ଭାରତ ବନ୍ଦକୁ ସିପିଆଇ (ଏମ)ର ସମର୍ଥନ

February 25, 2021, ଓଡ଼ିଶା, , Anupambharat News Bureau


ଭାରତ ବନ୍ଦକୁ ସିପିଆଇ (ଏମ)ର ସମର୍ଥନ
Anupambharat News Bureau
February 25, 2021


ଭୁବନେଶ୍ୱର,୨୫ ଫେବୃୟାରୀ (ହି.ସ ) ­ ଏକ ରାଷ୍ଟ୍ର ଏକ ଟିକସ ବ୍ୟବସ୍ଥା ନାମରେ ମୋଦି ସରକାର ଜି.ଏସ.ଟି ବ୍ୟବସ୍ଥା ପ୍ରଚଳନ ଫଳରେ ସାଧାରଣ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ନାହିଁନଥବବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜି.ଏସ.ଟି ବ୍ୟବସ୍ଥା ପ୍ରଚଳନ ଯୋଗୁଁ ରାଜ୍ୟମାନେ ନିଜ ନିଜ ରାଜ୍ୟରେ ସମ୍ବଳ ସଂଗ୍ରହ ପାଇଁ ପୂର୍ବରୁ ନିଜସ୍ୱ ରାଜ୍ୟ ଟିକସ ବ୍ୟବସ୍ଥା ପାଇଁ ଯାହା କିଛି ଅଧିକାର ଥିଲା ତାହା ସମ୍ପୂର୍ଣ୍ଣ ବାତିଲ ହୋଇଯାଇଛି । ଫଳରେ ସମସ୍ତ କ୍ଷମତା କେନ୍ଦ୍ର ସରକାର ହାତରେ ଠୁଳ ହୋଇ ରହିଛି ଏବଂ ରାଜ୍ୟମାନେ କେନ୍ଦ୍ରର ଦୟାର ପାତ୍ରରେ ପରିଣତ ହୋଇଛନ୍ତି । ରାଜ୍ୟମାନେ ସେମାନଙ୍କ ଜି.ଏସ.ଟି କରରୁ ସେମାନଙ୍କ ହକ୍‌ ପ୍ରାପ୍ୟ ନିର୍ଦ୍ଦିଷ୍ଟ ସମୟରେ ପାଇବା ନିମନ୍ତେ ଜିଏସଟି କାଉନସିଲର ସର୍ବସମ୍ମତି ନିଷ୍ପତିକୁ କେନ୍ଦ୍ର ସରକାର ଅମାନ୍ୟ କରିଚାଲିଛନତି । କୋଭିଡ଼ ସମୟରେ ଆର୍ଥିକ ବୋଝର ଆଳ ଦେଖାଇ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇପାରିବେ ନାହିଁ ବୋଲି କହି ରାଜ୍ୟ ମାନଙ୍କ ଉପରେ ସମଗ୍ର କୋଭିଡ଼୍‌ ବୋଝକୁ ଲଦି ଦେଲେ ।
କେବଳ ସେତିକି ନୁହେଁ ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବଂ ସେ୍ୱଚ୍ଛାଚାରୀ ମାର୍ଗରେ ଜି.ଏସ.ଯି ଆଇନରେ ୯୦୦ ରୁ ଉର୍ଦ୍ଧ୍ୱ ସଂଶୋଧନ କରି ଜଟିଳ କରି ପକାଇବା ଫଳରେ ସାଧାରଣ ବ୍ୟବସାୟୀମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି । ଛୋଟ ଓ ମଧ୍ୟମ ବ୍ୟବସାୟୀମାନଙ୍କ ଠାରୁ ଜୁଲୁମ୍‌ କରି ବିପୁଳ ଅର୍ଥ ଆୟ କରିବା ପାଇଁ ଜି.ଏସ.ଟି ଏକ ମାଧ୍ୟମ ହୋଇଛି ।
ସେହିପରି ଇ-କମର୍ସ ବ୍ୟବସାୟ ଯୋଗୁଁ ଦେଶର ପୂର୍ବ ପ୍ରଚଳିତ ଖୁଚୁରା ଓ ପାଇକାରୀ ବ୍ୟବସାୟୀ ସମ୍ପୂର୍ଣ୍ଣ ଧ୍ୱଂସ ହେବ । ଦେଶର ୧ କୋଟି ୫୦ ଲକ୍ଷ ଛୋଟ ଦୋକାନ ଓ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ୬ କୋଟି ଲୋକଙ୍କ ଜିବୀକା ପ୍ରଭାବିତ ହେବ ।
ଇ କମର୍ସ ପ୍ରଚଳନକୁ ବିଜେପି ସରକାର ସର୍ବାଧିକ ଗୁରୁତ୍ୱ ଦେବା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆମାଜନ ଓ ରିଲାଏନସ ପରି ଦେଶୀ ବିଦେଶୀ କମ୍ପାନୀ ମାନଙ୍କ ସ୍ୱାର୍ଥ ରକ୍ଷା କରିବା । ସେଥିପାଇଁ ୧୯୫୫ ମସିହାରେ ପ୍ରଣୀତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ମୋଦି ସରକାର ଅଚଳ କରି ସାରିଛନ୍ତି । ଏହା ଫଳରେ ଚାଉଳ, ଡାଲି, ଗହମ, ତେଲ ପରି ଅତ୍ୟାବଶ୍ୟକ ସାମଗ୍ରୀ ବିପୁଳ ପରିମାଣରେ ମହଜୁଦ କରି ରଖିବା ଏଣିକି ଧର୍ତବ୍ୟ ଅପରାଧ ନୁହେଁ । ଇ କମର୍ସ ବ୍ୟବସାୟ ଯୋଗୁଁ ବଡ଼ ବଡ଼ କର୍ପୋରେଟ ମାନଙ୍କ ହାତକୁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସାୟ ଚାଲିଯିବ । ଥରେ ବଜାର ଦଖଲ କଲା ପରେ ସେମାନେ ବିକ୍ରୟ ଦର ସ୍ଥିର କରିବେ । ଫଳରେ ଦରଦାମ୍‌ ଅତ୍ୟଧିକ ବୃଦ୍ଧି ପାଇବ ଓ ଦେଶର ଖାଦ୍ୟ ନିରାପତା ବିପନ୍ନ ହେବ ।
ଏହି ପରିପ୍ରେକ୍ଷୀରେ ବ୍ୟବସାୟ ସଂଘ ତରଫରୁ ଜିଏସଟି ବିରୋଧରେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଆନ୍ଦୋଳନ ଡାକରା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।
ସିପିଆଇ(ଏମ) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ୨୬ ଫେବୃଆରୀ ଭାରତ ବନ୍ଦକୁ ସମର୍ଥନ କରିବା ସଂଗେ ସଂଗେ ଜନସାଧାରଣ ପୂର୍ଣ୍ଣ ସହଯୋଗ କରି ବନ୍ଦକୁ ସଫଳ କରିବାକୁ ନିବେଦନ କରୁଛୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

Read More...

କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣା ମୃତୁ୍ୟ ସଂଖ୍ୟା ୨ କୁ ବୃଦ୍ଧି : ୨୪ ଆହତ

କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣା ମୃତୁ୍ୟ ସଂଖ୍ୟା ୨ କୁ ବୃଦ୍ଧି : ୨୪ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page