ନିଜେ କର ନହେଲେ ଆମେ କରିବୁ

January 11, 2021, ଦେଶ, , Anupambharat News Bureau


ନିଜେ କର ନହେଲେ ଆମେ କରିବୁ
Anupambharat News Bureau
January 11, 2021


ନୂଆଦିଲ୍ଲୀ,୧୧ା୧:ଦୀର୍ଘଦିନ ଧରି ଦେଶବ୍ୟାପୀ ଜାରି ରହିଥିବା ଚାଷୀ ଆନ୍ଦୋଳନ ଯୋଗୁଁ ଦେଶରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ଏହାକୁ ମାନ୍ୟବର ସୁପ୍ରିମ୍‌କୋର୍ଟ ଅତ୍ୟନ୍ତ ଗମ୍ଭୀରଜନକ ଭାବେ ଗ୍ରହଣ କରିଛନ୍ତି । ଇତିମଧ୍ୟରେ ଚାଷୀ ଆନ୍ଦୋଳନର ୪୭ ଦିନ ଅତିକ୍ରମ କରିସାରିଥିଲେ ମଧ୍ୟ ସରକାର କୌଣସି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିଲେ ନାହିଁ । ତେଣୁ ତୁରନ୍ତ ପ୍ରଣୟନ କରିଥିବା ଆଇନକୁ କେନ୍ଦ୍ରସରକାର ପ୍ରତ୍ୟାହାର କରିନିଅନ୍ତୁ ନତୁବା ନିଜେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଜି ରୋକ୍‌ଠୋକ୍‌ ଭାବେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ ଚାଷୀମାନେ ବହୁ ହଇରାଣ ହରକତ ହୋଇ ଯେଉଁ ବିଶାଳ ସମାବେଶ, ରାଲି, ଧର୍ମଘଟ ଓ ଉପବାସ ଅନସନ ପ୍ରଭୃତି ଜାରି ରଖିଛନ୍ତି, ଏହାକୁ ଆଖି ଆଗରେ ରଖି ଚାଷୀମାନଙ୍କ ସ୍ୱାର୍ଥକୁ ମାନ୍ୟବର କୋର୍ଟ ଗୁରୁତ୍ୱ ମନେ କରିଛନ୍ତି ଏବଂ ବିବାଦୀୟ ୩ଟି କୃଷି ଆଇନକୁ ବନ୍ଦ କରିବା ପାଇଁ କହିଛନ୍ତି । ସରକାର ଚାଷୀମାନଙ୍କ ସମସ୍ୟାକୁ ପରିଚାଳନା କରି ଏହାକୁ ସମାଧାନ କରିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ଏହାର ସମାଧାନ ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏକ କମିଟି ଗଠନ ପ୍ରସଂଗରେ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଚାଷୀ ଆଇନକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଯେଉଁ ଚ୍ୟାଲେଞ୍ଜ ପିଟିସନ ଦାଖଲ ହୋଇଥିବା ଏହାର ବିଚାର କରି ମାନ୍ୟବର କୋର୍ଟ କହିଛନ୍ତି ଯେ, ମଙ୍ଗଳବାର ଚାଷୀ ଆଇନ ରହିତାଦେଶ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିବେ । ଯଦି କୌଣସି ତ୍ରୁଟି ହୁଏ ସେଥି ପାଇଁ ସମସ୍ତେ ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାର ପତି ଏସ୍‌ଏ ବବ୍‌ଡେ ସରକାରଙ୍କୁ କଠୋର ଭାବରେ ମନ୍ତବ୍ୟ ଦେଇ କହିଛନ୍ତି । ଏଥିସହ ସିଙ୍ଘୁ ସୀମାରେ ଧାରଣାରେ ବସିଥବା କୃଷକମାନଙ୍କ କଥା ଉଠାଇ ପ୍ରଧାନ ବିଚାରପତି କହିଥିଲେ, “ସେଠାରେ ପରିସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି । ଲୋକମାନେ ଥଣ୍ଡାରେ ପଡ଼ିରହିଛନ୍ତି, ଆତ୍ମହତ୍ୟା କରୁଛନ୍ତି ।
କିଏ ସେମାନଙ୍କ ଖାଦ୍ୟ ପାନୀୟ କଥା ବୁଝୁଛି ? ସେଠାରେ ସାମାଜିକ ଦୂରତ୍ୱ ବଜାୟ ରହିଛି କି? କୃଷକମାନେ କାହିଁକି ବୃଦ୍ଧ, ମହିଳା ଓ ଶିଶୁଙ୍କୁ ଧାରଣାସ୍ଥଳକୁ ଆଣୁଛନ୍ତି ଏବଂ ଯଦି କିଛି ଅଘଟଣ ଘଟେ ତେବେ ସମସ୍ତେ ଦାୟୀ ରହିବା ”
କେନ୍ଦ୍ର ସରକାର ଯେଉଁ ଭଳି ଭାବେ ପ୍ରତିବାଦକାରୀ କୃଷକମାନଙ୍କ ସହ ଆଲୋଚନା କରୁଛନ୍ତି ସେଥିରେ ସୁପ୍ରିମ୍‌ କୋର୍ଟ ନୈରାଶ୍ୟ ପ୍ରକାଶ କରିଛନ୍ତି । ମହାମାରୀ ମଧ୍ୟରେ ମାସେରୁ ଅଧିକ ସମୟ ହେବ ପ୍ରତିବାଦ ଚଳାଇଥିବା କୃଷକମାନଙ୍କ ଅବସ୍ଥା ଜାଣିବାକୁ ଦାବି କରି ପ୍ରଧାନ ବିଚାରପତି ବୋବଡେ କହିଛନ୍ତି ଯେ, ସରକାର ଓ ଚାଷୀଙ୍କ କିଭଳି ବୁଝାମଣା ଚାଲିଛି ଏହା କିଛି ସ୍ପଷ୍ଟ ଜଣାପଡୁ ନାହିଁ । ତେଣୁ ବିଶେଷଜ୍ଞ କମିଟି ଗଠନ କରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ଦେଶର କୃଷକ ସଂଗଠନଗୁଡ଼ିକର ଏକ ସଂଖ୍ୟାଗରିଷ୍ଠ ଅଂଶ ନୂତନ କୃଷି ଆଇନକୂ ସମର୍ଥନ କରୁଛନ୍ତି ଏବଂ ଏହି ଆଇନ ଚାଷୀଙ୍କ ଲାଗି ଆଦୌ କ୍ଷତିକାରକ ନୁହେଁ । ମାତ୍ର ଏହାକୁ ଗ୍ରହଣ ନ କରି ମୁଖ୍ୟବିଚାରପତି ବୋବଡେ କହିଥିଲେ, କେହି ତ ଆମ ନିକଟକୁ ଆସି ଏପରି କଥା କହିନାହାନ୍ତି । ଯଦି ସେମାନେ କୃଷି ଆଇନକୁ ସମର୍ଥନ କରୁଛନ୍ତି ତେବେ ଏଥିଲାଗି ଗଠନ ହେବାକୁଥିବା କମିଟି ନିକଟକୁ ଆସି ସେମାନେ ନିଜ ପକ୍ଷ ରଖ;ୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ବୋନସ୍‌ , ମୃତୁ୍ୟ ଓ ଅକର୍ମଣ୍ୟତା କ୍ଷେତ୍ରରେ ସହାୟତା ଦୁଇ ଲକ୍ଷକୁ ବୃଦ୍ଧି

କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ବୋନସ୍‌ , ମୃତୁ୍ୟ ଓ ଅକର୍ମଣ୍ୟତା କ୍ଷେତ୍ରରେ ସହାୟତା ଦୁଇ ଲକ୍ଷକୁ ବୃଦ୍ଧି

Read More...

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ନିଷ୍ପତ୍ତି ଖୁବ ଶୀଘ୍ର

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ନିଷ୍ପତ୍ତି ଖୁବ ଶୀଘ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page