ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ

February 27, 2021, ଦେଶ, , Anupambharat News Bureau


ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ
Anupambharat News Bureau
February 27, 2021


ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତି ନିଜ ଜୀବନସାଥୀଙ୍କ ମାନ ସମ୍ମାନକୁ ଆଘାତ ଦିଅନ୍ତି ତେବେ ଏହା ମାନସିକ କ୍ରୁରତା ସହ ସମାନ । ଏହା ଛାଡପତ୍ରର ଆଧାର ମଧ୍ୟ ହୋଇ ପାରିବ । ସେନାର ଜଣେ ଅଧିକାରୀ ଏବଂ ତାଙ୍କ ପତ୍ନୀଙ୍କ ମାମଲାରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ ଟିªଣୀ କରିଛନ୍ତି । କୋର୍ଟ କହିଛନ୍ତି ଜୀବନସାଥୀଙ୍କ ବିରୋଧରେ ପ୍ରତିଷ୍ଠାକୁ ହାନୀ ପହଞ୍ଚାଇବା ପରି ଅଭିଯୋଗ କରିବା ଏବଂ ପ୍ରତିଷ୍ଠାକୁ ଆଘାତ ଦେବା ମାନସିକ କ୍ରୁରତାର ଅନ୍ତର୍ଗତରେ ଆସିବ । ଏହି ଆଧାରରେ ସୁପ୍ରିମକୋର୍ଟ ସେନାର ଅଧିକାରୀଙ୍କୁ ତାଙ୍କ ପତ୍ନୀଙ୍କ ବିରୋଧରେ ଛାଡପତ୍ର କେସ୍‌ରେ ଡିଗ୍ରୀ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଏସକେ କୌଲଙ୍କ ନେତୃତ୍ୱାଧୀନ ପୀଠ କହିଛନ୍ତି, ଏହି ମାମଲାରେ ଉତ୍ତରାଖଣ୍ଡ ହାଇକୋର୍ଟରେ ନିଷ୍ପତ୍ତିରେ ତ୍ରୁଟି ରହିଛି । ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ, ବୈବାହିକ ଜୀବନରେ ଏହା ଏକ ସାମାନ୍ୟ ଘଟଣା । ତେବେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଦେଶରେ କହିଛନ୍ତି ଯେ, ଏହି ମାମଲାରେ ଆବେଦନକାରୀଙ୍କ ବିରୋଧରେ ପ୍ରତିବାଦୀ କ୍ରୁରତା ଏବଂ ସମ୍ମାନହାନୀ କରିଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିବା ସହ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଅଦାଲତ କହିଛନ୍ତି, ଏହି ମାମଲାରେ ଆବେଦନକାରୀଙ୍କ ଦଲିଲକୁ ସ୍ୱୀକାର କରାଯାଉଛି ଏବଂ ତାଙ୍କୁ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବାର ଅଧିକାର ରହିଛି ।
ପତ୍ନୀଙ୍କ ଦଲିଲ ଖାରଜ କରାଯାଉଛି, ଯିଏ ବୈବାହିକ ଜୀବନ ଅବ୍ୟାହତ ରଖିବାକୁ ଦଲିଲ୍‌ ଦେଇଥିଲେ । ସେନାର ଜଣେ ଅଧିକାରୀ ସୁପ୍ରିମକୋର୍ଟରେ ଆବେଦନ କରି ପତ୍ନୀଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନାର ଅଭିଯୋଗ କରିଥିଲେ । ଏହି ଆଧାରରେ ସେ ଛାଡପତ୍ର ଦାବି କରିଥିଲେ । ପତ୍ନୀ ଏକ ପିଜି କଲେଜ୍‌ରେ ଫେକଲଫି ଅଛନ୍ତି । ଉଭୟଙ୍କ ବିବାହ ୨୦୦୬ରେ ହୋଇଥିଲା । ତେବେ ଉଭୟ ୨୦୦୭ରେ ଅଲଗା ହୋଇ ଯାଇଥିଲେ । ଆବେଦନକାରୀ ସେନାର ଅଧିକାରୀ କହିଛନ୍ତି, ପତ୍ନୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ସବୁ ଜାଗାରେ ତାଙ୍କ ମାନ ସମ୍ମାନକୁ କ୍ଷୂର୍ଣ୍ଣ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଯଦି କିଏ ନିଜ ଜୀବନସାଥୀଙ୍କ ମାନ ସମ୍ମାନକୁ ତାଙ୍କର ସହକର୍ମୀ କିମ୍ବା ସମାଜରେ ଅନ୍ୟ ଲୋକଙ୍କ ଗହଣରେ କ୍ଷତି ପହଞ୍ଚାଏ ତେବେ ତାହା ମାନସିକ କ୍ରୁରତା ପରିଧିରେ ଆସିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର

ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର

Read More...

ମାର୍ଚ୍ଚ ମାସର ଗାଇଡ୍‌ଲାଇନ୍‌ : ଯାତ୍ରା ପରିବେଷଣକୁ ଅନୁମତି

ମାର୍ଚ୍ଚ ମାସର ଗାଇଡ୍‌ଲାଇନ୍‌ : ଯାତ୍ରା ପରିବେଷଣକୁ ଅନୁମତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page