ଆଇନ୍‌ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ଫେରିବୁ ନାହିଁ: ଚାଷୀ ସଂଗଠନ

January 11, 2021, ଦେଶ, , Anupambharat News Bureau


ଆଇନ୍‌ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ଫେରିବୁ ନାହିଁ: ଚାଷୀ ସଂଗଠନ
Anupambharat News Bureau
January 11, 2021


ନୂଆଦିଲ୍ଲୀ: କୃଷି ଆଇନ ରଦ୍ଦ କରିବା ଦାବି କରି ଜିଦରେ ଚାଷୀ ନେତା । ଅନ୍ୟପଟେ ଆଇନ ରଦ୍ଦ ହେବନି ବୋଲି କେନ୍ଦ୍ର ସରକାର କହିଛନ୍ତି । ଆଗକୁ ଜାନୁଆରୀ ୨୬, ଏହି ଅବସରରେ ଟ୍ରାକଫର ରାଲି କରିବେ ବୋଲି ଚାଷୀ ନେତା ସରକାରଙ୍କୁ ଚେତାବନୀ ଦେଇ ସାରିଛନ୍ତି । ଏହାପୂର୍ବରୁ ପରେଡ ରିହରଶାଲ ହେବା ଭଳି ଟ୍ରାକଫର ରାଲିର ରିହରଶାଲ୍‌ ଦେଖାଇ ସାରିଛନ୍ତି ଚାଷୀ ନେତା ।
ଭାରତୀୟ କୃଷକ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଇତ କହିଛନ୍ତି, ଗଣତନ୍ତ୍ର ଦିବସ ପରେଡରେ ଗୋଟିଏ ପଟେ ଟ୍ୟାଙ୍କର ଚାଲିବ ଅନ୍ୟପଟେ ତାଙ୍କର ଟ୍ରାକଫର ରାଲି ଚାଲିବ । ଆମ ମାନଙ୍କ ଉପରେ ପୁଲିସ ଲାଠି ମାଡ଼ କଲେ ଆମେ ଜାତୀୟ ସଂଗୀତ ଗାଇବୁ । ତିନି କୃଷି ଆଇନ ରଦ୍ଦ ନହେବା ଯାଏ ଘରକୁ ଫେରିବୁ ନାହିଁ । ସୂଚନାଯୋଗ୍ୟ, ଆଜି (ସୋମବାର) ସୁପ୍ରିମକୋର୍ଟ ନୂଆ କୃଷି ଆଇନ ତଥା ଦିଲ୍ଲୀ ସୀମାରେ ଚାଲୁଥିବା ଚାଷୀଙ୍କ ପ୍ରଦର୍ଶନକୁ ନେଇ ଚ୍ୟାଲେଞ୍ଜ ହୋଇଥିବା ଆବେଦନର ଶୁଣାଣି କରିବେ । ଜାନୁଆରୀ ୭ରେ କେନ୍ଦ୍ର ଏବଂ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲା ।
କାରଣ କେନ୍ଦ୍ର ଏହି କୃଷି ଆଇନକୁ ରଦ୍ଦ କରିବାକୁ ମନା କରିଦେଇଥିଲା । ଏହାପରେ ପରବର୍ତ୍ତୀ ବୈଠକ ଜାନୁଆରୀ ୧୫ରେ ବସିବ ବୋଲି ଜଣାପଡ଼ିଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହି ସମୟରେ ସରକାର କହିଥିଲେ ଚାଷୀ ସଂଗଠନ ମଧ୍ୟରେ ସରକାରଙ୍କ ଆଲୋଚନା ଠିକ୍‌ ଠାକ୍‌ ରହିଛି । ନିକଟ ଭବିଷ୍ୟତରେ ଉଭୟ ପକ୍ଷ ଏହାର ସମାଧାନ ବାହାର କରିବେ । ଏହା ପରେ କୋର୍ଟ ସରକାରଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଯଦି ଆଲୋଚନା ମାଧ୍ୟମରେ ସମାଧାନ ହେବ ତାହେଲେ ଜାନୁଆରୀ ୧୧ରେ କୋର୍ଟ ଶୁଣାଣି କରିବେନି । ହେଲେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବେଳେ ଚାଷୀ ନେତାଙ୍କୁ କୋର୍ଟ ଯିବାକୁ ସରକାର କହି ସାରିଛନ୍ତି । ତେଣୁ ଆଜି ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ରାୟ ପ୍ରକାଶ କରିପାରନ୍ତି । ଉଲ୍ଲେଖଥାଉକି, ସୁପ୍ରିମକୋର୍ଟ ସୋମବାର କୃଷକ ଆନ୍ଦୋଳନ ସହ ଜଡିତ ବିଭିନ୍ନ ଆବେଦନର ଶୁଣାଣି କରିଛନ୍ତି ।
ଶୁଣାଣି ବେଳେ ସରକାରଙ୍କ ଉପରେ ବର୍ଷିଛନ୍ତି କୋର୍ଟ । ଆନ୍ଦୋଳନ ବେଳେ କୃଷକଙ୍କ ଜୀବନ ଯାଉଛି । ସରକାର ଏବେ ଆଇନ ଉପରେ ରୋକ୍‌ ଲଗା;ୁ ନହେଲେ ଅଦାଲତ ନିର୍ଦ୍ଦେଶ ଜାରି କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟରେ ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି ଯେ, କୋର୍ଟ ଆନ୍ଦୋଳନକୁ ବନ୍ଦ କରିବାକୁ ଚାହୁଁ ନାହାଁନ୍ତି । କୃଷକମାନେ ଏହାକୁ ଜାରି ରଖିପାରିବେ । ରିପୋର୍ଟ ନ ଆସିବା ଯାଏଁ ଆନ୍ଦୋଳନ ସ୍ଥାନ ପରିବର୍ତ୍ତନ କରି ହେବ କି ବୋଲି କୋର୍ଟ ପଚାରିଥିଲେ । ଯଦି କିଛି ଭୁଲ ହୁଏ ତେବେ ସମସ୍ତେ ଦାୟୀ ରହିବେ । କୃଷକମାନେ ଏହାକୁ ବିରୋଧ କଲେ କମିଟି ଏହାର ସମାଧାନ ଦିଗରେ ଆଗକୁ ଆସିବା ଦରକାର । କୋର୍ଟ ଆହୁରି କହିଥିଲେ ଯେ, ସରକାର ଯେଉଁ ଦଲିଲରେ ଏହାକୁ ଆଉ କିଏ ଆରମ୍ଭ କରିଥିବା କହୁଛନ୍ତି ତାହା ଚଳିବ ନାହିଁ । ୪୧ଟି କୃଷକ ସଙ୍ଗଠନ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି । ନହେଲେ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହୁଛନ୍ତି । କୋର୍ଟରେ ଏପରି ଗୋଟିଏ ବି ଦଲିଲ ନାହିଁ ଯେଉଁଥିରେ ଆଇନକୁ ପ୍ରଶଂସା କରାଯାଇଛି । ଯଦି ସରକାର ଏହାକୁ ନରୋକିବେ ତେବେ କୋର୍ଟ ପଦକ୍ଷେପ ଗ୍ରହଣ କରିବେ ।
ଅଦାଲତ ଆହୁରି କହିଥିଲେ ଯେ, ଲୋକମାନେ ମରୁଛନ୍ତି ଓ ଥଣ୍ଡାରେ ବସୁଛନ୍ତି । ମହିଳା ଓ ବୟସ୍କମାନେ ମଧ୍ୟ ଧାରଣା ଦେଉଛନ୍ତି । କୋର୍ଟ ବିଶେଷଜ୍ଞ କମିଟି ଗଠନ କରିବାକୁ ଚାହୁଁଛନ୍ତି । ସେବେସୁଦ୍ଧା ସରକାର ଏହି ଆଇନ ଉପରେ ରୋକ୍‌ ଲଗା;ୁ ନଚେତ କୋର୍ଟ ପଦକ୍ଷେପ ଗ୍ରହଣ କରିବେ । ସରକାର ଯେପରି ଭାବେ ଆନ୍ଦୋଳନକୁ ଗ୍ରହଣ କରିଛନ୍ତି ତାହା ଠିକ୍‌ ନୁହେଁ । ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପ ଉପରେ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ସେହିପରି ସରକାର ସମସ୍ୟାର ଅଂଶବିଶେଷ ନା ସମାଧାନର ବୋଲି ଜଣା ପଡୁନାହିଁ ବୋଲି କହି କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ହରିୟାଣାର କରନାଲରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସଭା ସମୟରେ ହୋଇଥିବା ହିଂସାରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ନେଇଛି । ମାମଲାରେ ଜଡ଼ିତ ଥିବା ୭୧ଜଣଙ୍କ ବିରୋଧରେ ପୋଲିସ୍‌ ମାମଲା ରୁଜୁ କରିଛି । ଏହି ମାମଲାରେ ସାର୍ବଜନୀକ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ମାମଲା ହୋଇଛି । କୃଷକଙ୍କ ଆନ୍ଦୋଳନ କାରଣରୁ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ତାଙ୍କ କାର୍ଯ୍ୟକ୍ରମ ବାତିଲ୍‌ କରିବାକୁ ପଡ଼ିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାର୍ଡ ଫ୍ଲì ଚିଡ଼ିଆଖାନାର ସବୁ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ

ବାର୍ଡ ଫ୍ଲì ଚିଡ଼ିଆଖାନାର ସବୁ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ

Read More...

ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, କଥା ହେଲେ ମୋଦି

ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, କଥା ହେଲେ ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page