ଦୂତିଙ୍କ ସମଲିଙ୍ଗୀ ବିବାହକୁ ନେଇ ସରସ୍ୱତୀଙ୍କ ଆଖିରେ ଆଖିଏ ଲୁହ

May 21, 2019, ଓଡ଼ିଶା, , Anupambharat News Bureau


 ଦୂତିଙ୍କ ସମଲିଙ୍ଗୀ ବିବାହକୁ ନେଇ ସରସ୍ୱତୀଙ୍କ ଆଖିରେ ଆଖିଏ ଲୁହ
Anupambharat News Bureau
May 21, 2019

ଯାଜପୁର,୨୧ ।୫(ଅନୁପମି):ଦେଶର ଅନ୍ୟତମ ଜଣାସୁଣା ଧାବିକା ଦୂତି ଚାନ୍ଦଙ୍କ ସମବିବାହ ନିଷ୍ପତ୍ତିକୁ ନେଇ ପରିବାରରେ ଝଡଉଠିଛି । ଗାଁଉଳି ଝିଅ ଦୂତିଙ୍କୁ ନେଇ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ତ୍ୟାଗ କରିଥିବା ଅନ୍ୟତମ ଜଣାସୁଣା ଧାବିକା ତଥା ଦୂତିଙ୍କ ବଡ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ଆଖିରେ ଆଖିଏ ଲୁହ । ନିଜ ହାତରେ ଗଢିଥିବା, ନିଜ ପ୍ରାଣଠୁ ଅଧିକ ଭଲପାଉଥିବା ତଥା ସାଧାରଣ ଝିଅରୁ ପ୍ରସିଦ୍ଧ ଧାବିକା କରି ଗଢିତୋଳିଥିବା ଅତି ଆପଣାର ନିଜ ସାନଭଉଣୀର ଅପ୍ରତ୍ୟାସିତ ନିଷ୍ପତ୍ତି ତାଙ୍କୁ ମୁକ କରିଦେଇଛି । ସେ ବିଶ୍ୱାସ କରିପାରୁ ନାହାଁନ୍ତି ନିଜ ଭଉଣୀ ଏଭଳି ଏକ ପ୍ରତିକୂଳ ନିଷ୍ପତ୍ତି ନେଇଛନ୍ତି ।
ନିଜଭଉଣୀକୁ ଗଢିତୋଳିବା ପାଇଁ ନିଜେ ବିବାହ ନକରି ନିଜକୁ ଉସଃର୍ଗ କରିଦେଇଥିଲେ । ଏତେବଡ ନିଷ୍ପତ୍ତି ଦୂତି ନେବା ପୂର୍ବରୁ ଅନ୍ତତ ତାଙ୍କୁ ଟିକେ ଜଣାଇଥିଲେ ହୁଏତ ଏ ଆଘାତ କମ୍‌ ପଡିଥାନ୍ତା । କିନ୍ତୁ ଆଜି ଯାହା ହୋଇଗଲା ତାହା ସରସ୍ୱତୀଙ୍କ ମନରେ ଯେଉଁ ଆଘାତର କ୍ଷତ ସୃଷ୍ଟି ହୋଇଛି ତାହା କେବେବି ସୁଖିବ ନାହିଁ । ଏ ସପର୍କରେ ଦୂତିଙ୍କ ମା ଅଖଜି ଚାନ୍ଦଙ୍କୁ ଆମ ପ୍ରତିନିଧି ଭେଟିଥିଲେ । ସେ ଯାହା ପ୍ରକାଶ କଲେ ତାହା ହେଲା ଦୂତି ଚାନ୍ଦ ଯେଉଁ ଝିଅକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ହେଉଛି ତାଙ୍କ ନାତୁଣୀ ଓ ଦୂତିଙ୍କ ଝିଆରୀ । ଚକଗୋପାଳପୁର ସେ ଝିଅର ଘର ଓ ଏବେ ସେ ଭୁବନେଶ୍ୱରରେ ରହି ପାଠ ପଢୁଛି । ଗତ ଦୁଇ ବର୍ଷ ଧରି ସେ ଝିଅ ସହିତ ଦୂତି ମିଳାମିଶା ଆରମ୍ଭ କରିଥିଲା । ଦୂତି ଠାରୁ ବୟସରେ ସେ ଝିଅଟି ସାନ । ଆମେ ଚାହିଁଥିଲୁ ଦୂତିର ବରଆସିବ, ଆମ୍ଭେ କନ୍ୟାଦାନ କରିବୁ ପୂଣ୍ୟଅର୍ଜ୍ଜନ କରିବୁ କିନ୍ତୁ ଦୂତିଙ୍କ ଏହି ପ୍ରତିକୂଳ ନିଷ୍ପତ୍ତିକୁ ଆମେ ବିଶ୍ୱାସ କରିପାରୁ ନାହୁଁ । ଦୂତିଙ୍କୁ ଫସାଇ ଦିଆଯାଇଛି । ହୁଏତ ତାଙ୍କୁ ହତ୍ୟାକରାଯାଇ ସମସ୍ତ ଅର୍ଥ ହଡପକରିବା ପାଇଁ ଏକ ସୁଚିନ୍ତିତ ଯୋଜନା କରାଯାଇଛି ବୋଲି ଆମ୍ଭେ ସନ୍ଦେହ କରୁଛୁ । ଭଗବାନଙ୍କୁ ଡାକୁଛୁ ଦୂତି ଏହି ଅବାଟରୁ ଫେରିଆସନ୍ତୁ । ଦୂତିଙ୍କର ଏହିନିଷ୍ପତ୍ତିକୁ ତାଭ୍‌କ ଜନ୍ମମାଟି ଚକଗୋପାଳପୁରରେ କେହି ବିଶ୍ୱାସ କରିପାରୁ ନାହାଁନ୍ତି । ବଙ୍ଗୀୟ ସଂମ୍ପ୍ରଦାୟଙ୍କ ଜୁହାର ପର୍ବ ଦଶହରାରେ ଅନୁଷ୍ଠିତ ହୋଇଥାଏ । ଦୂତି ଶେଷଥର ପାଇଁ ଅଭିସାରିକା ବେଶରେ ଗତ ଦଶହରାରେ ଉସିବରେ ଉପସ୍ଥିତ ରହିଥିଲେ । ସେ ଦିନର ସେହି ବେଶଭୂଷା ଦେଖିଥିବା ଲୋକ ଆଜିର ଦୂତିଙ୍କର ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହଁନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ଯୁବତୀ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ଯୁବତୀ ମୃତ

Read More...

ଏ-୧ ଗ୍ରେଡରେ ଭାପୁର୍‌ର ଓମ୍‌ ପ୍ରିୟା ସାହୁ

ଏ-୧ ଗ୍ରେଡରେ ଭାପୁର୍‌ର ଓମ୍‌ ପ୍ରିୟା ସାହୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page