ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା

March 07, 2021, ଦେଶ, , Anupambharat News Bureau


ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା
Anupambharat News Bureau
March 07, 2021


କଟିହାର: ବିହାର କଟିହାର ଜିଲ୍ଲାରେ ପ୍ରଶାସନର ସମ୍ବେଦନହୀନତାର ଛବି ସାମ୍ନାକୁ ଆସିଛି । ସୁଶାସନ ଦାବି ମଧ୍ୟରେ ସାହାଯ୍ୟ ନ ପାଇ ଜଣେ ଅସହାୟ ପିତାଙ୍କୁ ୧୩ ବର୍ଷୀୟ ପୁଅର ଶବକୁ ବସ୍ତାରେ ବାନ୍ଧି ୩ କିଲୋମିଟର ଯାଏଁ ଚାଲିବାକୁ ପଡିଲା । କଟିହାର ଜିଲ୍ଲା କୁର୍ସେଲା ଥାନାର ସମ୍ବେଦନହୀନତା ଯୋଗୁଁ ପିତାଙ୍କୁ ପୁଅର ଶବ ବସ୍ତାରେ ରଖି ଚାଲିବାକୁ ପଡିଲା । ପ୍ରଶାସନ ଟିକିଏ ସମବେଦନା ଦେଖାଇ ସାହାଯ୍ୟ ପାଇଁ ଆମ୍ବୁଲାନ୍ସ ଉପଲବ୍ଧ କରାଇଥାନ୍ତା ତାହେଲେ ପିତାକୁ ପୁଅ ଶବ ବସ୍ତାରେ ରଖି ଯିବାକୁ ପଡ଼ିନଥାନ୍ତା । ଭାଗଲପୁର ନିବାସୀ ନିରୁ ଯାଦବ କହିଛନ୍ତି ଯେ ଗୋପାଳପୁର ଥାନା ତିନଟଙ୍ଗା ଗାଁ ନଦୀ ପରି କଲାବେଳେ ତାଙ୍କର ୧୩ ବର୍ଷୀୟ ପୁଅ ଡଙ୍ଗାରୁ ପଡିଯାଇଥିଲା । ତାପରେ ସେ ନିଖୋଜ ହୋଇଯାଇଥିଲାା ଏ ସମ୍ପର୍କରେ ଥାନାରେ ନିଖୋଜ ମାମଲା ରୁଜ୍ଜୁ ହୋଇଥିଲା । ଖୋଜାଖୋଜି ପରେ ପୁଅର ଶବ ଖେରିୟା ନଦୀ ତଟରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ସୂଚନା ପାଇ ପିତା ନିରୁ ଯାଦବ ଘଟରେ ପହଞ୍ଚି ଦେଖିଲେ ପୁଅର ଶବ ଗଳିତା ଅବସ୍ଥାରେ ରହିଛି । ଶବକୁ ଜୀବଜ;ୁ ଖଣ୍ଡିଆ ଖାବରା କରିଦେଇଥିଲେ । ପୁଅର କପଡା ଓ ଶାରୀରିକ ଅଙ୍ଗ ଆଧାରରେ ତାକୁ ଚିହ୍ନଟ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ପ୍ରଶାସନର ସମ୍ବେଦନହୀନତା । ଶବ ନେବା ପାଇଁ ଗୋପାଳପୁର ଥାନା ପୋଲିସ ଓ କଟିହାର କୁର୍ସେଲା ଥାନା ପୋଲିସ ଆମ୍ବୁଲାନ୍ସ ଡାକିବା ଜରୁରୀ ବୋଲି ଭାବିଲେନି । ଶେଷରେ ଅସହାୟ ପିତା ପୁଅର ଶବ ବସ୍ତାରେ ଭର୍ତ୍ତି କରି ଚାଲିଲେ । ଅସହାୟ ପିତା ପୋଲିସର ସମ୍ବେଦନହୀନତାକୁ ନେଇ କହିଛନ୍ତି ଯେ ପୋଲିସ ଯେତେବେଳେ ସହାନୁଭୂତି ଦେଖାଇଲାନି ସେ ବା ଆଉ କଣ କରିଥାନ୍ତେ । ସେଥିପାଇଁ ସେ ଶବ ବସ୍ତାରେ ଭରି ନେଇଯାଇଥିଲେ । ମାମଲା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କଟିହାର ଡ଼ିଏସପି ପୁରା ମାମଲାର ଯାଞ୍ଚ କରିବାକୁ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ତ୍ରୀ ଓ ଝିଅକୁ ବଞ୍ଚାଇବା ପାଇଁ ବାଘର ତଣ୍ଟି ଚିପି ମାରିଦେଲେ ଯୁବକ

ସ୍ତ୍ରୀ ଓ ଝିଅକୁ ବଞ୍ଚାଇବା ପାଇଁ ବାଘର ତଣ୍ଟି ଚିପି ମାରିଦେଲେ ଯୁବକ

Read More...

ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page