ଆୟକର ବିଭାଗର ଚଢ଼ଉ ହଜାରେ କୋଟି କଳା ଟଙ୍କା ଉଦ୍ଧାର

March 07, 2021, ଦେଶ, , Anupambharat News Bureau


ଆୟକର ବିଭାଗର ଚଢ଼ଉ ହଜାରେ କୋଟି କଳା ଟଙ୍କା ଉଦ୍ଧାର
Anupambharat News Bureau
March 07, 2021


ନୂଆଦିଲ୍ଲୀ: ଚେନ୍ନାଇରେ ଅବସ୍ଥାନ କରୁଥିବା ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ବାସଭବନରେ ଚଢ଼ଉ କରି ଆୟକର ବିଭାଗର ଅଧିକାରୀମାନେ ଏକ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପରିମାଣର କଳା ଟଙ୍କା ଜବତ କରିଛନ୍ତି । ଉଦ୍ଧାର କରାଯାଇଥିବା । ଟଙ୍କାର କୌଣସି ହିସାବ ନାହିଁ ବୋଲି ରବିବାର ଆୟକର ବିଭାଗ ସୂଚନା ଦେଇଛି । ଚେନ୍ନାଇ ନଗରୀରେ ଜଣେ ବିଖ୍ୟାତ ଅଳଙ୍କାର ବ୍ୟବସାୟୀ ଭାବେ ପରିଚିତ ବ୍ୟକ୍ତିଙ୍କ ବାସଭବନରେ ପ୍ରଥମେ ଚଢ଼ଉ କରାଯାଇଥିଲା । ଉକ୍ତ ବ୍ୟବସାୟୀଙ୍କ ଚେନ୍ନାଇ, ମୁମ୍ବାଇ, କୋଏମ୍ବାଟୁର, ମାଦୁରାଇ, ତ୍ରିଚି, ତ୍ରିସୁର, ନେଲୁର, ଜୟପୁର ଏବଂ ଇନ୍ଦୋର ପ୍ରଭୃତି ନଗରୀର ବାସଭବନ ଗୁଡିକରେ ଚଢ଼ଉ ହୋଇଥିଲା । କୌଣସି ହିସାବ ନଥାଇ ଉକ୍ତ ଅଳଙ୍କାର ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କାର ନଗଦ ରାଶି ମିଳିଛି ବୋଲି ଅଧିକାରୀମାନେ କହିଛନ୍ତି । ଉକ୍ତ ଟଙ୍କା କେଉଁଠାରୁ ସଂଗ୍ରହ କରାଯାଇଛି, ଏ ସମ୍ପର୍କରେ କୌଣସି ପ୍ରମାଣ ବ୍ୟବସାୟୀଙ୍କ ନିକଟରେ ନଥିଲା । ଅଳଙ୍କାର ବ୍ୟବସାୟୀଙ୍କ କାରବାରରୁ ଜଣାପଡିଛି ଯେ, ବ୍ୟବସାୟୀ ଜଣକ ସ୍ଥାନୀୟ ଲୋକଙ୍କ ଠାରୁ ଋଣ ଆକାରରେ ଅର୍ଥ ଆଦାୟ କରିଥିଲେ ଏବଂ ତାହା ପୈଠ ମଧ୍ୟ କରୁଥିଲେ । ଏପରିକି ଖ୍ୟାତନାମା ବିଲ୍‌ଡରମାନଙ୍କୁ ଆର୍ଥିକ ଋଣ ନଗଦ ରାଶି ଆକାରରେ ପ୍ରଦାନ କରୁଥିଲେ । ଟିକସ ଦାଖଲ ନକରି କୋଟି କୋଟି ଟଙ୍କାର ସେ ଟିକସ ଫାଙ୍କୁଥିଲେ ବୋଲି ଆୟକର ବିଭାଗ ଜାଣି ପାରିଛି । ଏଭଳି ବିଭିନ୍ନ ଆର୍ଥିକ ଅନିୟମିତତା କାରଣ ଯୋଗୁଁ ଦୁଇଜଣ ବ୍ୟବସାୟୀଙ୍କ ବାସଭବନରୁ ଏକ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ କଳା ଟଙ୍କା ଜବତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିମିଳିପାଳ ନିଆଁ ଥମୁନି

ଶିମିଳିପାଳ ନିଆଁ ଥମୁନି

Read More...

ହାତମାରିଲେ ଧରାପଡୁଛନ୍ତି କୋଟିପତି !

ହାତମାରିଲେ ଧରାପଡୁଛନ୍ତି କୋଟିପତି !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page