ପ୍ରସ୍ତାବିତ ‘ବାଇ-ଲ’ ପ୍ରତ୍ୟାହୃତ

February 08, 2021, ଓଡ଼ିଶା, , Anupambharat News Bureau


ପ୍ରସ୍ତାବିତ ‘ବାଇ-ଲ’ ପ୍ରତ୍ୟାହୃତ
Anupambharat News Bureau
February 08, 2021


ପୁରୀ,୭ା୧(ଅନୁପମ ମିଡ଼ିଆ):ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ଆଜି ପ୍ରତ୍ୟାହୃତ ହୋଇଛି । କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଏସମ୍ପର୍କରେ ଟୁଇଟି କରି ସୂଚନା ଦେଇଛନ୍ତି । ଏନ୍‌ଏମ୍‌ଏ ଅଧ୍ୟକ୍ଷଙ୍କ ଅଜାଣତରେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଥିବା ପଟେଲ କହିଛନ୍ତି । ବାଇଲ ପ୍ରତ୍ୟାହାର ପାଇଁ ଗତକାଲି ସେବାୟତମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ମଧ୍ୟ ଏନ୍‌ଆଇଏର ସଦସ୍ୟ ସଚିବଙ୍କ ନିକଟକୁ ପତ୍ର ଲେଖିଥିଲେ । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ପୁରୀ ଗ୍ରସ୍ତରେ ଆସି ପ୍ରସ୍ତାବିତ ବାଇଲକୁ ବାତିଲ କରିବାକୁ ଦାବି କରିଥିଲେ । ତେବେ ଏନେଇ ଅସନ୍ତୋଷ ପୁଞ୍ଜିଭୂତ ହେବା ପୂର୍ବରୁ କେନ୍ଦ୍ର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନଏମଏ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ବାଇ-ଲ (ଉପନିୟମ) ଆଣିବାକୁ ପ୍ରସ୍ତାବ ରଖିଥିଲେ । ଏହି ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ହେବ । ଏଥିରୁ ପ୍ରଥମ ୧୦୦ ମିଟର ପୂରା ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା ହେବ । ଏହା ଜଣାପଡ଼ିବା ପରେ ରାଜ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲାା ଉଲ୍ଲେଖନୀୟ ଯେ, ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପିର ସାଂସଦମାନେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟି ଆଲୋଚନା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦମାନଙ୍କ ଏକ ପ୍ରତିନିଧି ଦଳ ମଧ୍ୟ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟି ପୁରୀ ଶ୍ରୀମନ୍ଦିର ପୁରୀ ପାଇଁ ଏନଏମଏ ଡ୍ରାଫଫ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଶେଷରେ କେନ୍ଦ୍ର ଏନେଇ ୟୁଟର୍ଣ୍ଣ ନେଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବମ ଓ ଏକାଦଶ ପାଠପଢ଼ା ଆରମ୍ଭ

ନବମ ଓ ଏକାଦଶ ପାଠପଢ଼ା ଆରମ୍ଭ

Read More...

- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page