ଡିଜି ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କରୋନା ଟିକା

February 06, 2021, ଓଡ଼ିଶା, , Anupambharat News Bureau


ଡିଜି ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କରୋନା ଟିକା
Anupambharat News Bureau
February 06, 2021


ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ): ­ ଆଗ ଧାଡ଼ିର ପ୍ରମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ଆଜିଠାରୁ ଆରମ୍ଭ ହୋଇଛି । ଏହି କ୍ରମରେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ କରୋନା ଟିକା ନେଇଛନ୍ତି । କଟକର ଇଣ୍ଡୋର ଷ୍ଟାଡିୟମ ଠାରେ ସେ ଏହି ଟୀକା ନେଇଛନ୍ତି । ଏହା ସମ୍ପୂର୍ଣ ଭାବେ ସୁରକ୍ଷିତ ଓ କୌଣସି ପାଶ୍ୱର୍ ପ୍ରତିକ୍ରିୟା ତାଙ୍କର ଦେଖା ଯାଇ ନଥିବା ସେ ପ୍ରକାଶ କରିଛନ୍ତି । ସେ ଓଡିଶା ପୋଲିସର ଅଫିସର ଓ କର୍ମଚାରୀ ମାନଙ୍କୁ ଏହି ଟିକା ନେବାକୁ ଆହ୍ୱାନ କରିଛନ୍ତି । ସେହିପରି ଓଡିଶା ପୋଲିସର ବରିଷ୍ଠ ଅଧିକାରୀ ବାଇ.କେ ଜେଠୱ, ଅମିତେନ୍ଦ୍ର ନାଥ ସିହ୍ନା, ଲଳିତ ଦାସ , ସୌମେନ୍ଦ୍ର ପ୍ରିୟଦର୍ଶୀ, ଅମିତାଭ ଠାକୁର, ଏସ ପ୍ରବୀଣ କୁମାର, ସୁଧାଂଶୁ ଷଡଙ୍ଗୀ, ସତୀଶ ଗଜଭିଏ, ବି. ଯୁଗଳ କିଶୋର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଟିକା ନେଇଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

Read More...

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page