୧୬ରେ ଟିକାକରଣ ଶୁଭାରମ୍ଭ କରିବେ ମୋଦି

January 14, 2021, ଦେଶ, , Anupambharat News Bureau


୧୬ରେ ଟିକାକରଣ ଶୁଭାରମ୍ଭ କରିବେ ମୋଦି
Anupambharat News Bureau
January 14, 2021


ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ସମଗ୍ର ଭାରତବର୍ଷରେ କରୋନା ସଂକ୍ରମଣର ମାତ୍ରା ଏଭଳି ବୃଦ୍ଧି ପାଇଗଲା ଯେ, ଏହା ଦେଢ଼ ଲକ୍ଷରୁ ଉଦ୍ଦ୍ୱର୍ ଲୋକଙ୍କ ଜୀବନ ନେଲା । ଏହା ବ୍ୟତୀତ ଏକ କୋଟିରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମଣର ଶିକାର ହେଲେ । ଏଭଳି ଏକ ଭୟଙ୍କର କରୋନା ଭୂତାଣୁକୁ ଧ୍ୱଂସ କରିବା ପାଇଁ ଶେଷରେ ଭାରତରେ ହିଁ ଟିକାକରଣ ଆରମ୍ଭ ହୋଇଛି ।
ପ୍ରସ୍ତìତ ହୋଇଥିବା ଦୁଇଟି ଟିକା କୋଭିସିଲ୍‌ଡ ଓ କୋଭାକ୍‌ସିନକୁ ଜରୁରୀ ସ୍ଥିତିରେ ଟିକା ପ୍ରଦାନ ପାଇଁ ଅନୁମତି ମିଳିଛି । ସମସ୍ତ ପ୍ରସ୍ତìତି ସରିବା ପରେ ଶନିବାର ସକାଳ ୧୦ଘଣ୍ଟା ୩୦ ମିନିଟ୍‌ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦେଶବ୍ୟାପୀ ଟିକାକରଣର ଶୁଭାରମ୍ଭ କରିବେ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଜି ଚୂଡ଼ାନ୍ତ ସ୍ଥିତି ଘୋଷଣା କରାଯାଇଛି । ପ୍ରଥମ ଦିନରେ ହିଁ ଦେଶର ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ପ୍ରଥମ ଟିକା ପ୍ରଦାନ କରାଯିବ । ଭାରତ ସରକାରଙ୍କ ପକ୍ଷରୁ ଏହା ଏକ ବୃହତ୍ତ ଟିକାକରଣ ବ୍ୟବସ୍ଥା ଯାହାକି ବିଶ୍ୱରେ ପ୍ରଥମ ଘଟଣା ଭାବେ ବିବେଚିତ ହେବାକୁ ଯାଉଛି । ଦେଶରେ ଏହି ପ୍ରଥମ ପର୍ଯ୍ୟାୟରେ ଯେଉଁ ୩୦୦୬ ସଂଖ୍ୟକ କେନ୍ଦ୍ରରେ ଟିକାକରଣ କରାଯିବ । ପ୍ରତ୍ୟେକ କେନ୍ଦ୍ର ସହିତ ଅନ୍‌ଲାଇନ୍‌ ସଂଯୋଗ ରହିଛି । ଦୈନିକ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଲୋକଙ୍କୁ ଟିକାକରଣ କରାଇବା ପାଇଁ ଯୋଜନା ରହିଛି । ପ୍ରାଧାନ୍ୟତାକୁ ଆଧାର କରି ଟିକାକରଣ କରାଯିବ । ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ କହିବାକୁ ଗଲେ ନର୍ସ ଡାକ୍ତରଙ୍କ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଯେଉଁମାନେ କି କରୋନା ଯୋଦ୍ଧା ଭାବେ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଥିଲେ । ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଏହି ଟିକା ପ୍ରଦାନ କରାଯିବ ବୋଲି ଏକ ବିବୃତ୍ତିରୁ ଜଣାପଡିଛି । ଏହି ଟିକାକରଣ ଅନ୍‌ଲାଇନ୍‌ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଆପ୍‌ ଓ କୋ-ୱିନ୍‌ ଜରୀଆରେ ପ୍ରଦାନ କରାଯିବ । ଏହି ଆପ୍‌ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ ସୁବିଧା ଉଦ୍ଦେଶ୍ୟରେ ନାମ ପଞ୍ଜିକରଣ କରିବା ପାଇଁ ପ୍ରସ୍ତìତ କରାଯାଇଛି । ଟିକାକୁ କିଭଳି ଏବଂ କେଉଁ ତାପମାତ୍ରାରେ ସୁରକ୍ଷିତ ରଖାଯାଇ ପାରିବ ଏହି ସମ୍ପର୍କରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟସେବା କର୍ମୀଙ୍କ ତଥ୍ୟ ଆଧାରରେ ସମସ୍ତ ରାଜ୍ୟଙ୍କୁ ଟିକା ଆବଣ୍ଟନ କରାଯାଇଛି । ସେରମ୍‌ଇନ୍‌ଷ୍ଟିଚୁ୍ୟଟ ଅଫ୍‌ ଇଣ୍ଡିଆ ଦ୍ୱାରା ଉତ୍ପାଦନ ହୋଇଥିବା କୋଭିସିଲï ଏବଂ ଭାରତ ବାୟୋଟେକ୍‌ ଯାହାକି ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତìତ ହୋଇଥିବା କୋଭାକ୍‌ସିନ ପ୍ରଭୃତି ଟିକା ଦେଶର ୧୨ଟି ନଗରୀକୁ ପ୍ରଥମ ପର୍ଯ୍ୟାୟରେ ବିମାନ ଯୋଗେ ସ୍ଥାନାନ୍ତରଣ କରାଯାଇଛି । ଏହା ମଧ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ସ୍ପଷ୍ଟ କରାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କୁ ଟିକା ଦିଆଯିବ ତାହାଙ୍କୁ କୋଭିସିଲï୍‌ କିମ୍ବା କୋଭାକ୍‌ସିନ ମଧ୍ୟରେ କୌଣସି ପସନ୍ଦ କରିବା ପାଇଁ ବିକଳ୍ପ ରଖାଯିବ ନାହିଁ । କେନ୍ଦ୍ରରେ ତାଲିମ ପ୍ରଦାନକାରୀ କର୍ମୀମାନେ ଏହା ପରିଚାଳନା କରିବେ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୦ କୋଟି ଲୋକଙ୍କୁ ଟିକାକରଣ କରିବା ପାଇଁ ଯୋଜନା କରାଯାଇଛି । ଉଲ୍ଲେଖଥାଉକି ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ଭାରତରେ ସଂକ୍ରମଣର ସଂଖ୍ୟା ୧କୋଟି ୫ ଲକ୍ଷକୁ ଟପି ଯାଇଛି । ଏହା ବ୍ୟତୀତ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାରରୁ ଉର୍ଦ୍ଧ୍ୱରେ ରହିଛି । ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ ୮୧ଟି ସ୍ଥାନରେ ଟିକାକରଣ କରିବା ପାଇଁ ସ୍ଥାନ ଚୟନ କରାଯାଇଛି । ଚଳିତମାସ ୧୬ ତାରିଖରୁ ହିଁ ଦିଲ୍ଲୀରେ ଟିକାକରଣ ଆରମ୍ଭ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ସୂଚନା ଦେଇଛନ୍ତି । କେଜରିୱାଲ୍‌ ଏହା ମଧ୍ୟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରସ୍ତìତି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି । ଦିଲ୍ଲୀକୁ କେନ୍ଦ୍ର ପକ୍ଷରୁ ୨,୭୪,୦୦୦ ଡୋଜ୍‌ ଟିକା ଆବଣ୍ଟନ କରାଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୁଇ ଡୋଜ୍‌ ହିସାବରେ ଅତିରିକ୍ତ ୧୦ ପ୍ରତିଶତ ଟିକା ପ୍ରଦାନ କରାଯାଇଛି । ପ୍ରାୟ ୧ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଲ୍ଲୀରେ ଏହି ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ ବୋଲି କେଜରିୱାଲ୍‌ କହିଛନ୍ତି । ସପ୍ତାହରେ ୪ ଦିନ ଟିକାକରଣ କରାଯିବ । ପ୍ରଥମେ ୮୧ଟି କେନ୍ଦ୍ରରେ ଟିକାକରଣ ଆରମଭ ହେଉଛି ଏବଂ କିଛି ଦିନ ପରେ ୧୭୫ଟି କେନ୍ଦ୍ରରେ ଟିକା ପ୍ରଦାନ କରାଯିବ ବୋଲି ମଧ୍ୟ ଅରବିନ୍ଦ କେଜରିୱାଲ୍‌ କହିଛନ୍ତି । ଏପରିକି ଆବଶ୍ୟକ ପଡିଲେ ହଜାରେ କେନ୍ଦ୍ରରେ ଟିକାକରଣ କରାଯାଇପାରିବ । ଇତିମଧ୍ୟରେ ଦିଲ୍ଲୀରେ ପୁଣି ନୂତନ ଭାବେ ୩୫୭ ବ୍ୟକ୍ତିଙ୍କ ନିକଟରେ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଛି । ଫଳରେ ଏହାକୁ ମିଶାଇ ଦିଲ୍ଲୀରେ ୬ ଲକ୍ଷ ୩୧ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମଣର ଶିକାର ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀଜୀଉଙ୍କ ମକର ବେଶ ମକର ଚାଉଳ ଭୋଗ ଲାଗି ହେଲା

ଶ୍ରୀଜୀଉଙ୍କ ମକର ବେଶ ମକର ଚାଉଳ ଭୋଗ ଲାଗି ହେଲା

Read More...

ଦୁଇଦିନ ଥରିବ ସୁନ୍ଦରଗଡ଼ , ଝାରସୁଗୁଡ଼ା

ଦୁଇଦିନ ଥରିବ ସୁନ୍ଦରଗଡ଼ , ଝାରସୁଗୁଡ଼ା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page