କେନାଲ୍‌କୁ ବସ୍‌ ଖସି ପଡିବା ଘଟଣା : ୭ ଜଣଙ୍କ ଜୀବନ ବଞ୍ଚାଇଥିଲେ ଶିବରାନୀ

February 19, 2021, ଦେଶ, , Anupambharat News Bureau


କେନାଲ୍‌କୁ ବସ୍‌ ଖସି ପଡିବା ଘଟଣା :  ୭ ଜଣଙ୍କ ଜୀବନ ବଞ୍ଚାଇଥିଲେ  ଶିବରାନୀ
Anupambharat News Bureau
February 19, 2021


ଭୋପାଳ: ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରହିଥାନ୍ତି । ଦୁନିଆରେ ମହିଳାମାନେ ପୁରୁଷ ମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ବିବେଚିତ ହୋଇଥାନ୍ତି । ଜଣେ ମହିଳା ହିଁ ପ୍ରତ୍ୟେକ ସୁବିଧା ଅସୁବିଧାରେ ଦୃଢ ଭାବରେ ପାଖରେ ଠିଆ ହୋଇଥାନ୍ତି ଏବଂ ନିଜ ଅପେକ୍ଷା ଅନ୍ୟମାନଙ୍କର ଅଧିକ ଯତ୍ନ ମଧ୍ୟ ନେଇଥାନ୍ତି । ନିକଟରେ ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଘଟିଥିବା ବସ୍‌ ଦୁର୍ଘଟଣା ବିଷୟରେ ପ୍ରାୟତଃ ସମସ୍ତେ ଅବଗତ ଅଛନ୍ତି । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ପ୍ରାୟ ୫୦ଜଣ ଯାତ୍ରୀ ପ୍ରାଣ ହରାଇ ସାରିଛନ୍ତି । ଏଥି ମଧ୍ୟରେ, ଏହି ଦୁର୍ଘଟଣାରେ ଜଣେ ଏଭଳି ବାହାଦୁର ଝିଅ ନଜରକୁ ଆସିଛନ୍ତି, ଯିଏ କି ନିଜ ଜୀବନକୁ ବାଜି ଲଗାଇ କେନାଲରେ ବୁଡ଼ି ଯାଉଥିବା ଲୋକଙ୍କ ଜୀବନ ରକ୍ଷା କରିଛନ୍ତି । ୧୭ ବର୍ଷୀୟା ଝିଅ ଶିବରାନୀ ଲୋନିଆ । ଯାହାଙ୍କର ସାହସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଶିବରାନୀ ହେଉଛନ୍ତି ସେଇ ଝିଅ ଯିଏକି ଏହି ବସ୍‌ ଦୁର୍ଘଟଣାରେ କେନାଲରେ ବୁଡ଼ି ଯାଉଥିବା ୭ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି । ଏଥିରେ ତାଙ୍କ ଭାଇ ଆଶା ବାନସାଲ ମଧ୍ୟ ତାଙ୍କୁ ସହଯୋଗ କରିଛନ୍ତି ।
ତେବେ ଚିକିତ୍ସା ସମୟରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଶିବରାନୀ ସେହି କେନାଲ କୂଳରେ ରୁହନ୍ତି ଏବଂ ଏହି ବସ୍‌ ଦୁର୍ଘଟଣା ବିଷୟରେ ସେ ଆଖପାଖର ଲୋକମାନଙ୍କୁ କହିଥିଲେ । ଏହି କେନାଲଟି ୨୫ ଫୁଟ ଗଭୀର ବିଶିଷ୍ଟ ହୋଇଥିଲେ ମଧ୍ୟ , ଶିବରାନୀ ଗଭୀର ଜଳକୁ ଖାତିର ନକରି ନିଜ ଜୀବନକୁ ବାଜି ଲଗାଇ କେନାଲକୁ ଡେଇଁପଡିଥିଲେ । ଏହା ଦେଖି ତାଙ୍କ ଭାଇ ମଧ୍ୟ ତାଙ୍କ ସହ କେନାଲକୁ ଡେଇଁପଡି ୭ ଜଣଙ୍କୁ ଉଦ୍ଧାର କରିଥିଲେ । ଶିବରାନୀଙ୍କ ଏହି ସାହସିକତା ଚର୍ଚ୍ଚାର ବିଷୟ ପାଲଟିଛି । ଲୋକମାନେ ତାଙ୍କୁ ଢେର ପ୍ରଶଂସା କରିବା ସହିତ ଅନେକ ବଡ ବଡ ନେତା ମଧ୍ୟ ଏ ସମ୍ପର୍କରେ ଟୁଇଟ୍‌ କରି ଶିବରାନୀଙ୍କୁ ଅଭିବାଦନ ଜଣାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ଟୁଇଟ୍‌ କରି ଏହି ପିଲାମାନଙ୍କୁ ପ୍ରଶଂସା କରି କହିଛନ୍ତି, ସିଦ୍ଧି ବସ୍‌ ଦୁର୍ଘଟଣାରେ ନିଜ ଜୀବନକୁ ଖାତିର ନ କରି ବାଣସାଗର କେନାଲକୁ ଡେଇଁ ସାତ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସରଦା ଗାଁର ଝିଅ ଶିବରାନୀ ଲୋନିଆ ଏବଂ ଆଶା ବାନସାଲଙ୍କ ସାହସିକତାକୁ ନମସ୍କାର । ଉଭୟ ସମ୍ମାନର ଯୋଗ୍ୟ ।
ଏହି ଘଟଣା ପରେ ଶିବରାନୀ କହିଛନ୍ତି, ‘ଯେତେବେଳେ ବସ୍‌ କେନାଲରେ ପଡ଼ିଗଲା, ସେତେବେଳେ ମୁଁ ଏବଂ ମୋ ଭାଇ କେନାଲ ନିକଟରେ ଛିଡା ହୋଇଥିଲୁ । ବସ୍‌ କେନାଲରେ ପଡ଼ିଯିବାର ଦେଖିବା ମାତ୍ରେ ମୋ ଭାଇ ଏବଂ ମୁଁ, ଲୋକଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ କେନାଲକୁ ଡେଇଁପଡିଥିଲୁ । ଶିବରାନୀଙ୍କ ବ୍ୟତୀତ ଅନ୍ୟ ପିଲାମାନେ ମଧ୍ୟ ଥିଲେ ଯାହାଙ୍କର ବୟସ ୧୬ ରୁ ୨୨ ବର୍ଷ ମଧ୍ୟରେ । କୁହାଯାଉଛି ଯେ ବସରେ ପ୍ରାୟ ୩୦ ରୁ ୩୫ଜଣ ଛାତ୍ର ଥିଲେ, ଯେଉଁମାନେ ସତନାରେ ଏ ଏନ୍‌ ଏମ୍‌ ପରୀକ୍ଷା ଦେବାକୁ ଯାଉଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ

ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ

Read More...

ଆଇପିଏଲ୍‌ରେ ଅର୍ଜୁନ ତେନ୍ଦୁଲକର

ଆଇପିଏଲ୍‌ରେ ଅର୍ଜୁନ ତେନ୍ଦୁଲକର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page