ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

March 11, 2021, କ୍ରୀଡ଼ା, , Anupambharat News Bureau


ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦
Anupambharat News Bureau
March 11, 2021


ଅହମ୍ମଦାବାଦ,୧୧ା୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ରେ ହରାଇବା ପରେ ଟି୨୦ରେ ମଧ୍ୟ ପ୍ରାଧାନ୍ୟ ଜାହିର କରିବାକୁ ଟିମ୍‌ ଇଣ୍ଡିଆ ଅଣ୍ଟା ଭିଡିଛି । ଏହାଛଡ଼ା ଭାରତ ପାଇଁ ଏହି ସିିରିଜ୍‌ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ୍‌ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହି ସିରିଜରୁ ଭାରତର ବିଶ୍ୱକପ୍‌ ପ୍ରସ୍ତୁତି ଆରମ୍ଭ ହେବ । ଚଳିତ ବର୍ଷ ଶେଷ ଆଡକୁ ଭାରତ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବାକୁ ଥିବାବେଳେ ଏହି ମେଗା ଇଭେଣ୍ଟ ପାଇଁ ସଠିକ ତଥା ସ;ୁଳିତ ଦଳ ପ୍ରସ୍ତୁତ କରିବାକୁ ଏହି ପାଞ୍ଚ ମ୍ୟାଚ୍‌ ସିରିଜରୁ ନିଜ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ ।
ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଅକେଫାବରରେ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଏକ କୋର୍‌ ଦଳ ଗଠନ କରିବା । ଏଥିପାଇଁ ଇଂଲଣ୍ଡ ଭଳି ଏକ ଲଢୁଆ ଦଳ ବିପକ୍ଷ ସିରିଜ କୋହଲିଙ୍କ ପାଇଁ ଏକ ପ୍ରକୃଷ୍ଟ ସୁଯୋଗ । ଟେଷ୍ଟ ସିରିଜ୍‌ ଅପେକ୍ଷା ଟି୨୦ରେ ଇୟନ ମୋର୍ଗାନଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ବହୁଗୁଣରେ ଶକ୍ତିଶାଳୀ । ତେଣୁ ଭାରତକୁ କଡ଼ା ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ ।
ସବୁ ଭୂମିକା ପାଇଁ ଭାରତ ପାଖରେ ଅନେକ ବିକଳ୍ପ ରହିଛି । ଏହା କୋହଲିଙ୍କ ପାଇଁ ଏକ ଶୁଭ ସଙ୍କେତ । ଏଭଳି ସ୍ଥିତି କିଛି ସମସ୍ୟା ବି ସୃଷ୍ଟି କରିପାରେ । ଏନେଇ ଭାରତୀୟ ଦଳ ଭଲ ଭାବେ ଅବହିତ ଅଛି । କାରଣ ୨୦୧୯ ବିଶ୍ୱକପରେ ଭାରତ ଏଭଳି ସ୍ଥିତିର ସାମ୍ନା କରିସାରିଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାରତ ପାଖରେ ଜଣେ ସ୍ଥାୟୀ ଚତୁର୍ଥ ନମ୍ବର ବ୍ୟାଟ୍ସମ୍ୟାନ୍‌ ନଥିଲା । ଏହା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।
ବିଗତ ଟୁର୍ଣ୍ଣାମେଣ୍ଟର ଅନୁଭୂତିରୁ ଅଧିନାୟକ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀ ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ସବୁ ଭୂମିକା ଏବଂ ବ୍ୟାଟିଂ ଅର୍ଡରର ସବୁ ସ୍ଥାନ ଲାଗି ସ୍ଥାୟୀ ଖେଳାଳି ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିବେ । ଉଦାହରଣ ସ୍‌ୱରୂପ ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବ ସେନେଇ ଦଳକୁ ନିଷ୍ପତ୍ତି ନେବାକୁ ପଡିବ । ରୋହିତଙ୍କ ଓପନିଂ ପାର୍ଟନର ଭାବେ ଲୋକେଶ ରାହୁଲଙ୍କ ବ୍ୟତୀତ ଶିଖର ଧାୱନ ବି ରହିଛନ୍ତି ।
ଟେଷ୍ଟ ସିରିଜକୁ ୩-୧ରେ ଜିତିବା ପରେ ଟିମ୍‌ ଇଣ୍ଡିଆ ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ମଧ୍ୟ ପ୍ରାଧାନ୍ୟ ଜାହିର କରିବାକୁ ଅଣ୍ଟା ଭିଡିଛି । ଭାରତୀୟ ଦଳ ଜବରଦସ୍ତ ଫର୍ମରେ ଅଛି ଏବଂ ଟି-୨୦ ରେ ଦଳ ଗତ ସାତୋଟି ସିରିଜରେ ଅପରାଜେୟ ରହିଛି । ଇଂଲଣ୍ଡ ଦଳ ମଧ୍ୟ ଗତ ପାଞ୍ଚ ବର୍ଷ ଧରି କୌଣସି ଟି-୨୦ ସିରିଜରେ ଭାରତକୁ ପରାସ୍ତ କରିପାରି ନାହିଁ ।
ଟି-୨୦ ଦ୍ୱିପାକ୍ଷିକ ସିରିଜରେ ଭାରତୀୟ ଦଳ ଶେଷଥର ଫେବୃଆରୀ ୨୦୧୯ରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା । ଭାରତରେ ଖେଳାଯାଇଥିବା ସେହି ସିରିଜରେ କଙ୍ଗାରୁ ଦଳ ୨-୧ରେ ଜିତିଥିଲା । ଏହା ପରେ ଭାରତୀୟ ଦଳ େୱଷ୍ଟଇଣ୍ଡିଜକୁ ଦୁଇଥର ଏବଂ ବାଂଲାଦେଶ, ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ଥରେ ଲେଖାଏଁ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଡ୍ର ରହିଥିଲା ।
ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ କ୍ରମାଗତ ଦୁଇଟି ଦ୍ୱିପାକ୍ଷିକ ଟି -୨୦ ସିରିଜ ଜିତିଛି । ୨୦୧୭ରେ ଭାରତରେ ଖେଳାଯାଇଥିବା ସିରିଜରେ ଭାରତୀୟ ଦଳ ୨-୧ ଜିତିଥିଲା । ଏହା ପରେ ୨୦୧୮ ରେ ଇଂଲଣ୍ଡରେ ହୋଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆ ୨-୧ ବ୍ୟବଧାନରେ ବିଜୟୀ ହୋଇଥିଲା । ଯଦି ଏଥର ମଧ୍ୟ ଭାରତ ଜିତେ ତେବେ ଏହା ଇଂଲଣ୍ଡ ଉପରେ ସିରିଜ୍‌ ଜିତିବାର ହ୍ୟାଟ୍ରିକ୍‌ ହେବ ।
ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ଏକ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ଦ୍ୱିପାକ୍ଷିକ ସିରିଜ ଖେଳିବ । ଏହାପୂର୍ବରୁ ଭାରତ ୨୦୨୦ ଆରମ୍ଭରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିଥିଲା । ଆଇସିସି ୱାର୍ଲï ଟି -୨୦କୁ ଦୃଷ୍ଟିରେ ରଖି ଦଳ ବର୍ତ୍ତମାନ ଦିନିକିଆ ଅପେକ୍ଷା ଟି-୨୦ ମ୍ୟାଚ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବ ।
ଇଂଲଣ୍ଡ ବିପକ୍ଷରେ ଗତ ଦୁଇଟି ଟି-୨୦ ସିରିଜକୁ ଭାରତ ଜିତିଥାଇ ପାରେ, କି;ୁ ଏହାପୂର୍ବରୁ ଇଂଲଣ୍ଡ ଚାରି ଦ୍ୱିପାକ୍ଷିକ ସିରିଜ ମଧ୍ୟରୁ ତିନିଟିରେ ଭାରତକୁ ପରାସ୍ତ କରିଛି । ସେହି ତିନୋଟି ସିରିଜରେ କେବଳ ୧-୧ ମ୍ୟାଚ୍‌ ଖେଳାଯାଇଥିଲା ୨୦୧୨ ରେ, ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୧ ଡ୍ର ହୋଇଥିଲା । ଅର୍ଥାତ ଯଦି ଏଥର ଭାରତ ଜିତେ, ତେବେ ଦଳ ତିନି ସିରିଜ୍‌ ବିଜୟ ସହିତ ଇଂଲଣ୍ଡର ସମକକ୍ଷ ହେବ ।
ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ ରାହୁଲ, ଶିଖର ଧାୱନ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ନବଦୀପ ସାଇନି, ଦୀପକ ଚହର, ରାହୁଲ ତେୱାତିଆ, ଇଶାନ କିଷାନ ।
ଇଂଲଣ୍ଡ: ଇୟନ୍‌ ମୋର୍ଗାନ (ଅଧିନାୟକ), ଜୋସ ବଟଲର, ଜେସନ ରୟ, ଲିଆମ ଲିଭିଂଷ୍ଟୋନ, ଡେବିଡ୍‌ ମାଲାନ, ବେନ୍‌ ଷ୍ଟୋକ୍ସ, ମୋଇନ ଅଲ୍ଲୀ, ଆଦିଲ ରସିଦ, ରିସ ଟପଲେ, କ୍ରିସ୍‌ ଜୋର୍ଡାନ, ମାର୍କ ଉଡ୍‌, ସାମ୍‌ କରନ୍‌, ଟମ୍‌ କରନ୍‌, ସାମ ବିଲିଙ୍ଗ୍ସ, ଜନି ବେୟାରଷ୍ଟୋ, ଜୋଫ୍ରା ଆର୍ଚର ।
ସମୟ: ସନ୍ଧ୍ର୍ୟା ୭ଟା
ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଟିକା ନେଲେ ରତନ ଟାଟା

କରୋନା ଟିକା ନେଲେ ରତନ ଟାଟା

Read More...

ହୃଦୟ ମୋହିନୀଙ୍କ ପରଲୋକ

ହୃଦୟ ମୋହିନୀଙ୍କ ପରଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page