ବନ୍ଦ ହେବ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ !

January 23, 2021, ଦେଶ, , Anupambharat News Bureau


ବନ୍ଦ ହେବ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ !
Anupambharat News Bureau
January 23, 2021


ନୂଆଦିଲ୍ଳୀ,୨୩ା୧: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପକ୍ଷରୁ ପୁରୁଣା ନୋଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ ଏକ ବଡ଼ ଧରଣର ନିଷ୍ପତ୍ତି କରାଯାଉଥିବା ଜଣାଯାଇଛି । ଦୀର୍ଘବର୍ଷ ଧରି ଚାଲି ଆସୁଥିବା ପୁରୁଣା ୫ ଟଙ୍କିଆ ନୋଟ ୧୦ ଟଙ୍କିଆ ନୋଟ ଏବଂ ୧୦୦ଟଙ୍କିଆ ନୋଟ୍‌କୁ ଭାରତୀୟ ବଜାରରୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ପାଇଁ ଆର୍‌ବିଆଇ ଚିନ୍ତା କରୁଛି । ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍‌ ସୁଦ୍ଧା ଏହି ପୁରୁଣା ନୋଟଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇଯିବ । ଏ ସମ୍ପର୍କରେ ଦେଶର ସର୍ବୋଚ୍ଚ ବ୍ୟାଙ୍କ୍‌ ଆର୍‌ବିଆଇ ଯୋଜନା ପ୍ରସ୍ତìତି କରୁଛି ।
ଆର୍‌ବିଆଇର ଆସିଷ୍ଟାଣ୍ଟ୍‌ ଜେନେରାଲ ମ୍ୟାନେଜର (ଏଜିଏମ୍‌) ବି ମହେଶ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲ୍ଲା ସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ବୈଠକରେ ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍‌ ସୁଦ୍ଧା ପୁରୁଣା ୫, ୧୦ ଓ ୧୦୦ ନୋଟକୁ ପ୍ରତ୍ୟାହାର କରାଯିବ ବୋଲି କହିଥିଲେ । ବିମୁଦ୍ରାକରଣ ସମୟରେ ଟଙ୍କାର ଅଭାବକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ୨୦୧୯ ମସିହାରେ ନୂଆ ୫, ୧୦ ଓ ୧୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ କରିଥିଲା । କୌଣସି ପ୍ରକାରର ଅସୁବିଧା ନଆସୁ ବୋଲି ଚିନ୍ତା କରି ରିଜର୍ଭ ବ୍ୟାଙ୍କ୍‌ ପୁରୁଣା ନୋଟକୁ ସ୍ଥାୟୀ ଭାବେ ପ୍ରତ୍ୟାହାର ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନୂଆ ନୋଟରେ ପ୍ରଚଳନ କରାଇଥିବା ଜାଣିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ଟ୍ରାକଫର ରାଲିକୁ ଅନୁମତି କୃଷକ ସଂଗଠନର ଦାବି

ଟ୍ରାକଫର ରାଲିକୁ ଅନୁମତି କୃଷକ ସଂଗଠନର ଦାବି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page