ଭାରତ ସୀମାରେ ଚାଇନାର ଘନଘନ ବୋମା ମାଡ଼

February 10, 2021, ଦେଶ, , Anupambharat News Bureau


ଭାରତ ସୀମାରେ ଚାଇନାର ଘନଘନ ବୋମା ମାଡ଼
Anupambharat News Bureau
February 10, 2021


ବେଜିଂ: ପୂର୍ବ ଲଦାଖରେ ଦାଦାଗିରି ଦେଖାଉଥିବା ଚାଇନା ଏବେ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)କୁ ଲାଗି ରହିଥିବା ତା’ ସୀମାରେ ଟ୍ୟାଙ୍କ ଦ୍ୱାରା ବୋମା ବର୍ଷଣ କରିବା ଆରମ୍ଭ କରିଛି ।
ଚାଇନାର ଏପରି ବୋମା ବର୍ଷଣ ଯୋଗୁ ଲଦାଖରେ ଥିବା ପାହାଡ଼ ଗୁଡ଼ିକ ଥରି ଉଠିଛି । ଚାଇନା ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ନିକଟରେ ରୁଟୋଗ କାଉଣ୍ଟି ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଥିଲା । ଏହି ଅଞ୍ଚଳଟି ଭାରତୀୟ ସୀମାର ଖୁବ ନିକଟରେ ରହିଛି । ଚାଇନା କରୁଥିବା ଯୁଦ୍ଧାଭ୍ୟାସର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ପିପୁଲ୍ସ ଲିବେରେସନ ଆର୍ମିର ଯବାନମାନେ କେମିତି ଟ୍ୟାଙ୍କ ଦ୍ୱାରା ନିଜର ଲକ୍ଷ୍ୟଭେଦ କରୁଛନ୍ତି, ତା’ର ଦୃଶ୍ୟ ରହିଛି ।
ଭିଡିଓ ଅନୁସାରେ, ଏକସଙ୍ଗରେ ଅନେକ ଟ୍ୟାଙ୍କରୁ ବୋମା ମାଡ଼ କରାଯାଉଛି । ଏହା ବିସ୍ପୋରଣ ହେବା କ୍ଷଣି ଲଦାଖର ପାହାଡ଼ଗୁଡ଼ିକ ଥରି ଉଠୁଛି । ଯୁଦ୍ଧାଭ୍ୟାସ ହେଉଥିବା ଅଞ୍ଚଳଟି ପୂରା ବରଫରେ ଆବୃତ୍ତ ହୋଇ ରହିଛି । ଏହାର ଅର୍ଥ ଏବେ ହିଁ ଏସବୁ ଘଟଣା ଘଟିଛି । ଚାଇନା ସେନା କରାକୋରାମ ପାହାଡ଼ ଉପରେ ଅଧିକ ସଂଖ୍ୟାରେ ନିଜର ଘାତକ ଟ୍ୟାଙ୍କ ୯୯ଏ ମୁତୟନ କରିଛି । ଭୂପୃଷ୍ଠରୁ ପ୍ରାୟ ୫ ହଜାର ଫୁଟ ଉପରେ ଏଗୁଡ଼ିକୁ ରଖାଯାଇଛି ।
ଖାଲି ସେତିକି ନୁହେଁ, ଚାଇନା ନୂଆ ଟାଇପ୍‌ ୧୫ ଟ୍ୟାଙ୍କର ଗ୍ରୁପPୁ ମଧ୍ୟ ପ୍ରସ୍ତୁତ କରି ରଖିଛି । ଏହି ଟ୍ୟାଙ୍କ ଗୁଡ଼ିକ ଯୁଦ୍ଧ ମୈଦାନରେ ଟାଇପ ୯୯ଏ ସହ ମିଶି ଶତ୍ରୁପକ୍ଷର ମୁକାବିଲା କରିବେ । ଟାଇପ ୯୯ଏ ଅଧିକ ଘାତକ ହୋଇଥିବା ବେଳେ ଟାଇପ ୧୫ କ୍ଷିପ୍ର ବେଗରେ ଆକ୍ରମଣ କରିବାର କ୍ଷମତା ରଖିଛି । ଦୀର୍ଘ ଦିନ ହେଲାଣି ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଏସବୁ ଭିତରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ଦେଶର ଯବାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ କହିଥିଲେ ।
ତେଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଚଳାଇଥିବା ଚାଇନା ଏବେ ଭାରତୀୟ ସୀମା ନିକଟରେ ନିଜର ଦବଦବା ଦେଖାଇବା ଆରମ୍ଭ କରିଛି । ଚାଇନା କରୁଥିବା ଯୁଦ୍ଧାଭ୍ୟାସର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।ଚାଇନା ଏବେ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା

ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା

Read More...

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିଜେପି ଆଗରେ ମୁଣ୍ଡ ନୁଆଁଇବି ନାହିଁ: ମମତା

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିଜେପି ଆଗରେ ମୁଣ୍ଡ ନୁଆଁଇବି ନାହିଁ: ମମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page