ଗାଜିପୁର ସୀମାରେ ୧୪୪ ଲାଗୁ, ଚାଷୀଙ୍କ ଉପରେ ଦମନ ଲୀଲା ଆରମ୍ଭ

January 28, 2021, ଦେଶ, , Anupambharat News Bureau


ଗାଜିପୁର ସୀମାରେ ୧୪୪ ଲାଗୁ,  ଚାଷୀଙ୍କ ଉପରେ ଦମନ ଲୀଲା ଆରମ୍ଭ
Anupambharat News Bureau
January 28, 2021


ନୂଆଦିଲ୍ଲୀ,୨୯ା୧: ଆଜି ରାତି ସୁଦ୍ଧା ଉତ୍ତରପ୍ରଦେଶ-ଦିଲ୍ଲୀ ସୀମା ଗାଜିପୁର ସ୍ଥାପନ ହୋଇଥିବା ଚାଷୀମାନଙ୍କ ଶିବିରକୁ ହଟାଇବା ପାଇଁ ଗାଜିପୁର ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଚାଷୀମାନଙ୍କ ଆନ୍ଦୋଳନକୁ ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଥିବା ବେଳେ ଗାଜିପୁର ପ୍ରଶାସନ କିଭଳି ଏହାକୁ ବିରୋଧ କରୁଛି ଏହାକୁ ନେଇ ଗୁରୁବାର ଚାଷୀ ସଂଗଠନ ପକ୍ଷରୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରାଯାଇଛି । ତେବେ ଆଜି ସନ୍ଧ୍ୟା ବେଳେ ଘଟଣାସ୍ଥଳରେ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ହୋଇପଡିଛି । ଏପରିକି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗାଜିପୁରରେ ସୀମାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ପ୍ରାୟ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଦେଶବ୍ୟାପୀ କୃଷି ଆଇନକୁ ବିରୋଧ କରି ଯେଉଁ ଚାଷୀ ଆନ୍ଦୋଳନ ଜାରି ରହିଛି, ଏହା ଅଧିକ ସମ୍ବେଦନଶୀଳକ ହେବାରେ ଲାଗିଛି । ନୂଆଦିଲ୍ଲୀରେ ଟ୍ରାକଫର ରାଲି ସମୟରେ ହିଂସାକୁ ନେଇ ଦିଲ୍ଲୀ ପୁଲିସ ଦ୍ୱାରା ଅନେକ ଚାଷୀଙ୍କୁ ଇତିମଧ୍ୟରେ ନୋଟିସ ଦିଆଯାଇଛି । ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକଫର ରାଲିରେ ହୋଇଥିବା ହିଂସାରେ ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ । ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାବର୍ତ୍ତି ଅଞ୍ଚଳଭାବେ ପରିଚିତ ଗାଜିପୁର ଠାରେ ବିରୋଧ ପ୍ରଦର୍ଶନ କରୁଥିବା ବିକ୍ଷୋଭରତ ଚାଷୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ଏପରିକି ସ୍ଥିତି ଦିନକୁ ଦିନ ହିଂସା ଦିଗକୁ ଗତି କରିବାରେ ଲାଗିଛି । ଗୁରୁବାର ରାତ୍ରି ସୁଦ୍ଧା ଧର୍ମଘଟ ବନ୍ଦ କରି ଧାରଣାସ୍ଥଳ ଗୁଡିକୁ ଖାଲି କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଚାଷୀମାନେ ଏଭଳି କୌଣସି ଚେତାବନୀକୁ ଭୟ ନକରି ଗୁଳିମାଡ଼ ଖାଇ ଜୀବନ ହରାଇବୁ ପଛେ ଧାରଣାରୁ ଓହରିବୁ ନାହିଁ ବୋଲି ଜିଦ୍‌ ଧରି ବସିଛନ୍ତି । ଚାଷୀ ସଂଗଠନମାନଙ୍କର ଜଣେ ନେତା ରାକେଶ ଟିକାୟତ ଏ ସମ୍ପର୍କରେ ଯେକୌଣସି ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତìତ ବୋଲି କହିଛନ୍ତି । ଅନ୍ୟ ଦୁଇଟି ସୀମାବର୍ତ୍ତି ଅଞ୍ଚଳ ମଧ୍ୟରେ ସମାନ ସ୍ଥିତି ଉପୁଜିଛି । ଦିଲ୍ଲୀ ସୀମା ସିଂଘୁ ନିକଟରେ ଏବଂ ଟିକିରି ଠାରେ ମଧ୍ୟ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଏହା ଆନ୍ଦୋଳନର ମୁଖ୍ୟ କେନ୍ଦ୍ରସ୍ଥଳ ଭାବେ ଚର୍ଚ୍ଚାରେ ଥିବା ଯୋଗୁଁ ଉକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ଜେସିବି ମେସିନ୍‌ ବ୍ୟବହାର କରାଯାଇ ସଡ଼କକୁ ସମ୍ପୂର୍ଣ୍ଣ ଖୋଳି ଦିଆଯାଇଛି । ତେବେ ସନ୍ଧ୍ୟା ସୁଦ୍ଧା ଗାଜିପୁରରେ କୌଣସି ହିଂସାକାଣ୍ଡ ଘଟିନାହିଁ । ଘଟଣାସ୍ଥଳରେ ର୍ୟାପିଡ୍‌ ଆକ୍ସନ୍‌ ଫୋର୍ସ ମୁତୟନ କରାଯାଇଛି । ଶତାଧିକ ଚାଷୀ ଘଟଣାସ୍ଥଳରେ ଶିବିର ପକାଇ ବସିଥିବା ବେଳେ ଉକ୍ତ ଅଞ୍ଚଳକୁ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଏହା ବ୍ୟତୀତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳଯୋଗାଣ ମଧ୍ୟ ବନ୍ଦ କରିଦିଆଯାଇଛି । ସୂଚନାଯେ, ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଦିଲ୍ଲୀ ଚାଲ୍ଲୋ ଆହ୍ୱାନ ଆଧାରିତ ଚାଷୀ ଆନ୍ଦୋଳନ ଯୋଗୁଁ ଗାଜିପୁର ସୀମାକୁ ସିଲ୍‌ କରାଯାଇଛି । ସୂଚନାଯେ, ଗତ ମଙ୍ଗଳବାର ଦିନ ଚାଷୀମାନେ ବ୍ୟାରିକେଡ୍‌କୁ ଭାଙ୍ଗି ସେମାନଙ୍କର ଟ୍ରାକଫର ର୍ୟାଲି ପରିଚାଳନା କରିଥିଲେ । ଫଳରେ ପରିସ୍ଥିତି ଅଧିକ ଉତ୍ତେଜନାମୂଳକ ହୋଇଥିଲା । ଭାରତୀୟ କିଷାନ ସଂଘର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ, ଚାଷୀମାନେ ଆନ୍ଦୋଳନ ଜାରି ରଖିବେ । ସରକାରଙ୍କ ସହିତ ଆଲୋଚନା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନସ୍ଥଳରୁ ଚାଷୀମାନେ ହଟିବେ ନାହିଁ ବୋଲି ସେ କହିଛନ୍ତି । ଗାଜିଆବାଦ ପ୍ରଶାସନ ଯଦିଓ ବିଦୁ୍ୟତ ଓ ଜଳଯୋଗାଣ ବନ୍ଦ କରିଛନ୍ତି । ତେବେ ଚାଷୀମାନେ ଗ୍ରାମବାସୀମାନଙ୍କ ଠାରୁ ଜଳ ପାଇବେ ବୋଲି ସେ କହିଛନ୍ତି । ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ଅଧିକାରୀ ତଥା ଜିଲ୍ଲାର ସମସ୍ତ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସିମତେ ଚାଷୀ ଆନ୍ଦୋଳନକୁ ବନ୍ଦ କରାଯାଉ । ନିର୍ଦ୍ଦେଶ ଅନୁଯାୟୀ ଗାଜିଆବାଦ ଜିଲ୍ଲା ପ୍ରଶାସନ ଚାଷୀ ସଂଗଠନକୁ ଧର୍ମଘଟ ସ୍ଥଳ ଖାଲି
କରିବାକୁ
ନିର୍ଦ୍ଦେଶ ଦେବା ସହିତ ସିଆର୍‌ପିସିର ଧାରା ୧୩୩ ଅନୁଯାୟୀ ଚାଷୀ ସଂଗଠନକୁ ନୋଟିସ ଜାରି କରାଯାଇଛି । ଗୁରୁବାର ମଧ୍ୟରାତ୍ରୀ ସୁଦ୍ଧା ଯଦିଓ ଚାଷୀମାନେ ଆନ୍ଦୋଳନରତ ସ୍ଥଳମାନଙ୍କରୁ ହଟିବେ ନାହିଁ ତେବେ ବାଧ୍ୟତାମୂଳକ ଭାବେ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥଳକୁ ଖାଲି କରାଯିବ ବୋଲି କୁହାଯାଇଛି । ଇତିମଧ୍ୟରେ ହିଂସା ଘଟାଇଥିବା ଯୋଗୁଁ ଦିଲ୍ଲୀ ପୋଲିସ ଦ୍ୱାରା ରାକେଶ ଟିକାୟତଙ୍କ ବିରୋଧରେ ଏତଲା ଦାୟର କରାଯାଇଛି । ସ୍ଥିତି ସମ୍ବେଦନଶୀଳକ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକାକୁ ଦୁଷ୍କର୍ମ ବିଫଳ ପରେ ହତ୍ୟା ଉଦ୍ୟମ

ନାବାଳିକାକୁ ଦୁଷ୍କର୍ମ ବିଫଳ ପରେ ହତ୍ୟା ଉଦ୍ୟମ

Read More...

ଜନତା, ଛାତ୍ରଛାତ୍ରୀଙ୍କୁ ପରେଡ଼ ସ୍ଥଳ ମନା

ଜନତା, ଛାତ୍ରଛାତ୍ରୀଙ୍କୁ ପରେଡ଼ ସ୍ଥଳ ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page