ଏସଏଫଡିଆର୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

March 05, 2021, ଓଡ଼ିଶା, , Anupambharat News Bureau


ଏସଏଫଡିଆର୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
Anupambharat News Bureau
March 05, 2021


ନୂଆଦିଲ୍ଲୀ, ୫ା୩: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସଫଳତା ପୂର୍ବକ ସଲିଡ ଫୁଏଲ ଡକେଫଡ ରାମଜେଟ (ଏସଏଫଡିଆର) ପ୍ରଯୁକ୍ତି ଆଧାରିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ସ୍ଥଳୀରୁ ଆଜି ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଏହାର ସଫଳ ଆକାଶମାର୍ଗ ପରୀକ୍ଷଣ (ଫ୍ଲାଇଟ୍‌ ଟେଷ୍ଟ) କରାଯାଇଥିଲା । ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍‌ ମୋଟର ସମେତ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା । ଏହି ପରୀକ୍ଷଣ ସମୟରେ ସଲିଡ ଫୁଏଲ ଡକେଫଡ ରାମଜେଟ ପ୍ରଯୁକ୍ତି ସହିତ ବହୁ ନୂତନ ପ୍ରଯୁକ୍ତି ପ୍ରମାଣିତ ହୋଇଥିଲା । ସଲିଡ ଫୁଏଲ ଡକେଫଡ ରାମଜେଟ ପ୍ରଯୁକ୍ତିର ସଫଳ ପରୀକ୍ଷଣ ହେବା ପରେ ଡିଆରଡିଓକୁ ଏକ ନୂତନ ପ୍ରଯୁକ୍ତି ଲାଭ ମିଳିପାରିଛି । ଯାହାଫଳରେ ଆକାଶରୁ ଆକାଶମାର୍ଗକୁ ନିକ୍ଷେପ କରି ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିବାରେ ସହାୟକ ହୋଇପାରିବ । ର୍ବମାନ ବିଶ୍ୱର ମାତ୍ର ହାତଗଣତି କେତୋଟି ଦେଶ ନିକଟରେ ଏହି ପ୍ରଯୁକ୍ତି ଉପଲବ୍ଧ ରହିଛି । ଏହାଛଡ଼ା ନୋଜଲ-ଲେସ ବୁଷ୍ଟର ଯୋଗୁ ସଂଖ୍ୟାଧିକ ରାମଜେଟ୍‌ ଅପରେସନ ସହ ତାଳମେଳ ସ୍ଥାପନ କରିବାରେ ସହାୟତା ମିଳିପାରିବ । କ୍ଷେପଣାସ୍ତ୍ରର ପ୍ରଦର୍ଶନକୁ ଆଇଟିଆର ପକ୍ଷରୁ ନିୟୋଜିତ ଇଲେକେଫ୍ରା ଅପଫିକାଲ, ରାଡାର ଓ ଟେଲିମେଟ୍ରି ଉପକରଣ ସହାୟତାରେ ନିରୀକ୍ଷଣ କରାଯାଇଥିଲା । ଏହା ମିଶନ ଲକ୍ଷ୍ୟର ସଫଳତାକୁ ସୁନିଶ୍ଚିତ କରିଥିଲା । ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବ୍ରୋଟୋରୀ (ଡିଆରଡିଏଲ), ରିସର୍ଚ୍ଚ ସେ ଇମାରତ (ଆରସିଆଇ) ଏବଂ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବ୍ରୋଟୋରୀ (ଏଚଇଏମଆରଏଲ) ସମେତ ବିଭିନ୍ନ ଡିଆରଡିଓ ଲ୍ୟାବର ବରିଷ୍ଠ ବୈଜ୍ଞାନିକମାନେ ଏହି ନିକ୍ଷେପଣକୁ ଅନୁଧ୍ୟାନ କରିଥିଲେ । ଏସଏଫଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ବୈଜ୍ଞାନିକ, ଭାରତୀୟ ବାୟୁ ସେନା ଓ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଆ ଲେଖାପଢା ଜାଣିନଥିବାରୁ ସରପଞ୍ଚଙ୍କ ପଦ ଗଲା

ଓଡ଼ିଆ ଲେଖାପଢା ଜାଣିନଥିବାରୁ ସରପଞ୍ଚଙ୍କ ପଦ ଗଲା

Read More...

ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର

ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page