କମିଲା ପାସ୍‌ ହାର

May 22, 2019, ଓଡ଼ିଶା, , Anupambharat News Bureau


କମିଲା ପାସ୍‌ ହାର
Anupambharat News Bureau
May 22, 2019

କଟକ, ୨୧ା୫(ଅନୁପମ ମିଡ଼ିଆ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପୂର୍ବାହ୍ନ ୯ଟା ବେଳେ ପ୍ରକାଶ ପାଇଛି । ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ପାସ୍‌ ହାର ୭୦.୭୮ ପ୍ରତିଶତ ରହିଛି । ଯାହାକି ଗତବର୍ଷ ତୁଳନାରେ କମ୍‌ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷେ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍‌ ହାର ୭୨.୩୫ ରହିଛି । ବୋର୍ଡ ସ୍କୁଲ ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ପ୍ରକାଶିତ ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ ।
ଏବର୍ଷ ରାଜ୍ୟର ୮ ହଜାର ୮୯୦ଟି ସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୫ ହଜାର ୩୫୬ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା । ରେଗୁଲାର, ଏକ୍ସରେଗୁଲାର, ପତ୍ରବିନିମୟ ପାଠ୍ୟକ୍ରମରେ ୫ ଲକ୍ଷ ୭୨ ହଜାର ୬୯୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ କୌଣସି କାରଣ ବଶତଃ ୧୦ ହଜାର ୪୮୩ ଜଣ ପରୀକ୍ଷା ଦେଇନଥିଲେ । ଅବଶିଷ୍ଟ ୫ ଲକ୍ଷ ୬୨ ହଜାର ୨୧୩ ଜଣ ପରୀକ୍ଷା ଦେଇଥିଲା ବେଳେ ୧୦ ଜଣଙ୍କ ଫଳ ସ୍ଥଗିତ ରଖାଯାଇଛି । ୧୧୨୪ ଜଣଙ୍କୁ ମାଲପ୍ରାକଫିିସରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରକାଶିତ ହୋଇଥିବା ୫ ଲକ୍ଷ ୬୧ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏ-୧ରେ ୧୧୮୧, ଏ-୨ରେ ୯୯୩୮, ବି-୧ରେ ୨୪୯୯୧, ବି-୨ରେ ୪୬୩୧୯, ସି-ରେ ୭୬୧୩୯, ଡି-ରେ ୧୧୬୨୬୨, ଇ-ରେ ୧୨୨୦୬୨, ଏଫ-ରେ ୧୬୩୯୫୪ ଓ କମ୍ପାଟମେଣ୍ଟାଲରେ ୨୩୩ ଜଣ ପାସ କରିଛନ୍ତି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧ ଲକ୍ଷ ୯୧ ହଜାର ୬୫୫ ଜଣ ଛାତ୍ର ପାସ୍‌ କରିଥିବା ବେଳେ ୨ଲକ୍ଷ ୫ ହଜାର ୪୭୦ ଜଣ ଛାତ୍ରୀ ପାସ କରିଛନ୍ତି । ଏବର୍ଷ ମୋଟ ୧୯୧୬୫୫ ଜଣ ଛାତ୍ର ଏବଂ ୨୦୫୪୭୦ ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୩୯୭୧୨୫ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ଚଳିତବର୍ଷ ମାଟ୍ରିକ ରେଗୁଲାର ପରୀକ୍ଷାରେ ଝାରସୁଗୁଡା ଜିଲ୍ଲାର ଫଳ ସର୍ବୋଚ୍ଚ ୮୫.୪୮ ପ୍ରତିଶତ ରହିଥିବା ବେଳେ ଦ୍ୱିତୀୟରେ ରହିଛି ବାଲେଶ୍ୱର ଜିଲ୍ଲା । ଏହି ଜିଲ୍ଲାର ପାସ ହାର ୮୫.୨୧ ପ୍ରତିଶତ ରହିଥିବା ବେଳେ କୋରାପୁଟ ଜିଲ୍ଲାର ପାସ୍‌ ହାର ସର୍ବନିମ୍ନ ୫୦.୬୧ ପ୍ରତିଶତରେ ରହିଛି ।
ସେହିଭଳି ମଧ୍ୟମା ୨୦୧୯ ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି । ସର୍ବମୋଟ ୩ହଜାର ୬୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୨୨ ଜଣଙ୍କ ଫଳ ସ୍ଥଗିତ ରହିଛି ଓ ୨୯ ଜଣଙ୍କ ପରୀକ୍ଷା ଫଳକୁ ମାଲପ୍ରାକଫିସ ଯୋଗୁ ସ୍ଥଗିତ ରଖାଯାଇଛି । ୩ ହଜାର ୫୬୩ ଜଣଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗ୍ରେଡ ଏ-୧ କିମ୍ବା ଏ-୨ରେ କୈାଣସି ଛାତ୍ରଛାତ୍ରୀ ପାସ କରିନାହାନ୍ତି । ମଧ୍ୟମା ପରୀକ୍ଷା ଫଳ ପାସ୍‌ ହାର ୮୪.୬୨ ପ୍ରତିଶତ ହୋଇଥିବା ବେଳେ ବି-୧ରେ ୧୭୪ ଜଣ, ବି-୨ରେ ୮୮୩, ସି-ରେ ୧୧୬୪, ଡି-ରେ ୬୯୪, ଇ-ରେ ୨୪ ଏବଂ କମ୍ପାଟମେଣ୍ଟାଲରେ ୭୬ ଜଣ ତଥା ଗ୍ରେଡ ଏଫରେ ୫୭୦ ଜଣ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

Read More...

ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ

ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page