ବଢୁଛି ରାଜଧାନୀ ତାପମାତ୍ରା

February 27, 2021, ଓଡ଼ିଶା, , Anupambharat News Bureau


ବଢୁଛି ରାଜଧାନୀ ତାପମାତ୍ରା
Anupambharat News Bureau
February 27, 2021


ଭୁବନେଶ୍ୱର, ୨୭ା୨(ଅନୁପମ ମିଡ଼ିଆ):ଲଗାତାର ଚତୁର୍ଥ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଗତ ୩ ଦିନର ରେକର୍ଡକୁ ଭାଙ୍ଗି ଶନିବାର ଭୁବନେଶ୍ୱରରେ ୪୦.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶୁକ୍ରବାର ଭୁବନେଶ୍ୱରର ତାପମାତ୍ରା ୪୦.୦୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଗୁରୁବାର ରାଜଧାନୀର ତାପମାତ୍ରା ୩୯.୪ ଓ ବୁଧବାର ୩୮ ଡିଗ୍ରୀ ରହିଥିଲା । ଅପରପକ୍ଷରେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ମାର୍ଚ୍ଚ ଆରମ୍ଭ ନହେଉଣୁ ପାରଦ ବଢି ବଢି ଚାଲିଥିବା ବେଳେ ଆଗାମୀ ୫ ଦିନ ଭିତରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିବ । ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୁବନେଶ୍ୱର ସମେତ, ଖୋର୍ଦ୍ଧା, କଟକ ,ଯାଜପୁର , କେନ୍ଦ୍ରାପଡା, ବାଲେଶ୍ୱର , ଭଦ୍ରକ , ଅନୁଗୁଳ ଆଦି
ଜିଲ୍ଲାରେ ତାପମାତ୍ରା ବଢିପାରେ । ଶନିବାର ଭୁବନେଶ୍ୱର ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ ହୋଇଥିବ । ବେଳେ ଯାଜପୁରରେ ୩୯,ଅନୁଗୁଳ ୩୮.୯, ତାଳଚେର ୩୮, ନୂଆପଡାରେ ୩୮.୩, ଡେରାବିଶ ୩୭.୮, ଦେବଗଡ ୩୭.୧, ନବରଙ୍ଗପୁରରେ ୩୪.୩ ଡିଗ୍ରୀ ରେକର୍ଡ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାର୍ଚ୍ଚ ମାସର ଗାଇଡ୍‌ଲାଇନ୍‌ : ଯାତ୍ରା ପରିବେଷଣକୁ ଅନୁମତି

ମାର୍ଚ୍ଚ ମାସର ଗାଇଡ୍‌ଲାଇନ୍‌ : ଯାତ୍ରା ପରିବେଷଣକୁ ଅନୁମତି

Read More...

ଗ୍ୟାସ୍‌ ଦର ୨୫ ଟଙ୍କା ବଢ଼ିଲା

ଗ୍ୟାସ୍‌ ଦର ୨୫ ଟଙ୍କା ବଢ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page