଳରୁ ନିବୃତ ରହିବା ପାଇଁ ବାଚସ୍ପତି ୧୦ଟା ୩୧ରୁ ୧୧ ଟା ୩୦ , ୧୧ ଟା ୩୧ ରୁ ୧୧ଟା ୪୬ ଏବଂ ୧୧ ଟା ୪୮ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଫଳରେ ପ୍ରଶ୍ନୋତ୍ତର, ଶୂନ୍ୟକାଳ ଓ ରାଜ୍ୟର ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଘଟଣା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ସମ୍ପାଦିତ ହୋଇପାରିନଥିଲା । ଅପରାହ୍ନ ୪ଟାରେ ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା କ୍ଷଣି ଉଭୟ ଶାସକ ଓ ବିରୋଧୀ ଦଳ ନିଜ ନିଜ ଦାବିକୁ ଦୋହରାଇଥିଲେ । ବାଚସ୍ପତି ଡ.ପାତ୍ର କହିଥିଲେ ଯେ, ଆଜି ଗୁରୁତ୍ୱପୂର୍ଣ୍ଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି ।
ଏହି ଖର୍ଚ୍ଚ ଦାବି ଆଲୋଚନା କରିବାର ସୁଯୋଗ ଦିଅ;ୁ । ସଭ୍ୟମାନେ ଏହା ଉପରେ ଗରୁତ୍ୱ ନଦେଇ ହୋହଲ୍ଲା ଓ ନାରାବାଜି ଜାରି ରଖିଥିଲେ । ବାଚସ୍ପତି ଗୃହକୁ ୪ ଟା ୧ ରୁ ୪ ଟା ୩୧ , ୪ଟା ୩୩ ରୁ ୫ ଟା ୦୩ ଓ ୫ ଟା ୦୩ ରୁ ୫ ଟା ୧୮ ଯାଏଁ ମୁଲତବୀ ରଖିଥିଲେ । ଏହାପରେ ଗୃହର ବୈଠକ ଆରମ୍ଭ ହୋଇଥିଲା । ଆଜି ହେବାକୁ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଗିଲୋଟିନ୍‌ ମାଧ୍ୟମରେ ପାରିତ ହେବ ବୋଲି ବାଚସ୍ପତି କହିଥିଲେ । ଏହାପରେ ୫ଟା ୧୯ରେ ବାଚସ୍ପତି ଗୃହ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ଯାଏଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ

ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ

Read More...

ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା

ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page