ବଡ଼ ଡାକ୍ତରଖାନା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଘଣ୍ଟଯାତ୍ରା

May 20, 2019, ଓଡ଼ିଶା, , Anupambharat News Bureau


ବଡ଼ ଡାକ୍ତରଖାନା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଘଣ୍ଟଯାତ୍ରା
Anupambharat News Bureau
May 20, 2019

ବ୍ରହ୍ମପୁର,୨୦ ।୫(ଅନୁପମ ମିଡ଼ିଆ) : ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଥିବା ଆଞ୍ଚଳିକ ନିଦାନ କେନ୍ଦ୍ରର ଅବ୍ୟବସ୍ଥା ସୁଧାରିବା ଦାବିନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୮୯ତମ ଘଣ୍ଟଯାତ୍ରା ଓ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ଭାବେ ଏହି ଡାକ୍ତରଖାନା ଉପରେ ପ୍ରତିଦିନ ହଜାର ହଜାର ରୋଗୀ ଓ ତାଙ୍କ ସମ୍ପର୍କୀୟ ନିର୍ଭର କରିଥାନ୍ତି । କିନ୍ତୁ ଏହି ନିଦାନ କେନ୍ଦ୍ରରେ କିଛି କର୍ମଚାରୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଦୁର୍ବ୍ୟବହାର କରୁଥିବା ଏଠାରେ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା । କିଛି କର୍ମଚାରୀ ଏଠାରେ ପାଥୋଲୋଜୀ ପରୀକ୍ଷା ଦାୟିତ୍ୱରେ ନରହି ଯେଉଁମାନେ ପରୀକ୍ଷା କରିବା ପାଇଁ ଆସୁଛନ୍ତି ସେମାନଙ୍କୁ ଅଯଥାରେ ଦୁର୍ବ୍ୟବହାର କରିବା ସହ ପ୍ରିୟାପି୍ରତି ତୋଷଣ କରୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଚିକିତ୍ସା ପାଇବାରେ ଅତିଶୟ ବିଳମ୍ବ ହେଉଛି । ତେଣୁ ଏହି ନିଦାନ କେନ୍ଦ୍ରକୁ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ କରିବା ସହ ଅସାଧୁ କର୍ମଚାରୀଙ୍କୁ ଏଠାର ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି ।
ସେହିପରି ସିସି କ୍ୟାମେରା ସଂଯୋଗ କରିବା, ମହିଳା ଓ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରିବା, ରକ୍ତ ନମୂନା ଆଣୁଥିବା ରୋଗୀଙ୍କୁ ପ୍ରଥମେ ପରୀକ୍ଷା ଓ ରିପୋର୍ଟ ପ୍ରଦାନ କରିବା, ପରୀକ୍ଷା କେନ୍ଦ୍ର ଗୁଡ଼ିକ ଠିକ୍‌ ସମୟରେ ଖୋଲିବା ଓ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଞ୍ଚ ପକ୍ଷରୁ ଦାବି କରାଯିବା ସହ ଏକ ଦାବିପତ୍ର ବଡ଼ ଡାକ୍ତରଖାନା ଅଧିକ୍ଷକଙ୍କ ଜରିଆରରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ତଥା ସ୍ୱାସ୍ଥ୍ୟ ବିକାଶ ସମିତି ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।
ତୁରନ୍ତ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଓ ଦାବି ପ୍ରତି ଦୃଷ୍ଟି ଦିଆନଗଲେ ଏପରି ଘଣ୍ଟଯାତ୍ରା ଓ ଆନ୍ଦୋଳନ ଜାରି ରହିବ ବୋଲି ଏଠାରେ ମଞ୍ଚ ସଂଯୋଜକ ଅବନୀ କୁମାର ଗୟା ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ବାଡ଼ତ୍ୟା, ତି୍ରନାଥ ମହାରଣା, ଶ୍ୟାମସୁନ୍ଦର ଖାଡ଼ଙ୍ଗା, ମାଗୁଣୀ ନାହାକ, ପୂର୍ଣ୍ଣଚନ୍ଦ୍ର ମହାରଣା, ଧନଞ୍ଜୟ ପାତ୍ର, ତଅପୋଇ ବେହେରା, ବୃନ୍ଦାବନ ସାହୁ, ବିପିନ ଚନ୍ଦ୍ର ନାହାକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ, କିଛି ଦିନ ପୂର୍ବେ ଏହି ନିଦାନ କେନ୍ଦ୍ରରେ ଜନୈକ ଟେକ୍‌ନିସିଆନ୍‌ଙ୍କ ଦୁର୍ବ୍ୟବହାର ନେଇ କେନ୍ଦ୍ରରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଉକ୍ତ ଟେକ୍‌ନିସିଆନ୍‌ ରୋଗୀମାନଙ୍କୁ ଧମକ ଦେବା ସହ ତା’ର କେହି କିଛି କରିପାରିବେ ନାହିଁ ବୋଲି ଚେତାବନୀ ଦେଉଥିବା ଅଭିଯୋଗ ହୋଇଥିଲା । କିଛି ନ୍ୟସ୍ତ ସ୍ୱାର୍ଥ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟକଳାପ ପାଇଁ ଏହି କେନ୍ଦ୍ରରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ନିର୍ଯାତନା ଓ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ତୁରନ୍ତ ଉକ୍ତ କର୍ମମାରୀମାନଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରିବା ସହ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଉ ଦୁଇଦିନ ସିଝିବ ପଶ୍ଚିମ ଓଡ଼ିଶା

ଆଉ ଦୁଇଦିନ ସିଝିବ ପଶ୍ଚିମ ଓଡ଼ିଶା

Read More...

ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page