ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ: ନବୀନ

March 05, 2021, ଓଡ଼ିଶା, , Anupambharat News Bureau


ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ: ନବୀନ
Anupambharat News Bureau
March 05, 2021


ଭୁବନେଶ୍ୱର,୫ା୩(ଅନୁପମ ମିଡ଼ିଆ): ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ । ସେ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟକୁ ସାମଗ୍ରିକ ବିକାଶପଥରେ ଆଗେଇ ନେବାପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ଆହ୍ୱନ ଦେଇଛନ୍ତି । ରାଜ୍ୟ ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆହ୍ୱାନ ଦେଇଛନ୍ତି । ସେ କହିଥିଲେ ଯେ, ଏହି ଆଦର୍ଶରେ ନେତା କର୍ମୀମାନେ କାମ କରୁଛନ୍ତି । ତାଙ୍କର ଆଦର୍ଶ, ନୀତି ଓ ଚିନ୍ତାଧାର ପ୍ରତିଟି କ୍ଷେତ୍ରରେ ପ୍ରତିଫଳିତ ହୋଇପାରିଛି । ଓଡିଶାକୁ ବିକାଶ ଶୀର୍ଷରେ ପଞ୍ଚାଇବା ଲକ୍ଷ୍ୟ ଓ ସ୍ୱାଭିମାନର ସୁରକ୍ଷା ପାଇଁ ଲଢେଇ ଜାରି ରହିବ । ଗାଁରବିକାଶ ଆମ ପାଇଁ ସବୁଠାରୁ ବଡ ପୁରସ୍କାର । ଗାଁ କଚ୍ଚା ଘର ପMା ହେଉଛି, ପାଣି, ବିଜୁଳିରେ ଘର ଉଜ୍ଜ୍ୱଳ ଦିଶୁଛି । ସେତେବେଳେ ତା ମୁହଁରେ ହସ ଆସୁଛି । ଏହା ଆମ ପାଇଁ ବଡ଼ ପୁରସ୍କାର । ମାଆ ଯେବେ ପଞ୍ଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର
ଚିତ୍ର ଉଜ୍ଜ୍ୱଳ ଦିଶୁଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିିନିୟରିଂରେ ସୁଯୋଗ ସୃଷ୍ଟି ହେଉଛି । ଯୁବ ସମାଜ ସ୍ୱପ୍ନ ସାକାର ହେଉଛି । ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାରେ ପରିପ୍ରକାଶ ହେଉଛି । ଆହୁରି ବାଟ ଆଗକୁ ଯିବାକୁ ଅଛି । ହେଲେ ଆହୁରି ଅଧିକ କାମ କରିବାକୁ ହେବ । ଆସ;ୁ ମିଳିମିଶି ତାଙ୍କ ମାର୍ଗରେ ସେବା କରିବାକୁ ସଙ୍କଳ୍ପ ନେବା । ଓଡ଼ିଶା ସ୍ୱାଭିମାନ ପାଇଁ କାମ କରିବା ବୋଲି ସେ ଆହ୍ୱାନ ଜଣାଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ଯାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସନ୍ଦିU ସ୍କର୍ପିଓ ଜବତ ଘଟଣାରେ ନୂଆ ମୋଡ଼ : ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର

ସନ୍ଦିU ସ୍କର୍ପିଓ ଜବତ ଘଟଣାରେ ନୂଆ ମୋଡ଼ : ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର

Read More...

ଆସାମରେ ୯୨ଟି ଆସନରେ ଲଢିବ ବିଜେପି

ଆସାମରେ ୯୨ଟି ଆସନରେ ଲଢିବ ବିଜେପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page