କଟକଣାରେ ପାଳିତ ଜାଗର ଯାତ୍ରା

March 11, 2021, ଓଡ଼ିଶା, , Anupambharat News Bureau


କଟକଣାରେ ପାଳିତ ଜାଗର ଯାତ୍ରା
Anupambharat News Bureau
March 11, 2021


ଭୁବନେଶ୍ୱର,୧୧ା୩(ଅନୁପମ ମିଡ଼ିଆ): କୋଭିଡ୍‌ କଟକଣା ରାଜ୍ୟର ବିଭିନ୍ନ ଶିବାଳୟ ଗୁଡିକରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି । ମାସ୍କ , ସାନିଟାଇଜ୍‌ ସହ ସାମାଜିକ ଦୂରତା ରକ୍ଷା କରି ଭକ୍ତମାନେ ଦେବ ଦେବ ମହାଦେବଙ୍କ ଦର୍ଶନ କରିଥିଲେ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଭକ୍ତ ନିରାଶ ହୋଇଥିଲେ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରଦ୍ଧାଳୁମାନେ ପ୍ରଶାସନର କଟକଣା ଭିତରେ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ମାତ୍ର ସନ୍ଧ୍ୟାରେ ବେଢା ଭିତରେ ଦୀପ ଜାଳିବା ଲାଗି ଅନୁମତି ନ ଥିବା ହେତୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ପରେ ସେବାୟତଙ୍କ ଦାବିକୁ ମାନି ମନ୍ଦିର ପ୍ରଶାସନ ଦ୍ୱୀପ ଜାଳିବାକୁ ଅନୁମତି ଦେଇଥିଲା । ସେହିପରି ଢେଙ୍କାନାଳ ଜିଲ୍ଲାର ବିଖ୍ୟାତ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁମାନେ ନେଗେଟିଭ କୋଭିଡ ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରିଥିଲେ । ବାହାର ଜିଲ୍ଲାର ଭକ୍ତମାନଙ୍କୁ ଛଡ଼ାଯାଇ ନଥିଲା । ପୁରୀର ଲୋକନାଥ ପୀଠରେ କୋଭିଡ କଟକଣା ଭିତରେ ମହାଶିବରାତ୍ରୀ ପାଳିତ ହେଉଛି । ଏଠାରେ ଭକ୍ତମାନଙ୍କର ଥର୍ମାଲ ଟେଷ୍ଟିଂ କରାଯାଇ ମନ୍ଦିର ଭିତରକୁ ଛଡ଼ାଯାଇଥିଲା । ତେବେ କଟକର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର, ଆରଡ଼ିର ବାବା ଆଖଣ୍ଡଳମଣି ଓ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ପୂଜାଚ୍ଚର୍ନା ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିବାରୁ ମନ୍ଦିର ପରିସର ଖାଁ ଖାଁ ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୃଦୟ ମୋହିନୀଙ୍କ ପରଲୋକ

ହୃଦୟ ମୋହିନୀଙ୍କ ପରଲୋକ

Read More...

ବିଜେଡ଼ିର ନୂଆ ଷ୍ଟ୍ରାଟେଜି ‘ମହିଳା କାର୍ଡ’

ବିଜେଡ଼ିର ନୂଆ ଷ୍ଟ୍ରାଟେଜି ‘ମହିଳା କାର୍ଡ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page