ହିଞ୍ଜିଳିରେ ୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟିତ ଛୋଟ ଛୋଟ ସହରକୁ ଗୁରୁତ୍ୱ ଦେଲେ ନବୀନ

February 11, 2021, ଓଡ଼ିଶା, , Anupambharat News Bureau


ହିଞ୍ଜିଳିରେ ୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟିତ ଛୋଟ ଛୋଟ ସହରକୁ ଗୁରୁତ୍ୱ ଦେଲେ ନବୀନ
Anupambharat News Bureau
February 11, 2021


ହିଞ୍ଜିିଳିକାଟୁ ୧୧ା୨ (ଅନୁପମ ମିଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଯୋଗେ ହଞ୍ଜିଳିକାଟୁ ପୋðରାଞ୍ଚଳରେ ୨୮କୋଟି ଟଙ୍କା ବ୍ୟୟ ମୂଲ୍ୟରେ ନିର୍ମିତ ୧୪ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଭିଡ଼ିଓ କନଫେରନ୍ସିଂ ବେଳେ ହଞ୍ଜିଳିକାଟୁ ଠାରେ ବୈଷୟିକ ତୃଟି ସତେ୍ୱ ମୁଖ୍ୟମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ସନ୍ଧ୍ୟା ସାଢ଼େ ୫ଟାରେ ପ୍ରକଳ୍ପ ଉଦଘାଟନ ସହ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିଥିଲେ । ପିଲାମାନେ ହେଉଛନ୍ତି ଏ ଜାତିର ଓ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି । ହିଞ୍ଜିଳିରେ ଶିକ୍ଷାର ବିକାଶ ପାଇଁ ସେ ଗୁରୁତ୍ୱ ଦେଇ ଆସିଛନ୍ତି । ସମସ୍ତ ହାଇସ୍କୁଲକୁ ମଡେଲ ସ୍କୁଲ୍‌ କାମ ଚାଲିଛି । ଆସନ୍ତା ଅଗଷ୍ଟ ୧୫ସୁଦ୍ଧା ଏହି କାମ ସାରିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କରୋନା ମହାମାରୀ କାରଣରୁ ବହୁଦିନ ଧରି ହିଞ୍ଜିଳି ଯାଇ ପାରିନାହାନ୍ତି ,ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହଞ୍ଜିଳି ଯିବେ ଓ ଲୋକଙ୍କୁ ଭେଟିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି । କରୋନା ମହାମାରୀ ମୁକାବିଲା ପାଇଁ ଗଞ୍ଜାମବାସୀଙ୍କୁ ବିଶ୍ୱରେ ପ୍ରଶଂସା କରାଯାଉଛି । କରୋନାକୁ ସଫଳ ମୁକାବିଲା ଦିଗରେ ସହାୟତା କରିଥିବା ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା ଓ କୋଭିଡ଼ ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଥିଲେ । ଟୀକାକରଣ ଅରମ୍ଭ ହୋଇଥିଲେ ମଧ୍ୟ ବିପଦ ଟଳିନାହିଁ ଓ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ହିଞ୍ଜିଳି ଓ ରାଜ୍ୟର ବିକାଶ ତାଙ୍କର ପ୍ରାଥମିକତା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ।
ଗୁରୁବାର ସନ୍ଧ୍ୟାରେ ନବ ନିର୍ମିତ ବସଷ୍ଟାଣ୍ଡ ପରିସରରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫ଟି) ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଭିଡ଼ିଓ କନଫେରନ୍ସିଂ ବେଳେ ହିଞ୍ଜିଳିକାଟୁ ଠାରେ ବୈଷୟିକ ତୃଟି ହେବାରଯୋଗାଯୋଗ ହୋଇପାରିନଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ସୂଚୀ ପ୍ରକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮କୋଟି ଟଙ୍କା ମୂଲ୍ୟରେ ନିର୍ମିତ ୧୪ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ଅବସରରେ ହିଂଜିଳିକାଟୁ ବିକାଶ ପ୍ରକଳ୍ପ ଉପରେ ଏକ ଭିଡ଼ିଓ ଚିତ୍ର ପଦର୍ଶିତ ହୋଇଥିଲା । ଆଧୁନିକ ସହର ମାନଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇପାରିବେ ସେ ଉଦ୍ୟମ ସେ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁୂତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୁରୁବାର
ଉଦଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ୧୬କୋଟି ୭୭ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମିତ ଉପଖଣ୍ଡ ଡ଼ାକ୍ତରଖାନା, ୩.୨୧କୋଟି ଟଙ୍କା ମୂଲ୍ୟର ବସ ଟର୍ମିନାଲ, ୧.୬୨କୋଟି ଟଙ୍କା ମୂଲ୍ୟର ହିଞ୍ଜିଳି ନେତାଜୀ ପାର୍କ, ୧.୧୩କୋଟି ଟଙ୍କା ମୂଲ୍ୟର ମାଛମାଂସ ବଜାର, ୧.୦୨କୋଟି ଟଙ୍କା ମୂଲ୍ୟର ମ୍ୟୁନିସପାଲଟିର ବର୍ଦ୍ଧିତ ଅଫିସ କୋଠା ରହିଛି । ଏଥିସହ ୮୫ଲକ୍ଷ ଟଙ୍କାର ଆରଏମସି ମାକେର୍ଟ ଗୃହ ଓ ୪୧ଲକ୍ଷ ଟଙ୍କାର ମ୍ୟୁନିସପାଲଟିର ମାକେର୍ଟ ଘର, ୩୨ଲକ୍ଷ ଟଙ୍କାର ମ୍ୟୁନିସପାଲଟି ଅଫିସ ପରିସରର ଗେଷ୍ଟ ହାଉସ, ୯୫ଲକ୍ଷ ଟଙ୍କାର ବଜାର ଭେଣ୍ଡିଂ ଜୋନ, ୫୫ଲକ୍ଷ ଟଙ୍କାର ଆରଏମସି ଇ-ନାମ ଓ ଲାବୋରେଟାରୀ ଗୃହ, ୪୦ଲକ୍ଷ ଟଙ୍କାର ବରିଷ୍ଠ ନାଗରିକଙ୍କ ଚିତ ବିନୋଦନ କେନ୍ଦ୍ର, ୩୩ଲକ୍ଷ ଟଙ୍କାର ଶୀତଳ ଭଣ୍ଡାର , ପ୍ରତ୍ୟେକ ୨୦ଲକ୍ଷ ଟଙ୍କା ବ୍ୟୟରେ ୨ଟି ମିନି କଲ୍ୟାଣ ମଣ୍ଡପ । ହିଂଜିଳିକାଟୁ ଠାରେ ଆସିକା ସାଂସଦ ପ୍ରମିଳା ବିଶୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ , ଗଂଜାମ ଏସପି ବିଜ୍ରେଶ କୁମାର ରାୟ, ପିଡ଼ି ଡ଼ିଆରଡ଼ିଏ ଦତାତ୍ରେୟ ଭାଉସାହେବ ସିନ୍ଧେ, ଏଡ଼ିଏମ କବିନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଭିଡ଼ିଓ କନଫେରେନ୍ସିଂରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି ମାଥି ଭାଥନ୍‌ନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫ଟି) ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ହିଂଜିଳି ଠାରେ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲାଇ , ଡ଼ିðଆରଡ଼ିଏ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ହିଂଜିଳିକାଟୁ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ଶେରଗଡ଼ ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ, ପୂର୍ବତନ ପୋðର ଅଧ୍ୟକ୍ଷା ଗୋðରୀ ପାଣିଗ୍ର୍ରାହି , ବିଜେଡ଼ି ସଭାପତି ଭୀମସେନ ବେହେରା, ସୁରେନ୍ଦ୍ର ପ୍ରଧାନ, ଡ଼ି ବିଶ୍ୱନାଥ, ସଂଜୟ ପଣ୍ଡା, ପବିତ୍ର ମୋହନ ପାଣିଗ୍ରାହି, ବୈଜୟନ୍ତୀମାଳା ପଟ୍ଟନାୟକ, ଗୀତା ପାଣିଗ୍ରାହି, ନୀଳମଣି ପଟ୍ଟନାୟକ , ପ୍ୟାରୀ ପାଢ଼ି ପ୍ରମୁଖଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତି, ଜନ ପ୍ରତିନିଧି ଯୋଗ ଦେଇଥିଲେ । ଛତ୍ରପୁର ଉପଜିଲାପାଳ ପ୍ରିୟ ରଂଜନ ପୃଷ୍ଟି , ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ହିଂଜିଳିକାଟୁ ପୋðର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଂଜନ ସାହୁ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ପ୍ରଭାତ ପରିଡ଼ା ଶେରଗଡ଼ ବିଡ଼ିଓ ସୁରଂଜନ ସାହୁ , ଆଇଆଇସି ଅଭିମନ୍ୟୁ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ତଦାରଖ କରିଥିଲେ । ଏଥିରେ ଅଂଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଠକ ବାପା ଓ ପୁଅ କୋର୍ଟରେ ହାଜର

ପାଠକ ବାପା ଓ ପୁଅ କୋର୍ଟରେ ହାଜର

Read More...

ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା:  ଦୁଇ ଅଭିଯୁକ୍ତ ଗିରଫ

ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା: ଦୁଇ ଅଭିଯୁକ୍ତ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page