ଦୁଇ ଦିନ ରହିବ ଶୀତ ଲହରୀ

January 30, 2021, ଓଡ଼ିଶା, , Anupambharat News Bureau


ଦୁଇ ଦିନ ରହିବ ଶୀତ ଲହରୀ
Anupambharat News Bureau
January 30, 2021


ଭୁବନେଶ୍ୱର, ୩୦ା୧(ଅନୁପମ ମିଡ଼ିଆ):­ ଆଗାମୀ ୩୧ ତାରିଖରୁ ଫେବୃଆରୀ ୨ ତାରିଖ ଯାଏଁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଏହି ସମୟରେ ଥଣ୍ଡା ପବନ ବି ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିଲାଗି ଏହି ଦୁଇ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଉକ୍ତ ଦୁଇ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ସତର୍କ ରହିବା ସହ ବାସହୀନ ଲୋକଙ୍କ ଲାଗି ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ ଆସନ୍ତାକାଲି (ରବିବାର) ସକାଳେ ବାଲେଶ୍ୱର , କେନ୍ଦ୍ରାପଡା, ଭଦ୍ରକ, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର , ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ଦେଖାଦେଇପାରେ । ଏଥିପାଇଁ ଉପରୋକ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରବିବାର ସକାଳ ଠାରୁ ସୋମବାର ସକାଳ ମଧ୍ୟରେ କଟକ , ଜଗତସିଂହପୁର , ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ସୋମବାର ଓ ମଙ୍ଗଳବାର ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ଆଶଙ୍କା ରହିଥିବା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଶୀତ ଲହରୀ ଅନୁଭୂତ ହେବାକୁ ସ୍ଥାନରେ ଲୋକମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ରାତି ଓ ସକାଳ ସମୟରେ ଯାତାୟତ ନକରିବାକୁ
କୁହାଯାଇଛି । ଗୃହପାଳିତ ପଶୁ ମାନଙ୍କୁ ଆବଦ୍ଧ ଘରେ ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା

ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା

Read More...

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page