୧୩୬ ଲୋକଙ୍କୁ ମୃତ ଘୋଷଣା କରିବେ ସରକାର

February 23, 2021, ଦେଶ, , Anupambharat News Bureau


୧୩୬ ଲୋକଙ୍କୁ ମୃତ ଘୋଷଣା କରିବେ ସରକାର
Anupambharat News Bureau
February 23, 2021


ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ହୋଇଥିବା ଜଳ ମହାପ୍ରଳୟକୁ ୧୭ ଦିନ ବିତିସାରିଛି । ଏ ପର୍ଯ୍ୟନ୍ତ ମଧ୍ୟ ଫଶି ରହିଥିବା ୧୩୬ ଲୋକଙ୍କ ପତ୍ତା ମିଳିପାରିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ଲୋକଙ୍କ ଶବ ଏବଂ ୨୯ ମନୁଷ୍ୟ ଅଙ୍ଗ ମିଳିଥିବା ଜଣାପଡ଼ିଛି ।
ପ୍ରଳୟକୁ ଏତେ ଦିନ ବିତିଯାଇଥିବାରୁ ରାଜ୍ୟ ସରକାର ନିଖୋଜ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବାକୁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି । ଖୁବ୍‌ ଶିଘ୍ର ଏଥିପାଇଁ ଆଦେଶ ଜାରି କରାଯିବ । ଯଦି ଏହା ଘୋଷଣା ହୋଇଯାଏ ତେବେ ପ୍ରଳୟରେ ମୃତ ସଂଖ୍ୟା ୨୦୬କୁ ବୃଦ୍ଧି ହେଇଯିବ । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଚମୋଲି ଏବଂ ଏହାର ଆଖପାଖ ଅଞ୍ଚଳରେ ଲଗାତାର ଖାଜାଖୋଜି କରାଯାଉଛି । ବହୁତ ସଂଖ୍ୟାରେ ଲୋକଙ୍କ ଶବ ଉଦ୍ଧାର କରାଯାଇଛି । କିଛି ଲୋକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହାଛଡ଼ା ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଲୋକଙ୍କର କିଛି ପତ୍ତା ମିଳିପାରିନାହିଁ ସେମାନଙ୍କୁ ଏବେ ସରକାର ମୃତ ଘୋଷଣା କରିବେ ବୋଲି କହିଥିବା ଜଣାପଡ଼ିଛି ।
ଜଳ ପ୍ରଳୟ କାରଣରୁ ଋଷିଗଙ୍ଗା ମୁହାଣରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦରେ ପ୍ରାୟ ୪.୮୦ କୋଟି ଲିଟର ପାଣି ଥିବାର ଆକଳନ କରାଯାଉଛି । ଏହି ଆକଳନ ହିସାବରେ ହ୍ରଦରେ ପ୍ରାୟ ୪୮ ହଜାର ଘନ ଲିଟର ପାଣି ଅଛି । ଯଦି ଏହା ଭାଙ୍ଗିଯାଏ ତାହେଲେ ବଡ ଧରଣର ଦୁର୍ଘଟଣା ହୋଇପାରେ । ତେଣୁ ୩୦ ଜଣିଆ ଏକ୍ସପର୍ଟଙ୍କ ଏକ ଟିମ ଋଷିଗଙ୍ଗା ନଦୀର ମୁହାଣକୁ ପାଖାପାଖି ୧୫ ଫୁଟ ଚଉଡା କରିଛନ୍ତି ।
ରେଣିରେ ହୋଇଥିବା ହିମÕଳନ ପରେ ଋଷିଗଙ୍ଗା ଉପରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦର ତଦାରଖ ପାଇଁ ବିଶେଷଜ୍ଞ ଦଳ ଯାଇଥିଲେ । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ (ଏସଡିଆରଏଫ) କାମାଣ୍ଡେଣ୍ଟ ନବନୀତ ଭୁଲ୍ଲରଙ୍କ କହିବାନୁଯାୟୀ, ତାଙ୍କ ଟିମ ହ୍ରଦ ମୁହାଣକୁ ୧୫ ଫୁଟ ଚଉଡା କରିବାରେ ସଫଳ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ରରେ ପାତଞ୍ଜଳିର କରୋନିଲ୍ର ବିକ୍ରି ଉପରେ ପ୍ରତିବନ୍ଧକ

ମହାରାଷ୍ଟ୍ରରେ ପାତଞ୍ଜଳିର କରୋନିଲ୍ର ବିକ୍ରି ଉପରେ ପ୍ରତିବନ୍ଧକ

Read More...

ଘୁଞ୍ଚିଲା ଶବନମଙ୍କ ଫାଶୀ

ଘୁଞ୍ଚିଲା ଶବନମଙ୍କ ଫାଶୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page