ଦଣ୍ଡ ଯାତ୍ରାରେ ଅପେରା ମନା : ପାରମ୍ପରିକ ରୀତିରେ ପାଳନ ଅନୁମତି

March 08, 2021, ଓଡ଼ିଶା, , Anupambharat News Bureau


ଦଣ୍ଡ ଯାତ୍ରାରେ ଅପେରା ମନା : ପାରମ୍ପରିକ ରୀତିରେ ପାଳନ ଅନୁମତି
Anupambharat News Bureau
March 08, 2021


ଛତ୍ରପୁର ୮ା୩(ଅନୁପମ ମିଡ଼ିଆ): ଚଳିତ ବର୍ଷ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା କେବଳ ମାନସିକଧାରୀଙ୍କ ସକାଶେ ପାରମ୍ପରିକ ରୀତିରେ ଆୟୋଜିତ ହେବ । ଯାତ୍ରା ସମୟରେ ରାତ୍ରିରେ ହେଉଥିବା ଅପେରା ଏବଂ ସାସ୍କୃତିକ କାର୍ଯ୍ୟକ୍ରମକୁ ପୁରା ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏଥିସହିତ ଶିବରାତ୍ରରେ ଭକ୍ତଙ୍କୁ ମନ୍ଦିର ଯିବାକୁ ହେଲେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଦଣ୍ଡ ଏବଂ ଜାଗର ଯାତ୍ରା ଲାଗି ଗାଇଡଲାଇନ୍‌ ସମ୍ପର୍କରେ ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫେରନ୍ସିରେ ଅବଗତ କରାଇଛନ୍ତି ।
କୋଭିଡ଼ ନିୟମ ଅନୁପାଳନ କରି କେବଳ ଦଣ୍ଡୁଆଙ୍କ ଦ୍ୱାରା ଦଣ୍ଡନାଚ ହେବ । ତାହା ମଧ୍ୟ ଦୁଇଶହ ଲୋକଙ୍କ ମଧ୍ୟରେ ସିମୀତ ରଖି କେବଳ ମାନସିକ ଦଣ୍ଡଯାତ୍ରା ପାଳିତ ହେବ । ଯେଉଁ ସଂଖ୍ୟା ସିମୀତ କରାଯାଇଅଛି ତାଠାରୁ ଅଧିକ ଲୋକେ ଯେମିତି ଏଥିରେ ଅଂଶ ଗ୍ରହଣ କରିବେ ନାହିଁ । ଆୟୋଜକ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ନେଇ ନିଜେ ଦାୟିତ୍ୱ ବହନ କରି ଦଣ୍ଡନାଚ କରିବେ । ଭୋଜି କି ଅନ୍ନ ପ୍ରସାଦ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିବେ ନାହିଁ । ମାନସିକଧାରୀ ଦଣ୍ଡୁଆ ଦିନକୁ ଥରେ ମାତ୍ର ରାତ୍ର ସମୟରେ ଯେଉଁ ପ୍ରସାଦ ପ୍ରସ୍ତୁତ କରି ସେବନ କରନ୍ତି ତାହା ହିଁ ସେବନ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ଅନୁମତି ଦେଇଛନ୍ତି । ଦଣ୍ଡଯାତ୍ରା ବେଳେ ଟ୍ରାଫିକ୍‌ ସମସ୍ୟା ଯେପରି ହେବନାହିଁ । ଡିଜେ ଓ ଅପେରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତହସିଲଦାର, କାର୍ଯ୍ୟ ନର୍ବାହୀ ଅଧିକାରୀ ଏବଂ ଭାରପ୍ରାପ୍ତ ଥାନାଧିକାରୀଙ୍କୁ ନେଇ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଏ ସମସ୍ତ ବିଷୟ ଅବଗତ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଦ୍ୱାରା ହିଁ ଦଣ୍ଡ ହେବ, ବାହାର ରାଜ୍ୟରୁ କିମ୍ବା ବାହାର ଜିଲ୍ଲାର ଲୋକଙ୍କୁ ଏଥିରେ ସାମିଲ୍‌ କରିବାକୁ ବାରଣ କରାଯାଇଛି । ଜିଲ୍ଲା ବାହାରୁ ଲୋକେ ଯେମିତି ଆସିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ । ଶିବରାତ୍ର ଜାଗର ନିମନ୍ତେ ମଧ୍ୟ କଟକଣା ଜାରି କରାଯାଇଛି । ମାସ୍କ ନାହିଁ ତ ମନ୍ଦିର ମଧ୍ୟକୁ ପ୍ରବେଶ ନାହିଁ । କେବଳ ଜିଲ୍ଲା ଲୋକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ରହିବ । ଜନସାଧାରଣଙ୍କ ସକାଶେ ଗହଳିପୂର୍ଣ୍ଣ ଭଜନ ସମାରୋହକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୋଭିଡ୍‌ ସଂକ୍ରମିତ ଲକ୍ଷଣ ଥିବା ବ୍ୟକ୍ତି, ଗର୍ଭବତୀ ଓ ଶିଶୁଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି । ମନ୍ଦିର ମଧ୍ୟରେ ଭୋଗ ବଣ୍ଟନ ଓ ପ୍ରସାଦ ସେବନ ହେବ ନାହିଁ । ଠିକ ସେହିଭଳି ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରା ତାରିଣୀଙ୍କର ଚୈତ୍ର ମାସର ପର୍ବ ସକାଶେ ମଧ୍ୟ ପ୍ରଶାସନ ତରଫରୁ ଗାଇଡଲାଇନ୍‌ ଜାରି କରାଯିବ । ସକାଳ ୬ ଘଣ୍ଟାଠାରୁ ସନ୍ଧ୍ୟା ୫ ଘଣ୍ଟା ମଧ୍ୟରେ ଭକ୍ତଗଣ ମାଁଙ୍କର ଦର୍ଶନ କରିପାରିବେ । ମାଁଙ୍କ ପୂଜା ସକାଶେ ଯାହା ନୀତି ନିୟମ ରହିଛି ତାହା ପାଳନ କରାଯିବ । କୋଭିଡ୍‌ ନିୟମ ଅନୁପାଳନ କରାଯାଇ କେବଳ ଗଞ୍ଜାମ ଜିଲ୍ଲା ବାସୀ ମାଁ ଙ୍କର ଦର୍ଶନ ଲାଭ କରିପାରିବେ । ମନ୍ଦିର ଉପର ସ୍ଥାନରେ କୌଣସି ଦୋକାନ ରହିବ ନାହିଁ , ପ୍ରସାଦ ବଣ୍ଟନ ଓ ସେବନ ତଳେ କରାଯିବ । କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜିଲ୍ଳାପାଳ ଏହି ଭିଡ଼ିଓ କନଫେରେନ୍ସିରେ ସୂଚିତ କରିଛନ୍ତି । ଏଥିରେ ବିଏମ୍‌ସି କମିଶନର ଡଃ ସିଦ୍ଦେଶ୍ୱର ବଳିରାମ ବୋନ୍ଦାର, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ୱ, କୀର୍ତ୍ତି ୱାସନ୍‌ , ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି, ବିଡିଏ ସଚିବ ସମ୍ବିତ ରାଉତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ ଦିବ୍ୟଲୋଚନ ମହନ୍ତଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିଶନର

ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିଶନର

Read More...

ଶିମିଳିପାଳ ନିଆଁ ଥମୁନି

ଶିମିଳିପାଳ ନିଆଁ ଥମୁନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page