ଭାରତ ଠାରୁ ଋଣ ନେଲା ଆମେରିକା

February 27, 2021, ଦେଶ, , Anupambharat News Bureau


ଭାରତ ଠାରୁ ଋଣ ନେଲା ଆମେରିକା
Anupambharat News Bureau
February 27, 2021

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ହେଉଛି ଆମେରିକାର ଅର୍ଥବ୍ୟବସ୍ଥା । କି;ୁ ଏହି ଅର୍ଥବ୍ୟବସ୍ଥାର ଋଣ ଭାର ଏବେ ଏତେ ବଢ଼ି ଯାଇଛି ଯେ, ଯେ କେହି ବି ଏହାକୁ ଶୁଣିବ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବ ।
ଏହି ଦେଶ ଭାରତଠାରୁ ଏବେ ୨୧୬ ବିଲିୟନ୍‌ ୟୁଏସ୍‌ ଡଲାର ଋଣ ନେଇଛି । ଏହି ଋଣ ପରେ ଆମେରିକାର ମୋଟ ଋଣ ୨୯ ଟ୍ରିଲିୟନକୁ ବଢ଼ି ଯାଇଛି । ଏହାକୁ ନେଇ ଆମେରିକାର ଜଣେ ସାଂସଦ କହିଛନ୍ତି ଯେ, ବୈଦେଶିକ ଋଣକୁ ନେଇ ଚିନ୍ତା ବଢ଼ିଛି । ଏହି ଋଣର ଅଧିକାଂଶ ଅଂଶ ଚୀନ୍‌ ଏବଂ ଜାପାନ୍‌ରେଥିବା ସେ କହିଛନ୍ତି ।
୨୦୨୦ରେ ୟୁଏସର ଜାତୀୟ ଋଣ ୨୩.୪ ଟ୍ରିଲିୟନ୍‌ ରହିଥିଲା, ଯାହାଫଳରେ ଆମେରିକାରେ ଜଣଙ୍କ ମୁଣ୍ଡ ପିଛା ୭୨,୩୦୯ ଡଲାର କରଜ ରହିଥିଲା
ଆମେରିକା କଂଗ୍ରେସର ଆଲେକ୍ସ ମୁନି ଏନେଇ କହିଛନ୍ତି ଯେ, ଆମେ ଆଗକୁ ବଢ଼ିବାକୁ ଯାଉଛୁ । କାରଣ ଆମର ଜାତୀୟ ଋଣ ୨୯ ଟ୍ରିଲିୟନ୍‌ ୟୁଏସ୍‌ ଡଲାର୍କୁ ବୃଦ୍ଧି ହୋଇଛି ଯାହାକି ଆମେରିକାବାସୀଙ୍କ ଉପରେ ପୁଣି ବୋଝ ଲଦି ହେଲା ଭଳି ହୋଇଛି ।
ଏଥିରେ ଋଣ ବ୍ୟବସ୍ଥା ବହୁତ ଖରାପ ସ୍ଥିତି ଆଡ଼କୁ ଗତି କରୁଥିବା ସେ କହିଥିବା ବେଳେ ଚୀନ୍‌ ଏବଂ ଜାପାନ ଠାରୁ ଅତ୍ୟଧିକ ଋଣ କରାଯାଇଥିବା ସେ କହିଛନ୍ତି । ଯେଉଁମାନେ କି ଆମେରିକାର ବନ୍ଧୁ ରାଷ୍ଟ୍ର ନୁହନ୍ତି ।
ସେ ପୁଣି କହିଛନ୍ତି, ଆମର ଜାତୀୟ ଋଣ ୨୭.୯ ଟ୍ରିଲିୟନ ଡଲାର ଅଛି । ଏହା ପ୍ରକୃତରେ ଦେଶରେ ବାସକରୁଥିବା ପ୍ରତ୍ୟେକ ଆମେରିକୀୟ ନାଗରିକଙ୍କ ପାଇଁ ୮୪,୦୦୦ ଡଲାରର ଋଣ ଠାରୁ ଟିକେ ଅଧିକ ବୋଲି ମୁନି କହିଛନ୍ତି । ଏଥିସହିତ ଆମେ ଗୋଟିଏ ବର୍ଷରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୦,୦୦୦ ଡଲାର ଋଣ ନେଇଛୁ । ଯାହାକି ଆମର ନିୟନ୍ତ୍ରଣ ବାହାରେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟିଲା

ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟିଲା

Read More...

ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର

ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page