ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

January 23, 2021, ଦେଶ, , Anupambharat News Bureau


ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ
Anupambharat News Bureau
January 23, 2021


ଚାରା ଦୁର୍ନୀତି ମାମଲାରେ ଜେଲରେ ସଜ୍ଜା କାଟୁଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ତାଙ୍କୁ ରାଞ୍ଚି ରିମ୍‌ସରୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଛି । ରିମ୍‌ସ ମେଡିକାଲ ବୋର୍ଡ ବୈଠକ କରି ଲାଲୁଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଲଗାତାର ବିଗିଡ଼ିବାରେ ଲାଗିଛି । ଲାଲୁଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରିବାକୁ ୮ ଜଣିଆ ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ଏହାପରେ ମେଡିକାଲ ବୋର୍ଡ ଲାଲୁଙ୍କୁ ଦିଲ୍ଲୀ ଏମ୍‌ସ ପଠାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି ୮ ଜଣିଆ ବୋର୍ଡରେ ବିଭିନ୍ନ ବିଭାଗର ଡାକ୍ତର ଅଛନ୍ତି । ମେଡିକାଲ ବୋର୍ଡର ସହମତି ପରେ ଚିକିତ୍ସା ପାଇଁ ଲାଲୁଙ୍କୁ ଏମ୍‌ସ ସ୍ଥାନାନ୍ତରିତ କରାଯିବ । ପତ୍ନୀ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ଶନିବାର ସକାଳୁ ଲାଲୁଙ୍କୁ ଦେଖା କରିବାକୁ ଯାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୯ ଦିନରେ ୧୫୦ ଷ୍ଟ୍ରେନ୍‌ ସଂକ୍ରମିତ

୧୯ ଦିନରେ ୧୫୦ ଷ୍ଟ୍ରେନ୍‌ ସଂକ୍ରମିତ

Read More...

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page