ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ

February 11, 2021, ଓଡ଼ିଶା, , Anupambharat News Bureau


ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ
Anupambharat News Bureau
February 11, 2021


ବାଲେଶ୍ୱର, ୧୧ା୨ (ଅନୁପମ ମିଡିଆ): ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଗାର ଚାନ୍ଦିପୁରରୁ ଗୁପ୍ତ ତଥ୍ୟ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତ ଈଶ୍ୱର ବେହେରାକୁ ଆଜି ବାଲେଶ୍ୱରର ଅତିରିକ୍ତ ଦୌରାଜଜ୍‌ ଗିରିଜା ଶଙ୍କର ମହାପାତ୍ର ଶୁଣାଣି କରି ଆଜୀବନ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦାୟେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାଏ ଦେଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଣwିପୁର ଗ୍ରାମର ଈଶ୍ୱର ବେହେରା ଚାନ୍ଦିପୁର ଆଇଟିଆର ଅଧିନରେ ଜଣେ ଠିକା ଫଟୋଗ୍ରାଫର ଭାବେ କାର୍ଯ୍ୟକରୁଥିଲେ । ମାତ୍ର ପରୀକ୍ଷଣ ସମୟର ଗୁରୁତ୍ୱପୁର୍ଣ୍ଣ ଫଟୋ ଓ ଦସ୍ତାବିଜ ସେ ପାକ୍ତିସ୍ତାନି ଗୋଇନ୍ଦା ସଂସ୍ଥା ଆଇଏସଆଇକୁ ଚାଲାଣ କରୁଥିଲା ବୋଲି କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ଠାବ କରି ଏସମ୍ପର୍କରେ ରାଜ୍ୟ କ୍ରାଇମ ବୁ୍ୟରୋକୁ ଜଣାଇବା ପରେ ଉଭୟ କ୍ରାଇମ ବୁ୍ୟରୋ ଓ ଚାନ୍ଦିପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଦତନ୍ତ କରାଯାଇ ଅପରାଧିକ ତଥ୍ୟ ହାସଲ କରିବା ସହ ଅପରାଧି ଦ୍ୱାରା ଖୋଲା ଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ଅନେକ ଗୁରୁତ୍ୱ ପୁର୍ଣ୍ଣ ତଥ୍ୟ ହାସଲ କରିଥିଲା । ଏହି ଆକାଉଣ୍ଟକୁ ଦେଶ ବିଦେଶରୁ ନେଟ ବ୍ୟାଙ୍କିଙ୍ଗ ଜରୀଆରେ ବିପୁଳ ଅର୍ଥ ଆସୁଥିବାର ସନ୍ଧାନ ମିଳିଥିଲା । ଏଥି ନେଇ ଚାନ୍ଦିପୁର ଥାନା କେଶ ନଂ-୬/୧୫ ରାଜ୍ୟ କ୍ରାଇମ ବୁ୍ୟରୋରେ ୨/୧୫ ଦଫା ୧୨୧, ୧୨୧(କ), ୧୨୧(ଖ), ୩, ୫ ମୂଳେ ମାମଲା ରୁଜୁ କରାଯାଇ ଜାନୁଆରୀ ୨୨ ତାରିଖ ୨୦୧୫ମସିହାରେ ଅଭିଯୁକ୍ତ ଈଶ୍ୱର ବେହେରାକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଈଶ୍ୱର ବେହେରାକୁ ୬ ବର୍ଷ ଧରି ବାଲେଶ୍ୱର ଜେଲରେ ରଖାଯାଇଥିଲା । ଅଭିଯୁକ୍ତ ଈଶ୍ୱର ମିରଟରେ ରହୁଥିବା ପାକିସ୍ତାନି ଗୁପ୍ତଚର ଆସଫ ଅଲ୍ଲି ଖାଁ ସହ ସମ୍ପର୍କ ରଖି ବହୁ ତଥ୍ୟ ପାକିସ୍ତାନ ହାତକୁ ଟେକି ଦେଉଥିଲା ବେଳେ ଏବାବଦରେ ଈଶ୍ୱରଙ୍କ ଆକାଉଣ୍ଟକୁ ମୁମ୍ବାଇ, ଆବୁଧାବି, ମିରଟ, ଆନ୍ଧ୍ର ପ୍ରଦେଶ, ବିହାର ଆଦି ସ୍ଥାନରୁ ନେଟ ବ୍ୟାଙ୍କିଙ୍ଗ ଜରିଆରେ ଟଙ୍କା ଆସୁଥିଲା । ଅପରପକ୍ଷରେ ନ୍ୟାୟ ବିଳମ୍ବିତ ହେଉଥିବା ଯୋଗୁଁ ପ୍ରତିପକ୍ଷ ଈଶ୍ୱର ବେହେରାଙ୍କ ଓକିଲ ତୁରନ୍ତ ବିଚାର ପାଇଁ ଓ ଅଭିଯୁକ୍ତକୁ ମୁକୁଳାଇବା ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଓଡ଼ିଶା ହାଇକୋର୍ଟ ଏହି ମାମଲାର ତୁରନ୍ତ ବିଚାର ପାଇଁ ବାଲେଶ୍ୱର ଦୌରାଜଜ୍‌ଙ୍କ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଏହାର ଶୁଶାଶି ଶେଷ ହୋଇ ଆଜି ରାୟ ପ୍ରକାଶ ପାଇବା ସହ ଅଭିଯୁକ୍ତ ଅପରାଧି ସାବ୍ୟସ୍ତ କରି ଦଣ୍ଡିତ କରାଯାଇଛି । ସୂଚନା ଯୋଗ୍ୟ ଯେ ଅପରାଧି ଈଶ୍ୱର ବେହେରାର ବାପା ଜଣେ ସାଧାରଣ ପରିବାର ଲୋକ ଓ ତାହାର ସାନ ଭାଇ ରାଜମିସ୍ତ୍ରୀ ଭାବେ କାମ କରେ । ଈଶ୍ୱର ବେହେରା ଚାନ୍ଦିପୁର ଆଇଟିଆରରୁ ପରୀକ୍ଷା ହେଉଥିବା ପ୍ରତିରକ୍ଷା ବିଭାଗର
ମୂଲ୍ୟବାନ
କ୍ଷେପଣାସ୍ତ୍ର ଅଗ୍ନି, ପୁଥ୍ୱୀ, ନାଗ, ପିନାକ, ତ୍ରିଶୂଳ ଆଦିର ମଡ଼େଲ ଓ ପରୀକ୍ଷଣ ସମୟର ଦୃଶ୍ୟ ଚିତ୍ର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଅନ୍ୟାନ୍ୟ ଶତ୍ରୁପକ୍ଷଙ୍କୁ ଯୋଗାଇ ବିପୁଳ ଅର୍ଥର ମାଲିକ ହୋଇଥିଲା । ଏହା ଏକ ଦେଶଦ୍ରହ ଅପରାଧ ଓ ଅଭିଯୁକ୍ତକୁ ଫାଶି ଦଣ୍ଡ ଆଦେଶ ଦେବା ପାଇଁ ସରକାରୀ ଓକିଲ ଯୁକ୍ତି ବାଢିଥିଲେ । କି;ୁ ଅପରାଧିକୁ ଜିବିତ ରଖାଯାଇ ନିଜେ କରିଥିବା ଅପରାଧ ହୃଦୟଙ୍ଗମ କରିବା ପାଇଁ ତାକୁ ଆଜୀବନ କରାଦଣ୍ଡାଦେଶ ସହ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି । ସରକାରଙ୍କ ପକ୍ଷରୁ ଆଇନଜିବୀ ନଳିନି କାନ୍ତ ପଣ୍ଡା ମୋକଦ୍ଦମା ଲଢୁଥିଲେ । ଆଜିର ଦଣ୍ଡାଦେଶ ବେଳେ କୋର୍ଟ ପରିସର ଲୋକାରଣ୍ୟ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକାକରଣ ପରେ ଲାଗୁ ହେବ ସିଏଏ

ଟିକାକରଣ ପରେ ଲାଗୁ ହେବ ସିଏଏ

Read More...

ପାଠକ ବାପା ଓ ପୁଅ କୋର୍ଟରେ ହାଜର

ପାଠକ ବାପା ଓ ପୁଅ କୋର୍ଟରେ ହାଜର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page