ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ

February 24, 2021, ଓଡ଼ିଶା, , Anupambharat News Bureau


ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ
Anupambharat News Bureau
February 24, 2021


କଟକ, ୨୪ା୨(ଅନୁପମ ମିଡ଼ିଆ): ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆଜି ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଦୁଇଜଣ ଜାମିନଦାରଙ୍କ ଦ୍ୱାରା ୫ ଲକ୍ଷ ଟଙ୍କା ଲେଖାଏଁ ସହିତ ୨୪ ଲକ୍ଷ ଟଙ୍କା ଜମା ଦେଇ ଜାମିନରେ ଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତିି । ଏଥିସହିତ ପ୍ରତି ମାସ ଶେଷ ତାରିଖରେ ଜୁଲାଇ ମାସ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ଜମା ଦେବା ପାଇଁ ନିର୍ଦ୍ଦେଶ ରହିଛି । ଆହୁରି ମଧ୍ୟ ସର୍ତ୍ତ ରହିଛି ଯେ, ବିଧାୟକ ପାଣିଗ୍ରାହୀ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ ଓ ଓଡିଶା ବାହରକୁ ଗଲେ କୋର୍ଟଙ୍କ ଅନୁମତି ନେବାକୁ ହେବ । ମାମଲାର ବିବରଣୀ ଅନୁଯାୟୀ, କ୍ରାଇମବ୍ରାଞ୍ଚ ପକ୍ଷରୁ ଠକେଇ ମାମଲାରେ ୨୦୨୦ ଡିସେମ୍ବର ୩ରେ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା । ଲୋକ ବିରୋଧି କାର୍ଯ୍ୟକଳାପ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା । ବହିଷ୍କୃତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ମିଶି ଚାକିରି ଦେବା ନାଁରେ ଗଞ୍ଜାମ ଜିଲ୍ଲାର ବେକାର ଯୁବକମାନଙ୍କଠାରୁ ସେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା । ତେବେ ଅନ୍ୟ ଏକ ଭିଜିଲାନ୍ସ ମାମଲା ତାଙ୍କ ବିରୋଧରେ ଚାଲୁଥିବା ବେଳେ ସେ ଏବେ ଜେଲରୁ ମୁକୁଳିପାରିବେ ନାହିଁ ବୋଲି ଜଣାପଡିଛି । ପାଣିଗ୍ରାହୀଙ୍କ ପକ୍ଷରୁ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା

ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା

Read More...

ଜାପାନରେ ବୃଦ୍ଧିପାଉଛି ଆତ୍ମହତ୍ୟା

ଜାପାନରେ ବୃଦ୍ଧିପାଉଛି ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page