ବଡବଡିଆଙ୍କୁ ରାସନ କାର୍ଡ

May 21, 2019, ଓଡ଼ିଶା, , Anupambharat News Bureau


 ବଡବଡିଆଙ୍କୁ ରାସନ କାର୍ଡ
Anupambharat News Bureau
May 21, 2019

ପିପିଲି,୨୧ା୫(ଅନୁପମ ମିଡିଆ): ରାଜ୍ୟ ସରକାର ନିହାତି ଗରିବ ଲୋକଙ୍କ ଦାନାପାଣି ପାଇଁ ରାସନ କାର୍ଡ ଖିଛନ୍ତି । ଚାଉଳ, ଗହମ ଗଣ୍ଡାଏ ପାଇଲେ ସେମାନଙ୍କ ପରିବାର ଅନ୍ତତଃ ଭୋକରେ ରହିବେ ନାହିଁ । ମୁଲପାତିରେ ଜାହା ପାଇବେ ସେଥିରେ ଆଳୁତିଅଣ ଖର୍ଚ୍ଚ ଉଠିବ । ରୋଷେଇ ଗଣ୍ଡେ କରି ପିଲାଙ୍କ ତୁଣ୍ଡରେ ଦେଇ ପାରିବେ । ସରକାର ଏହି ଅପ›ଚ୍ଛ କାଳିନ ସ୍ଥିତିରେ ଗରିବଙ୍କ ଛପର ପାଇଁ ଜରି ଖଣ୍ଡେ ତା ସହିତ ୨ ହଜାର ଟଙ୍କା ଦେଉଛନ୍ତି । ଯାହାକି ପ୍ରକୃତ ଗରିବଙ୍କ କ୍ଷେତ୍ରରେ ଆର୍ଶିବାଦ ଭଳି ଭତା ହୋଇଛି । ତେବେ ଏଥିିରେ ଗଳିଆ ପଡିଥିବାର ଦେଖିବାକୁ ମିଳୁଛି । ରU ଔଙ୍କଦ୍ଭମUସକଫଦ୍ଭ ଟ୍ଟ ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ମିଳୀବା ପରିବର୍ତେ ଅନେକ ବଡବଡିଆଙ୍କୁ ରାସନ କାର୍ଡ ମିଳିଥିବାର ଦେଖିବାକୁ ମିଳିଛି । କୌଣସି ଉପାୟରେ ଗରିବଙ୍କ ପାଇଁ ଉଦ୍ଧିଷ୍ଟ ରାସନ କାର୍ଡକୁ କିଛି ବଡବଡିଆ ହାତେଇ ନେଇଛନ୍ତି ।
ଗରିବଙ୍କ ଛଦ୍ମ ବେଶରେ ବଂଟନ କେନ୍ଦ୍ରକୁ ଜାଇ ଅପାତଃ କାଳୀନ ରାଶିକୁ ପକେଟସ୍ଥ କରୁଛନ୍ତି । ଯିଏ ଧାନ ମଣ୍ଡିରେ ଶହ ଶହ କ୍ୱିଂଟାଲ ଧାନ ବିକ୍ରୟ କରୁଛି ସେ ନେଉଛି ଭତା । ଏବେ ସେମାନେ ଚାଉଳ ନନେଇ ବାହାରେ ସେଇ ଚାଉଳକୁ ୧୬ରୁ ୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୟ କରୁଛନ୍ତି । ତୁଛାରେ ୮୦୦ରୁ ଉର୍ଦ୍ଧ ଟଙ୍କା ପକେଟସ୍ଥ କରୁଛନ୍ତି । କେହି ଯଦି ଚିହ୍ନି ପଚାରି ଦେଉଛି ତେବେ କହୁଛନ୍ତି ଆମ ଘର ପାଇଟିଆଳଙ୍କ ପାଇଁ ନେଉଛୁ । ଆଗକୁ ବିପଦ ଆପଦ ଅଛି ରାସନ କାର୍ଡ ଖଣ୍ଡେ ଦେଇଦେଇଥିଲେ ପିଲାଙ୍କ ପାଠ ପଢାରୁ ଆରମ୍ଭ କରି ଖାଦ୍ୟ ଦ୍ରବ୍ୟ ମାଗଣା ହୋଇପଡିବ । ଅଫିସର ମାନଙ୍କୁ ଧରାଧରି କରି ଆମେ ରାସନ କାର୍ଡ ହାତେଇଛୁ ବୋଲି ମାନୁଛନ୍ତି । ଖାଲି ଏତିକି ନୁହେଁ ଏବେ ଘର ଭଙ୍ଗା ଟଙ୍କା ବଂଟା ହେବ, ସେଥିପାଇଁ ରାଜସ୍ୱ ନିରିକ୍ଷକଙ୍କ ପାଖରେ ଆଗରୁ ବଡବଡିଆଙ୍କ ଲବି ଆରମ୍ଭ ହୋଇଗଲାଣି । ଗୁହାଳ ଘର, ଜାଳ ଘରକୁ ନିଜର ଚଳିବା ଘର ଦେଖାଇ ଭଲ ପଇସା ପାଇବାର କାରସାଦି ଚାଲିଲାଣି । ଏହି ଉପାୟରେ ହୁଏତ ଜଣକା ୯୦ହଜାର ଟଙ୍କା ଆର୍ଥିକ ସହାୟତା ଗିଳିଦେବେ । କେହି ଦେଖିବାକୁ ନାହିଁ କି କେହି କହି ପାରିବେ ନାହିଁ । ରାସନ କାର୍ଡରେ ଧନି କି ଗରିବ ଲେଖା ନାହିଁ । ଯିଏ ଗଳି ପସି ଏହି କାର୍ଡର ଅଧିକାରୀ ହୋଇପାରିଛି ତାଙ୍କର ୩ମହଲା କୋଠା ତଳେ ଅଡି କାର ଥିଲେ ବି ସିଏ ଗରିବ । ଏଣେ ଗରିବ ଲୋକଟିର ଘର ଭାଙ୍ଗି ପଡିଛି । ପ୍ରବଳ ଟାଣ ଖରାରେ ଡହଳ ବିକଳ ହେଉଛି । ତାର ରାସନ କାର୍ଡ ନଥିବାରୁ ସେ ସୂର୍ଯ୍ୟ, ଚନ୍ଦ୍ର ଦେଖାଯାଉଥିବା ଘରେ ପଲିଥିନ ଖଣ୍ଡେ ପକାଇବାକୁ ସରକାରଙ୍କ ପକ୍ଷରୁ ଯୋଗ୍ୟ ହିତାଧିକାରୀ ହୋଇପାରିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର

ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର

Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ଯୁବତୀ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ଯୁବତୀ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page