କେନ୍ଦ୍ରାପଡାରେ ଷ୍ଟିଲ୍‌ ପ୍ଲାଣ୍ଟ କରିବ ମିତଲ

March 04, 2021, ଓଡ଼ିଶା, , Anupambharat News Bureau


କେନ୍ଦ୍ରାପଡାରେ ଷ୍ଟିଲ୍‌ ପ୍ଲାଣ୍ଟ କରିବ ମିତଲ
Anupambharat News Bureau
March 04, 2021


ଭୁବନେଶ୍ୱର, ୪ା୩(ଅନୁପମ ମିଡ଼ିଆ):­ କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତଲ । କେନ୍ଦ୍ରାପଡାରେ ୧୨ ମିଲିୟନ୍‌ ଟନ୍‌ କ୍ଷମତା ବିଶିଷ୍ଟ ଏହି ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୫୦ ହଜାର କୋଟି ଟଙ୍କାର ବିନିଯୋଗ ହେବ । ଏଥିନେଇ ଗୁରୁବାର ଲୋକସେବା ଭବନର ନୂଆ କନଭେନସନ୍‌ ସେଣ୍ଟର ଠାରେ ଓଡିଶା ସରକାର ଓ ଆର୍ସେଲର ମିତଲ , ନିପନ ଷ୍ଟିଲ୍‌ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମିତଲ ଗ୍ରୁପ୍‌ର ଅଧ୍ୟକ୍ଷ ଏଲ ୍‌ଏନ୍‌. ମିତଲ , ଇସ୍ପାତ ଓ ଖଣି ଏବଂ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁବାବୁଙ୍କର କର୍ମଭୂମି ଥିଲା ଏବଂ ସେ ଏହି ଜାଗା ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟରୁ ଭଲ ପାଉଥିଲେ । କେନ୍ଦ୍ରାପଡ଼ାରେ ସମନ୍ୱିତ ଷ୍ଟିଲ୍‌ କମ୍ପ୍ଲେକ୍ସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଏହି ବୃହତ୍‌ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଓ ସୁବିଧା ଯୋଗାଇଦେବେ । ଦୂରଦୃଷ୍ଟିସମ୍ପନ୍ନ ଶିଳ୍ପନୀତି, ସହଜ ପ୍ରକ୍ରିୟା ଏବଂ ସୁଦୃଢ଼ ଭିତିଭୂମିକ ବିକାଶ ଯୋଗୁ ଓଡ଼ିଶା ଆଜି ଦେଶରେ ଶ୍ରେଷ୍ଠ ଆକର୍ଷଣୀୟ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳ ଭାବେ ସଫଳତାର ସହ ଉଭା ହୋଇଛି । ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ରାପଡ଼ାଠାରେ ଏକ ସମନ୍ୱିତ ଷ୍ଟିଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରି ବହୁତ ଆନନ୍ଦିତ ବୋଲି ଉଲ୍ଲେଖ କରି ମିତଲ କହିଛନ୍ତି ଯେ, ଓଡ଼ିଶାରେ ଆର୍ସେଲର ମିତଲ ନିପନ ଷ୍ଟିଲ୍‌ର ପାରାଦୀପଠାରେ ଥିବା ୬ ଏମ୍‌ଟିପିଏ କ୍ଷମତାବିଶିଷ୍ଟ ପେଲେଟାଇଜେସନ୍‌ ପ୍ଲାଣ୍ଟ ସହିତ ଏହାର କ୍ଷମତା ୧୨ ଏମ୍‌ଟିପିଏକୁ ବୃଦ୍ଧି ପାଇବ ଏବଂ କେଉଁଝରଠାରେ ଥିବା ଲାଭକାରୀ କମ୍ପ୍ଲେକ୍ସ ଏବଂ ସ୍ଲରି ପାଇପଲାଇନ୍‌ ପୂର୍ବରୁ କାର୍ଯ୍ୟକ୍ଷମ ଅଛି । ସେ ପୁଣି କହିଛନ୍ତି ଯେ, ଓଡ଼ିଶାର ସରକାରଙ୍କ ତ୍ୱରିତ କାର୍ଯ୍ୟପ୍ରଣାଳିରେ ସେ ବହୁତ ଆନନ୍ଦିତ, ଯାହା ତାଙ୍କର ବିଶ୍ୱବ୍ୟାପୀ ଅଭିଜ୍ଞତା ଆଧାରରେ ସର୍ବଶ୍ରେଷ୍ଠ । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଆର୍ସେଲର ମିତଲ ନିପନ ଷ୍ଟିଲ୍‌, ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ଓମେନ୍‌ଙ୍କ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ
ସଚିବ (୫-‘ଟି’) ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମିତଲ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକା ନେଲେ କେଜରିୱାଲ୍‌

ଟିକା ନେଲେ କେଜରିୱାଲ୍‌

Read More...

ଓବିସିଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦିଅ;ୁ: ଧର୍ମେନ୍ଦ୍ର

ଓବିସିଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦିଅ;ୁ: ଧର୍ମେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page