ବଜେଟ୍‌ ଆପ୍‌ ଉନ୍ମୋଚିିତ

January 24, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


ବଜେଟ୍‌ ଆପ୍‌ ଉନ୍ମୋଚିିତ
Anupambharat News Bureau
January 24, 2021


ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଚଳିତବର୍ଷ ବଜେଟ୍‌ ପ୍ରସ୍ତୁତିରେ ଅନେକ ପରିବର୍ତ୍ତନ ଅଣାଯାଇଛି । ବଜେଟ୍‌ ବହି ଛାପି ଏମ୍ପଲୟ ମାନଙ୍କୁ ପ୍ରଦାନ କରିବା ପରିବର୍ତ୍ତେ ସେମାନଙ୍କୁ ସଫଫ କପିରେ ଏହାକୁ ଉପଲବ୍ଧ କରାଯିବ । ବଜେଟ୍‌ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ପାରମ୍ପରିକ ହାଲୱା ଉତ୍ସବ ନର୍ଥ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଆଜି ବଜେଟ୍‌ ଆପ୍‌ ଉନ୍ମୋଚନ କରିଛନ୍ତି । ଉକ୍ତ ଆପ୍ର ନାମ ‘ୟୁନିୟନ ବଜେଟ୍‌ ମୋବାଇଲ ଆପ୍‌’ ରଖାଯାଇଛି । ଏହି ଆପ୍‌ ମାଧ୍ୟମରେ ଏମପି ଓ ସାଧାରଣ ଜନତା କେନ୍ଦ୍ରୀୟ ବଜେଟ୍‌ ସଂପର୍କିତ ସମସ୍ତ ତଥ୍ୟ ପାଇପାରିବେ । କେନ୍ଦ୍ର ବଜେଟ୍ର ୧୪ ପ୍ରକାର ଦସ୍ତାବିଜ୍‌ ଏଥିରେ ଉପଲବ୍ଧ ହେବ ।
ଏଥିରେ ବାର୍ଷିକ ଆୟବ୍ୟୟ ହିସାବ (ସାଧାରଣରେ ବଜେଟ ଭାବେ ପରିଚିତ) ଠାରୁ ଆରମ୍ଭ କରି ଖର୍ଚ୍ଚ ଦାବି, ଫାଇନାନ୍ସ ବିଲ୍‌ ଆଦି ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ମିଳିବ । ଲୋକମାନେ ଯେଭଳି ସହଜରେ ଏହି ଆପରେ ବ୍ୟବହାର କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ବିଶେଷକରି ଡାଉନଲୋଡ, ପ୍ରିଣ୍ଟିଂ, ସର୍ଚ୍ଚ, ଜୁମ୍‌ ଇନ୍‌ ଓ ଜୁମ୍‌ ଆଉଟ, ବାଇଡିରେକ୍ସନାଲ ସ୍କ୍ରୋଲିଂ, ଟେବୁଲ ଏବଂ ଏକ୍ସଟରନାଲ୍‌ ଲିଙ୍କ୍‌ ଆଦି ରହିଛି । ଆର୍ଥିକ ବ୍ୟାପାର ବିଭାଗ ସହଯୋଗରେ ଏନଆଇସି ଦ୍ୱାରା ଏହି ଆପ୍ର ବିକାଶ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଆସନ୍ତା ମାସ ୧ ତାରିଖରେ ତାଙ୍କ ବଜେଟ୍‌ ଭାଷଣ ଶେଷ କରିବା ପରେ ଉକ୍ତ ଆପ୍ରେ ବଜେଟ୍‌ ଦସ୍ତାବିଜ୍‌ ଉପଲବ୍ଧ ହେବଛ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ପ୍ଲାଟଫର୍ମରେ ଏହି ଆପ୍‌ ରହିଛି ।
ଏଥିସହିତ କେନ୍ଦ୍ର ବଜେଟ୍‌ େୱବ୍‌ ପୋର୍ଟାଲ inଛiଚ୍ଚଚ୍ଛଫଛଜ୍ଜeଟ୍ଟ.ଜ୍ଜଞ୍ଚଠ.in ରୁ ମଧ୍ୟ ଏହି ଆପ୍‌ର ଡାଉନଲୋଡ୍‌ କରାଯାଇ ପାରିବ । ଆଜିର ହାଲୱା ଉତ୍ସବରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ଡ ଏ ବି ପାଣ୍ଡେ, ବ୍ୟୟ ସଚିବ ଟି ଭି ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ତରୁଣ ବଜାଜ, ଦିପମ୍‌ ସଚିବ ତୁହିନ କାନ୍ତ ପାଣ୍ଡେ, ଆର୍ଥିକ ସେବା ସଚିବ ଦେବାଶିଷ ପଣ୍ଡା, ଆର୍ଥିକ ଉପଦେଷ୍ଟା ଡ କେ ଭି ସୁବ୍ରମଣ୍ୟମ, ଅତିରିକ୍ତ ସଚିବ(ବଜେଟ୍‌) ରଜତ କୁମାର ମିଶ୍ର, ସିବିଡିଟି ଅଧ୍ୟକ୍ଷ ପି ସି ମୋଦୀ, ସିବିଆଇସି ଅଧ୍ୟକ୍ଷ ଅଜିତ କୁମାର ପ୍ରମୁଖ ଯୋଗଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ

ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ

Read More...

ଏପ୍ରିଲ ସୁଦ୍ଧା ପ୍ରତ୍ୟାହାର ହୋଇପାରେ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍‌

ଏପ୍ରିଲ ସୁଦ୍ଧା ପ୍ରତ୍ୟାହାର ହୋଇପାରେ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page