ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି

March 14, 2021, ଦେଶ, , Anupambharat News Bureau


ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି
Anupambharat News Bureau
March 14, 2021


ମୁମ୍ବାଇ: ମୁମ୍ବାଇର ଆଣ୍ଟିଲିଆ ବାହାରେ ସନ୍ଦିU କାର୍‌ ମିଳିବା ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର୍‌ ଧରିଛି । ଶିବସେନା ସାଂସଦ ସଞ୍ଜୟ ରାୱତ ଏହାକୁ ନେଇ ଚକିତ କଲା ଭଳି ବୟାନ ଦେଇଛନ୍ତି । ତାଙ୍କ କହିବାନୁସାରେ, ଏନଆଇଏ ତଦନ୍ତର ବିତିରି କଥା ପୂର୍ବରୁ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାବୀସଙ୍କ ନିକଟରେ ପହଁଚି ଯାଉଛି ।
ଏହା ରାଜ୍ୟ ସରକାରଙ୍କ ପାଇଁ ଭଲ ସଙ୍କେତ ନୁହେଁ । ସଞ୍ଜୟଙ୍କ ବୟାନ ଏହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ରାତିରେ ଏନଆଇଏ ଦୀର୍ଘ ଘଣ୍ଟାର ଜେରା ପରେ ମହାରାଷ୍ଟ୍ର ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ଗିରଫ କରିଥିଲା । ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ ବୋଲି ବିଜେପି ଦାବି କରୁଛି । ଏହାସହ ତାଙ୍କର ମହାରାଷ୍ଟ୍ର ସରକାର ସହ କଣ ଲିଙ୍କ୍‌ ଅଛି ତାହା ସାମ୍ନାକୁ ଆସିବା ଦରକାର ବୋଲି ବିଜେପି କହିଛି । ତେବେ ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏନଆଇଏ ତଦନ୍ତ ହୋଇଛି । କେନ୍ଦ୍ର ସରକାର ରାଜ୍ୟ ଉପରେ ଚାପ ପକାଇବା ପାଇଁ ଏନଆଇଏକୁ ବ୍ୟବହାର କରୁଛନ୍ତି ।
ସବୁ କଥା ଦେବେନ୍ଦ୍ର ଫଡନାବୀସଙ୍କ ପାଖରେ ପହଁଚୁଛି । ଏବେ ସେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇଛନ୍ତି । ଆଣ୍ଟିଲିଆ ବାହାରେ ସନ୍ଦିU କାର୍‌ ମିଳିବା ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର୍‌ ଧରିଛି । ଶିବସେନା ସାଂସଦ ସଞ୍ଜୟ ରାୱତ ଏହାକୁ ନେଇ ଚକିତ କଲା ଭଳି ବୟାନ ଦେଇଛନ୍ତି । ତଦନ୍ତର ବିତିରି କଥା ପୂର୍ବରୁ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାବୀସଙ୍କ ନିକଟରେ ପହଁଚି ଯାଉଛି ।ପ୍ରାୟ ଦେଢବର୍ଷ ପରେ ହିଁ ତାଙ୍କର ଆତ୍ମବିଶ୍ୱାସ ବଢିଥିବା ରାୱତ କଟାକ୍ଷ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ

ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ

Read More...

ଟିଏମ୍‌ସିରେ ଯୋଗଦେଲେ ଯଶୋବନ୍ତ ସିହ୍ନା

ଟିଏମ୍‌ସିରେ ଯୋଗଦେଲେ ଯଶୋବନ୍ତ ସିହ୍ନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page